ମହଙ୍ଗା ପଡିଲା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର, ୪ ଦିନରେ ଚାର୍ଜସିଟ ଦାଖଲ ସହ ୭ ଦିନରେ ଆରମ୍ଭ ହେଲା ଶୁଣାଣି

ଭୁବନେଶ୍ବର: ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଘଟଣାରେ କମିଶନରେଟ ପୁଲିସର କଡା ଆଭିମୁଖ୍ୟ। ଓଡିଶା ନ୍ୟାୟିକ ଇତିହାସରେ ପ୍ରଥମ ଘଟଣା। ମାମଲାର ୪ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ସହ ୭ ଦିନରେ ଆରମ୍ଭ ହୋଇଛି ଶୁଣାଣି । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ହାଜତରେ ଚାଲିଛି ତ୍ୱରିତ ଶୁଣାଣି। ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ଜଣେ ସ୍ଵିଡେନ ମହିଳାଙ୍କୁ ମନ୍ଦିର ଉତ୍ତର ଦ୍ୱାର ନିକଟରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ଏ ନେଇ ଲିଙ୍ଗରାଜ ଥାନାରେ ଏତଲା […]

ମହଙ୍ଗା ପଡିଲା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର, ୪ ଦିନରେ ଚାର୍ଜସିଟ ଦାଖଲ ସହ ୭ ଦିନରେ ଆରମ୍ଭ ହେଲା ଶୁଣାଣି
Untitled 1 50

ଭୁବନେଶ୍ବର: ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଘଟଣାରେ କମିଶନରେଟ ପୁଲିସର କଡା ଆଭିମୁଖ୍ୟ। ଓଡିଶା ନ୍ୟାୟିକ ଇତିହାସରେ ପ୍ରଥମ ଘଟଣା। ମାମଲାର ୪ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ସହ ୭ ଦିନରେ ଆରମ୍ଭ ହୋଇଛି ଶୁଣାଣି । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ହାଜତରେ ଚାଲିଛି ତ୍ୱରିତ ଶୁଣାଣି। ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ଜଣେ ସ୍ଵିଡେନ ମହିଳାଙ୍କୁ ମନ୍ଦିର ଉତ୍ତର ଦ୍ୱାର ନିକଟରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ଏ ନେଇ ଲିଙ୍ଗରାଜ ଥାନାରେ ଏତଲା ହୋଇଥିଲା । ଏତଲା ଆଧାରରେ ଅଭିଯୁକ୍ତ କୁନ୍ଦନ ମହାପାତ୍ରକୁ ଗିରଫ କରିଥିଲା ପୋଲିସ । ସେପଟେ ପର୍ଯ୍ୟଟନ ରେ ବାଧକ ସାଜୁଥିବା ଅସାମାଜିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ।