ସରୋଗେସୀ ମାଧ୍ୟମରେ ମାତୃତ୍ଵ ଲାଭ କରିଥିବା ମହିଳା ପାଇପାରିବେ ପ୍ରସବକାଳୀନ ଛୁଟି
କଟକ : ମାତୃତ୍ଵ ଛୁଟିକୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ I ସରୋଗେସୀ ମାଧ୍ୟମରେ ମାତୃତ୍ଵ ଲାଭ କରିଥିବା ମହିଳା କର୍ମଚାରୀଙ୍କୁ ମିଳିବ ପ୍ରସବ କାଳୀନ ଛୁଟି I ଯଦି ସରକାର ପ୍ରାକୃତିକ ଉପାୟରେ ସନ୍ତାନ ପ୍ରସବ କରିଥିବା ମହିଳା କର୍ମଚାରୀଙ୍କୁ ପ୍ରସବକାଳୀନ ଛୁଟି ପ୍ରଦାନ କରୁଛନ୍ତି, ତେବେ ସରୋଗେସୀ ମାଧ୍ୟମରେ ମାତୃତ୍ଵ ଲାଭ କରିଥିବା ମହିଳାଙ୍କୁ ଏହି ସୁବିଧା ପ୍ରଦାନରୁ ବଞ୍ଚିତ କରାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର […]

କଟକ : ମାତୃତ୍ଵ ଛୁଟିକୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ I ସରୋଗେସୀ ମାଧ୍ୟମରେ ମାତୃତ୍ଵ ଲାଭ କରିଥିବା ମହିଳା କର୍ମଚାରୀଙ୍କୁ ମିଳିବ ପ୍ରସବ କାଳୀନ ଛୁଟି I ଯଦି ସରକାର ପ୍ରାକୃତିକ ଉପାୟରେ ସନ୍ତାନ ପ୍ରସବ କରିଥିବା ମହିଳା କର୍ମଚାରୀଙ୍କୁ ପ୍ରସବକାଳୀନ ଛୁଟି ପ୍ରଦାନ କରୁଛନ୍ତି, ତେବେ ସରୋଗେସୀ ମାଧ୍ୟମରେ ମାତୃତ୍ଵ ଲାଭ କରିଥିବା ମହିଳାଙ୍କୁ ଏହି ସୁବିଧା ପ୍ରଦାନରୁ ବଞ୍ଚିତ କରାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଜନୈକା ମହିଳା କର୍ମଚାରୀଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି।
ଏହି ଆଧାରରେ ସରୋଗେସୀ ମା’ଙ୍କ ପାଇଁ ପ୍ରତିବନ୍ଧକ ସାଜିଥିବା ଅର୍ଥ ବିଭାଗର ୨୦୧୯, ନଭେମ୍ବର ୧୫ର ଚିଠି ଓ ସାଧାରଣ ପ୍ରଶାସନ ବିଭାଗର ୨୦୨୦, ଜୁଲାଇ ୬ର ଚିଠିକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ସମ୍ବିଧାନର ଧାରା ୨୧ ଅନୁଯାୟୀ ମାତୃତ୍ୱ ଅଧିକାର ସହିତ ସବୁ ଶିଶୁଙ୍କ ପୂର୍ଣ୍ଣାଙ୍ଗ ବିକାଶ ସମ୍ପର୍କିତ ଅଧିକାର ପ୍ରଦାନ କରିଥାଏ ବୋଲି କୋର୍ଟ କହିଛନ୍ତି ।
ସୂଚନାନୁସାରେ, ଓଡ଼ିଶା ଅର୍ଥସେବା ଅଧିକାରୀ ଭାବେ ଜଣେ ମହିଳା କର୍ମଚାରୀ ଚାକିରିରେ ଯୋଗଦେଇଥିଲେ । ସେ ଚିରାଚରିତ ପ୍ରକ୍ରିୟାରେ ମା’ହୋଇ ନପାରିବାରୁ ସରୋଗେସୀ ମାଧ୍ୟମରେ ଜଣେ ମହିଳାଙ୍କ ସହ ଚୁକ୍ତି କରି ୨୦୧୮, ଅକ୍ଟୋବର ମାସରେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ତାଙ୍କର ପ୍ରସବକାଳୀନ ଛୁଟି ଦରଖାସ୍ତକୁ ମଞ୍ଜୁର କରାଯାଇଥିଲା । ମାତ୍ର ସ୍ଥିତି ସ୍ପଷ୍ଟ ନଥିବାରୁ ପରବର୍ତ୍ତୀ ସମୟରେ ତାହାକୁ ଅନୁଧ୍ୟାନ କରିବାକୁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଥିଲା । ତେଣୁ ଏହାକୁ ଚ୍ୟାଲେଞ୍ଜ କରି ମହିଳା ଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶିଶୁ ଜନ୍ମ ପରେ ଯତ୍ନ ଓ ପାଳନପୋଷଣ ପାଇଁ ପ୍ରାରମ୍ଭିକ ଦିନଗୁଡ଼ିକ ମା’ ପାଇଁ ବହୁତ ଜଟିଳ ହୋଇଥାଏ । ଶିଶୁର ବିକାଶ ଏହି ସମୟର ବହୁତ ଗୁରୁତ୍ୱ ରହିଥାଏ । ଏଭଳି ସ୍ଥିତିରେ ସରୋଗେସୀ ମାଧ୍ୟମରେ ମାତୃତ୍ୱ ଲାଭ କରିଥିବା ଆବେଦନକାରୀଙ୍କୁ ୧୮୦ଦିନର ପ୍ରସବକାଳୀନ ଛୁଟି ମଞ୍ଜୁର ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।