୧୬ ବର୍ଷ ପରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି; କାନ୍ଦି କାନ୍ଦି କଷ୍ଟ ଜଣାଇଲେ ସୂର୍ଯ୍ୟକାନ୍ତ... 

ଆରମ୍ଭ ହେଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଅଭିଯୋଗ ପ୍ରକୋଷ୍ଠରେ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ । ଅଭିଯୋଗ ନେଇ ବିଭିନ୍ନ ଜିଲ୍ଲାରୁ ଆସିଛନ୍ତି ଶତାଧିକ ଲୋକ ।

୧୬ ବର୍ଷ ପରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି; କାନ୍ଦି କାନ୍ଦି କଷ୍ଟ ଜଣାଇଲେ ସୂର୍ଯ୍ୟକାନ୍ତ... 

୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଜନତାଙ୍କ ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରରେ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପତ୍ର ଗ୍ରହଣ କରାଯାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସୁନଥିଲେ । ସରକାର ବଦଳିବା ପରେ କିନ୍ତୁ ଏହି ଧାରା ବଦଳିଛି । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଜେ ଅଭିଯୋଗ ପ୍ରକୋଷ୍ଠକୁ ଆସିବା ସହ ଜନତାଙ୍କ ଅଭିଯୋଗ ବ୍ୟକ୍ତିଗତ ଭାବେ ଶୁଣୁଛନ୍ତି । 

ଏଥିପାଇଁ ଆଜି ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରୁ ଲୋକେ ଆସି ଭିଡ଼ ଜମାଇଛନ୍ତି ।  କିଏ ପେନସନ ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରୁଛି ତ କିଏ ପୁଣି  ବାସହରା ଦୁଃଖ ନେଇ ସହାୟତା ଲୋଡୁଛନ୍ତି । ନିଜ ସମସ୍ୟା ନେଇ ଅନେକ ବୟବୃଦ୍ଧ ବ୍ୟକ୍ତି ବି ଗୁହାରି କରିବାକୁ ଆସିଛନ୍ତି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଧ୍ୟାହ୍ନ ୧୨ଟା ଯାଏ ଚାଲିଥିଲା  ଅଭିଯୋଗ ଶୁଣାଣି।

ଅଧିକ ପଢ଼ନ୍ତୁ: ‘ସୁଭଦ୍ରା ଯୋଜନାଠୁ ଧାନ MSP ବଢ଼ାଇବା ଯାଏଁ ପୂରଣ କରିବୁ ସବୁ ପ୍ରତିଶ୍ରୁତି’

ସରକାରୀକୁ...ପୋଲିସ୍‌କୁ...ପ୍ରଶାସନକୁ...ବ୍ୟବସ୍ଥାକୁ...ବୁଲି ବୁଲି ଅଭିଯୋଗ କଲେ,ଗୁହାରି କଲେ ତଥାପି କେହି ଶୁଣିଲେନି,କେହି ବୁଝିଲେନି। କେନ୍ଦ୍ରାପଡ଼ା ଜିଲ୍ଲାର ସୂର୍ଯ୍ୟକାନ୍ତ ଦାସ ଆଜି କାନ୍ଦି କାନ୍ଦି ନିଜ ଅଭିଯୋଗ ଜଣାଇଛନ୍ତି। ସେ ଅଭିଯୋଗ କରିଛନ୍ତି ପୂର୍ବତନ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀଙ୍କ ଲୋକେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ମାଡ଼ ମାରି, ଘର ଭାଙ୍ଗି ଦେଇଛନ୍ତି। ଏନେଇ ସେ ଡିଜି ପୋଲିସକୁ ବି ଜଣାଇଥିଲେ ତଥାପି କୌଣସି ସମାଧାନ ନହେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। 

ସେପଟେ ସୂର୍ଯ୍ୟକାନ୍ତଙ୍କ ଅଭିଯୋଗ ନେଇ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା ମିଳିପାରିନି। ଖାଲି ସୂର୍ଯ୍ୟକାନ୍ତ ନୁହେଁ ମାଲକାନଗିରି, ପୁରୀ, ବାଲେଶ୍ବର ଭଳି ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ଅନେକ ଦୁଃଖି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପହଞ୍ଚିଛନ୍ତି। ଦିବ୍ୟାଙ୍ଗ ହୁଅନ୍ତୁ ଅବା ଦାଦନ ଦୁଃଖରେ ଭିଜିଥିବା ଆଖି, କିଏ ଘର ହରାଇଛି କିଏ ଜାଗା ତ୍ ପୁଣି କିଏ ନ୍ୟାୟ ପାଇଁ । ଏପରିକି ସରକାରୀ ଅଧିକାରୀ ବି ଆଜି ଆସିଛନ୍ତି ନିଜ ଗୁହାରୀ ଜଣାଇବାକୁ।

ଅଧିକ ପଢ଼ନ୍ତୁ: ‘ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର, ହେବ ଗଣତି’