୧୬ ପିଲା ଜନ୍ମ ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି
ଚେନ୍ନାଇ,୨୧ା୧୦: ଦକ୍ଷିଣ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ କହିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଏଥିରେ ଆଉ ପାଦେ ଆଗେଇଯାଇ ଦକ୍ଷିଣ ଭାରତୀୟମାନେ ୧୬ ପିଲା ଜନ୍ମ କରିବା ପାଇଁ ସୋମବାର ପରାମର୍ଶ ଦେଇଛନ୍ତି। ତାଙ୍କର ଏଭଳି ପ୍ରସ୍ତାବ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଷ୍ଟାଲିନ୍ ଅଧିକ ପିଲା ଜନ୍ମ କରିବା ପାଇଁ ପରାମର୍ଶ ଦେବା ପଛରେ ନିର୍ବାଚନମଣ୍ଡଳୀ […] The post ୧୬ ପିଲା ଜନ୍ମ ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି appeared first on Dharitri Odia News.
ଚେନ୍ନାଇ,୨୧ା୧୦: ଦକ୍ଷିଣ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ କହିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଏଥିରେ ଆଉ ପାଦେ ଆଗେଇଯାଇ ଦକ୍ଷିଣ ଭାରତୀୟମାନେ ୧୬ ପିଲା ଜନ୍ମ କରିବା ପାଇଁ ସୋମବାର ପରାମର୍ଶ ଦେଇଛନ୍ତି। ତାଙ୍କର ଏଭଳି ପ୍ରସ୍ତାବ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଷ୍ଟାଲିନ୍ ଅଧିକ ପିଲା ଜନ୍ମ କରିବା ପାଇଁ ପରାମର୍ଶ ଦେବା ପଛରେ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ଜଡ଼ିତ ରହିଛି। ୨୦୨୯ ନିର୍ବାଚନ ପୂର୍ବରୁ ସଂସଦୀୟ କ୍ଷେତ୍ରଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ହେବାକୁ ଯାଉଛି। ଲୋକସଂଖ୍ୟା ସ୍ତର ଆଧାରରେ ବିଭିନ୍ନ ରାଜ୍ୟକୁ ଆସନ ଆବଣ୍ଟନ କରାଯିବ। ତେବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକୁ ଖୁବ୍ କମ୍ ଆସନ ମଞ୍ଜୁର ହେବା ସମ୍ଭାବନା ରହିଥିବାରୁ କେନ୍ଦ୍ରରେ ସରକାର ଗଢ଼ିବାରେ ଉକ୍ତ ଅଞ୍ଚଳର ରାଜନୈତିକ ଦଳଗୁଡ଼ିକୁ କମ୍ ଗୁରୁତ୍ୱ ଦିଆଯିବ। ଏହି ସମସ୍ୟାର ସମାଧାନ ପାଇଁ ଦକ୍ଷିଣ ଭାରତର ଲୋକମାନେ ଅଧିକ ସନ୍ତାନ ଜନ୍ମ କରିବା ଆବଶ୍ୟକ ବୋଲି ଷ୍ଟାଲିନ୍ କହିଛନ୍ତି।
ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଏକ ହିନ୍ଦୁ ଗଣବିବାହ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଡିଏମ୍କେ ନେତା କହିଥିଲେ, ପରିବାରର ଗୁରୁଜନମାନେ ନବବିବାହିତ ଦମ୍ପତିଙ୍କୁ ୧୬ ସନ୍ତାନର ଧନ ଆଶୀର୍ବାଦ ଦେବା ତାଙ୍କ ରାଜ୍ୟରେ ଏକ ପରମ୍ପରା ରହିଆସିଛି। ତେବେ ଏହି ଆଶୀର୍ବାଦର ଅର୍ଥ ନୁହେଁ ଯେ ଆପଣମାନେ ୧୬ ସନ୍ତାନ ଜନ୍ମ କରିବା ଉଚିତ। କିନ୍ତୁ ବର୍ତ୍ତମାନ ସେଭଳି ସ୍ଥିତି ସୃଷ୍ଟି ହୋଇଛି ଯେ ଲୋକେ ଭାବିଲେଣି ଛୋଟ ଓ ସମୃଦ୍ଧ ପରିବାର ନୁହେଁ, ୧୬ ସନ୍ତାନ ଜନ୍ମ କରିବା ଆବଶ୍ୟକ ହୋଇପାରେ। ଏଥିସହିତ ପିଲାମାନଙ୍କ ନାଁ ତାମିଲ ଭାଷାରେ ରଖିବାକୁ ଷ୍ଟାଲିନ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ଅଣହିନ୍ଦୀଭାଷୀଙ୍କ ଉପରେ ଲଦିଦେବାକୁ ଉଦ୍ୟମ କରୁଥିବାରୁ ଏହାର ମୁକାବିଲା ପାଇଁ ଷ୍ଟାଲିନ୍ ଏଭଳି କହିଛନ୍ତି।
ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ବେଳେ ଲୋକ ସଭା ନିର୍ବାଚନ ମଣ୍ଡଳୀ ସଂଖ୍ୟା ୫୪୩ରୁ ୭୫୩କୁ ବୃଦ୍ଧି କରାଯିବାକୁ ଉଦ୍ୟମ ହେବ। ଏହାକୁ ନେଇ ତାମିଲନାଡୁ ସମେତ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଚିନ୍ତାବ୍ୟକ୍ତ କରିଆସୁଛନ୍ତି। ସର୍ବବୃହତ୍ ରାଜ୍ୟ ଉତ୍ତରପ୍ରଦେଶରେ ଲୋକ ସଭା ଆସନ ସଂଖ୍ୟା ୮୦ ରହିଥିବାବେଳେ ଏହାକୁ ୧୨୬କୁ ବଢ଼ାଇବା ଯୋଜନା ରହିଛି, ଅର୍ଥାତ୍ ୫୭.୫ ପ୍ରତିଶତ ବୃଦ୍ଧି ପାଇବ। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରୁ କେବଳ କର୍ନାଟକର ଆସନ ସଂଖ୍ୟା ୨୮ରୁ ୩୬କୁ ବୃଦ୍ଧି ପାଇପାରେ। ଅନ୍ୟପକ୍ଷରେ ତାମିଲନାଡୁର ଲୋକ ସଭା ଆସନ ସଂଖ୍ୟା ୩୯ରୁ ୪୧କୁ ବୃଦ୍ଧି ପାଇପାରେ, ଯାହା ୫ ପ୍ରତିଶତ ଅଧିକ। ସେହିପରି ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ଆସନ ସଂଖ୍ୟା ୩ଟି ଲେଖାଏ ବଢ଼ିପାରେ। କେରଳରେ ଜନସଂଖ୍ୟା ସର୍ବାଧିକ ନିୟନ୍ତ୍ରଣରେ ରହିଥିବାରୁ ସେଠାରେ ଆସନ ସଂଖ୍ୟା ଗୋଟିଏ କମିପାରେ ବୋଲି କୁହାଯାଉଛି।
The post ୧୬ ପିଲା ଜନ୍ମ ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି appeared first on Dharitri Odia News.