୧୭ ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ଜନତା ମୈଦାନରେ ସୁଭଦ୍ରା ଯୋଜନାର କରିବେ ମେଗା ଲଞ୍ଚି । ସୁଭଦ୍ରା ସ୍କିମରେ ରାଜ୍ୟରେ ସବୁଠୁ ବେଶୀ ମହିଳା ଉପକୃତ ହେବେ । ଓଡିଶାର ପ୍ରାୟ ୧ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ସୁଫଳ ପାଇବେ । ଏହା ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା ନେଇ ସୂଚନା ରହିଛି । ସେପଟେ ସମାନ ଦିନରେ ଭୁବନେଶ୍ଵରରୁ ୨୮୦୦ […]

୧୭ ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ
୧୭ ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ଜନତା ମୈଦାନରେ ସୁଭଦ୍ରା ଯୋଜନାର କରିବେ ମେଗା ଲଞ୍ଚି । ସୁଭଦ୍ରା ସ୍କିମରେ ରାଜ୍ୟରେ ସବୁଠୁ ବେଶୀ ମହିଳା ଉପକୃତ ହେବେ । ଓଡିଶାର ପ୍ରାୟ ୧ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ସୁଫଳ ପାଇବେ । ଏହା ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା ନେଇ ସୂଚନା ରହିଛି ।

ସେପଟେ ସମାନ ଦିନରେ ଭୁବନେଶ୍ଵରରୁ ୨୮୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ସେହିଦିନ ଗଡିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରଣହି କରି ବିଶାଖାପାଟଣାରେ ପହଞ୍ଚିବ । ୧ ହଜାର କୋଟିର ନ୍ୟାସନାଲ ହାଇଓ୍ବେ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି।

ସେହିପରି ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ୧୦ ଲକ୍ଷ ହିତାଧିକାରୀଙ୍କୁ ବାଣ୍ଟିବେ ପିଏମ ଆବାସ । ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ। ସେହି ଦିନ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର‘ଘର ମଞ୍ଜୁରୀ ପତ୍ର’,୨୬ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଂଟନ ସହ ‘ଆବାସ+ ୨୦୨୪’ର ଆପ୍ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଡିବିଟି ମାଧ୍ୟମରେ ପ୍ରଥମ କିସ୍ତି ବାବଦକୁ ୩୧୮୦ କୋଟି ପଠାଇବେ । ଓଡ଼ିଶାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।