୧୬ ବର୍ଷର କମ୍‌ ଶିଶୁଙ୍କୁ ସୋସିଆଲ ମିଡିଆ ମନା

ମେଲ୍‌ବୋର୍ଣ୍ଣ : ଅଷ୍ଟ୍ରେଲିଆ ସଂସଦ ବଡ଼ ନିଷ୍ପତ୍ତି ନେଇଛି। ୧୬ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ଫେସବୁକ, ଏକ୍ସ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ସାଇଟ୍‌ ନିଷିଦ୍ଧ କରିଦିଆଯାଇଛି। ଏ ସମ୍ବନ୍ଧିତ ଆଇନ ଗୁରୁବାର ସନ୍ଧ୍ୟାରେ ଅଷ୍ଟ୍ରେଲିଆର ଉଚ୍ଚ ସଦନ ସିନେଟରେ ପାରିତ ହୋଇଯାଇଛି। ଏହା ପୂର୍ବରୁ ବୁଧବାର ଏହା ନିମ୍ନ ସଦନରେ ପାରିତ ହୋଇଯାଇଥିଲା। ସବୁ ଦଳର ସଦସ୍ୟ ଏହାକୁ ସମର୍ଥନ ଦେଇଛନ୍ତି। ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଅଷ୍ଟ୍ରେଲିଆ ଏହି ପଦକ୍ଷେପ ନେଇଛି। […]

୧୬ ବର୍ଷର କମ୍‌ ଶିଶୁଙ୍କୁ ସୋସିଆଲ ମିଡିଆ ମନା
Social media bans children under 16 years of age

ମେଲ୍‌ବୋର୍ଣ୍ଣ : ଅଷ୍ଟ୍ରେଲିଆ ସଂସଦ ବଡ଼ ନିଷ୍ପତ୍ତି ନେଇଛି। ୧୬ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ଫେସବୁକ, ଏକ୍ସ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ସାଇଟ୍‌ ନିଷିଦ୍ଧ କରିଦିଆଯାଇଛି। ଏ ସମ୍ବନ୍ଧିତ ଆଇନ ଗୁରୁବାର ସନ୍ଧ୍ୟାରେ ଅଷ୍ଟ୍ରେଲିଆର ଉଚ୍ଚ ସଦନ ସିନେଟରେ ପାରିତ ହୋଇଯାଇଛି। ଏହା ପୂର୍ବରୁ ବୁଧବାର ଏହା ନିମ୍ନ ସଦନରେ ପାରିତ ହୋଇଯାଇଥିଲା। ସବୁ ଦଳର ସଦସ୍ୟ ଏହାକୁ ସମର୍ଥନ ଦେଇଛନ୍ତି। ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଅଷ୍ଟ୍ରେଲିଆ ଏହି ପଦକ୍ଷେପ ନେଇଛି।

ଏଥର ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଦୂରେଇ ରଖିବା ପାଇଁ ସୋସିଆଲ ମିଡିଆ ସାଇଟ୍‌ ଗୁଡିକ କଠୋର ପଦକ୍ଷେପ ଗ୍ରହଣ କରିବେ। ଏପରି ନ କଲେ ୩୨. ୫ ନିୟତ ଡଲାର (ଆମେରିକୀୟ) ଜରିମାନା ଲଗାଯିବ। ତେବେ ସୋସିଆଲ ମିଡିଆ କମ୍ପାନୀଗୁଡିକ ଏହାକୁ ବିରୋଧ କରିଛନ୍ତି। ତରବରିଆ ଭାବେ ଏହି ଆଇନ ଅଣାଯାଇଥିବା କହିଛନ୍ତି। ଆଇନକୁ ଅସ୍ପଷ୍ଟ ଏବଂ ସମସ୍ୟାଯୁକ୍ତ କୁହାଯାଇଛି। ଏହା ପୂର୍ବରୁ ଚୀନ୍‌ରେ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗିଥିଲା। ପ୍ରତି ବୟସର ଶିଶୁଙ୍କ ଲାଗି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ୧୩ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଏହା ବ୍ୟବହାର ପାଇଁ ବାପାମାଆଙ୍କ ଅନୁମତି ନେବାକୁ ମଧ୍ୟ ପଡୁଥିଲା। ଏହା ସହିତ କୋଡ୍‌ର ବ୍ୟବସ୍ଥା କରାଯାଇଥିଲା।