୧୫୦ ଗ୍ରାମ ସିମେନ୍‌ କଥା କୋର୍ଟରେ ଉଠାଇଲେ ଓକିଲ, ଏହା ଶୁଣି ସିଜେଆଇ ଚନ୍ଦ୍ରଚୂଡ କହିଲେ…

ନୂଆଦିଲ୍ଲୀ,୨୨।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ପୁଣି ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ଏହି ସମୟରେ ସିଜେଆଇ ଚନ୍ଦ୍ରଚୂଡ ପୋଷ୍ଟମର୍ଟମ ରିପୋର୍ଟରେ ୧୫୦ ଗ୍ରାମ ସିମେନ୍‌ ବିଷୟକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସୋସିଆଲ ମିଡିଆରେ ଚାଲିଥିବା ବିତର୍କ କୋର୍ଟରେ ଉଲ୍ଲେଖ […] The post ୧୫୦ ଗ୍ରାମ ସିମେନ୍‌ କଥା କୋର୍ଟରେ ଉଠାଇଲେ ଓକିଲ, ଏହା ଶୁଣି ସିଜେଆଇ ଚନ୍ଦ୍ରଚୂଡ କହିଲେ… appeared first on Dharitri Odia News.

୧୫୦ ଗ୍ରାମ ସିମେନ୍‌ କଥା କୋର୍ଟରେ ଉଠାଇଲେ ଓକିଲ, ଏହା ଶୁଣି ସିଜେଆଇ ଚନ୍ଦ୍ରଚୂଡ କହିଲେ…

ନୂଆଦିଲ୍ଲୀ,୨୨।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ପୁଣି ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ଏହି ସମୟରେ ସିଜେଆଇ ଚନ୍ଦ୍ରଚୂଡ ପୋଷ୍ଟମର୍ଟମ ରିପୋର୍ଟରେ ୧୫୦ ଗ୍ରାମ ସିମେନ୍‌ ବିଷୟକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସୋସିଆଲ ମିଡିଆରେ ଚାଲିଥିବା ବିତର୍କ କୋର୍ଟରେ ଉଲ୍ଲେଖ କରାଯିବା ଉଚିତ୍‌ ନୁହେଁ।

ବିତର୍କ ସମୟରେ ଓକିଲ ପୀଡିତାଙ୍କ ଶରୀରରେ ୧୫୦ ଗ୍ରାମ ସିମେନ୍‌ ପାଇବା ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ପୋଷ୍ଟ ମର୍ଟମ ରିପୋର୍ଟରେ ଏହା ବିଷୟରେ କୌଣସି ଉଲ୍ଲେଖ ନାହିଁ। ଏହା ଉପରେ ଚନ୍ଦ୍ରଚୂଡ କହିଛନ୍ତି, ସୋସିଆଲ ମିଡିଆରେ ଚାଲିଥିବା ବିତର୍କ କୋର୍ଟରେ ଉଲ୍ଲେଖ କରାଯିବା ଉଚିତ୍‌ ନୁହେଁ। ସେ କହିଛନ୍ତି , କୋର୍ଟରେ ଅସଲି ବ୍ୟବଚ୍ଛେଦ ରିପୋର୍ଟ ରହିଛି ଏବଂ ଏଥିରେ ୧୫୦ ଗ୍ରାମ ଅର୍ଥ କ’ଣ ବୋଲି ଆମେ ଜାଣିଛୁ।

ଅନ୍ୟପଟେ ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ଏକ ନିଷ୍ପତ୍ତି ନେଇଛନ୍ତି। ଯାହା ପରେ ସୁରକ୍ଷା ପାଇଁ ଡାକ୍ତରଖାନା ପରିସରରେ ୧୫୧ ଜଣ ସିଏସଏଫ ଅଧିକାରୀ ଏବଂ ସୁରକ୍ଷା କର୍ମୀ ନିୟୋଜିତ ହେବେ। ସେଥିମଧ୍ୟରୁ ଡାକ୍ତରଖାନାର ସୁରକ୍ଷା ପାଇଁ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ତିନି ଇନ୍ସପେକ୍ଟର, ତିନିଜଣ ସବ ଇନ୍ସପେକ୍ଟର, ୩୮ ହେଡ କନଷ୍ଟେବଳ, ୬୮ କନଷ୍ଟେବଳ ଏବଂ ଅନ୍ୟ ସୁରକ୍ଷା କର୍ମୀ ନିୟୋଜିତ ହେବେ।

The post ୧୫୦ ଗ୍ରାମ ସିମେନ୍‌ କଥା କୋର୍ଟରେ ଉଠାଇଲେ ଓକିଲ, ଏହା ଶୁଣି ସିଜେଆଇ ଚନ୍ଦ୍ରଚୂଡ କହିଲେ… appeared first on Dharitri Odia News.