ରଜରେ ପ୍ରସ୍ତୁତ କରନ୍ତୁ ପୋଡ଼ପିଠା…

ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ – ୩୦୦ ଗ୍ରାମ୍‌, କଟା ନଡ଼ିଆ – ଏକ କପ୍‌, ଗୁଡ଼ – ୩୦୦ ଗ୍ରାମ୍‌, ତେଜପତ୍ର-ଦୁଇଗୋଟି, ଛେଚା ଅଦା – ଏକ ଚାମଚ, ଗୁଜୁରାତି ଓ ଗୋଲମରିଚ ଗୁଣ୍ଡ – ଏକ ଚାମଚ, ଲୁଣ- ସ୍ବାଦ ଅନୁସାରେ ଗୁଆ ଘିଅ – ଆବଶ୍ୟକତା ସସଅନୁସାରେ, ଲୁଣ – ସ୍ବାଦ ଅନୁସାରେ। ପ୍ରସ୍ତୁତି ପ୍ରଣାଳୀ ଅରୁଆ ଚାଉଳକୁ ପାଣିରେ ଭିଜାଇ ଛଅରୁ ସାତଘଣ୍ଟା ରଖନ୍ତୁ। ଚାଉଳ ଭଲ ଭାବେ ଫୁଲିଯିବା ପରେ […]

ରଜରେ ପ୍ରସ୍ତୁତ କରନ୍ତୁ ପୋଡ଼ପିଠା…
poda-pitha

ଆବଶ୍ୟକ ସାମଗ୍ରୀ
ଅରୁଆ ଚାଉଳ – ୩୦୦ ଗ୍ରାମ୍‌, କଟା ନଡ଼ିଆ – ଏକ କପ୍‌, ଗୁଡ଼ – ୩୦୦ ଗ୍ରାମ୍‌, ତେଜପତ୍ର-ଦୁଇଗୋଟି, ଛେଚା ଅଦା – ଏକ ଚାମଚ, ଗୁଜୁରାତି ଓ ଗୋଲମରିଚ ଗୁଣ୍ଡ – ଏକ ଚାମଚ, ଲୁଣ- ସ୍ବାଦ ଅନୁସାରେ ଗୁଆ ଘିଅ – ଆବଶ୍ୟକତା ସସଅନୁସାରେ, ଲୁଣ – ସ୍ବାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ
ଅରୁଆ ଚାଉଳକୁ ପାଣିରେ ଭିଜାଇ ଛଅରୁ ସାତଘଣ୍ଟା ରଖନ୍ତୁ। ଚାଉଳ ଭଲ ଭାବେ ଫୁଲିଯିବା ପରେ ସେଥିରେ ଏକ କପ୍‌ ପାଣି ଦେଇ ଗ୍ରାଇଣ୍ଡିଂ ରଖନ୍ତୁ। ଏହା ପରେ ଚୁଲିରେ କଡ଼େଇ ବସାନ୍ତୁ। ସେଥିରେ ପାଣିଦେଇ ଗୁଡ଼ ପକାନ୍ତୁ । ପାଣିରେ ଗୁଡ଼ ଭଲ କରି ମିଶିଯିବା ପରେ ସେଥିରେ କଟା ନଡ଼ିଆ, ତେଜପତ୍ର, ଅଦା ଛେଚା, ଲୁଣ, ଗୁଜୁରାତି, ଗୋଲମରିଚ ଗୁଣ୍ଡ, ଲୁଣ ଓ ଏକ ଚାମଚ ଗୁଆ ଘିଅ ଦେଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ। ମିଶ୍ରଣଟି ଫୁଟି ଆସିଲା ବେଳକୁ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ଚାଉଳ ବଟାକୁ ଅଳ୍ପ ଅଳ୍ପ ଦେଇ ଚଟୁ ସାହାଯ୍ୟରେ ଘାଣ୍ଟନ୍ତୁ । ଜନ୍ତଣି କଡ଼େଇରୁ ଛାଡ଼ିଆସିଲେ ଗ୍ୟାସ୍‌କୁ ବନ୍ଦ କରିଦିଅନ୍ତୁ । ପରେ ପ୍ରେସରକୁକର କିମ୍ବା ହାଣ୍ଡିରେ କଦଳୀ ପତ୍ର ଦେଇ ସେଥିରେ ଘିଅ ଲଗାଇ କଟା ନଡ଼ିଆ ପକାନ୍ତୁ। ଏହାପରେ ଜନ୍ତଣିକୁ ଦେଇ ହାତରେ ଭଲ ଭାବେ ଥାପି ଦିଅନ୍ତୁ । ଉପରେ ସଜାଇବା ପାଇଁ ଅଳ୍ପ କଟା ନଡ଼ିଆ ପକାଇ କଦଳୀ ପତ୍ର ଦିଅନ୍ତୁ। ଏହାପରେ ଢାଙ୍କୁଣି ଘୋଡ଼େଇ ୪୦-୫୦ ମିନିଟ୍ ଧିମା ଆଞ୍ଚରେ ବସାନ୍ତୁ । ପିଠା ପ୍ରସ୍ତୁତ ହୋଇଗଲା ପରେ ଗ୍ୟାସ୍‌ ବନ୍ଦ କରି ଏହାକୁ, ଥଣ୍ଡା ହେବାପାଇଁ ଛାଡ଼ି ଦିଅନ୍ତୁ । ଥଣ୍ଡା ହୋଇଯିବା ପରେ ଛୁରିରେ ଖଣ୍ଡ ଖଣ୍ଡ କରି ପରଷନ୍ତୁ ପୋଡ଼ପିଠା ।