୧୭ ହଜାର ଫୁଟ୍‌ ଉଚ୍ଚରେ ଖରାପ ହେଲା ଇଣ୍ଡିଗୋ ବିମାନର ଇଞ୍ଜିନ୍‌, ଥିଲେ ୧୬୦ ଯାତ୍ରୀ

ଜୟପୁର,୨୩।୧: ଜୟପୁରରୁ କୋଲକାତା ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ରକ୍ଷା ପାଇଛି। ଉଡାଣ ଭରିବାର ୩୫ ମିନିଟ ପରେ ଇଣ୍ଡିଗୋ ବିମାନ(6E-784)ର ଇଞ୍ଜିନ ଫେଲ୍‌ ହୋଇଯାଇଥିଲା। ଏଥିଯୋଗୁ ବିମାନଟିକୁ ଜରୁରିକାଳୀନ ଅବତରଣ କରାଯାଇଥିଲା। ପରେ ଏଥିରେ ଥିବା ୧୬୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ବିମାନରେ କୋଲକାତା ପଠାଯାଇଛି। ଇଣ୍ଡିଗୋର ବିମାନଟି ଜୟପୁରରୁ ଅପରାହ୍ନ ୬.୧୫ ମିନିଟରେ କୋଲକାତା ଆସିଥାଏ। ହେଲେ ପରିଚାଳନାଗତ କାରଣରୁ ଏହା ବିଳମ୍ବରେ ସୋମବାର ରାତି ୮.୨୫ ମିନିଟ୍‌ ସମୟରେ […] The post ୧୭ ହଜାର ଫୁଟ୍‌ ଉଚ୍ଚରେ ଖରାପ ହେଲା ଇଣ୍ଡିଗୋ ବିମାନର ଇଞ୍ଜିନ୍‌, ଥିଲେ ୧୬୦ ଯାତ୍ରୀ appeared first on Dharitri Odia News.

୧୭ ହଜାର ଫୁଟ୍‌ ଉଚ୍ଚରେ ଖରାପ ହେଲା ଇଣ୍ଡିଗୋ ବିମାନର ଇଞ୍ଜିନ୍‌, ଥିଲେ ୧୬୦ ଯାତ୍ରୀ

ଜୟପୁର,୨୩।୧: ଜୟପୁରରୁ କୋଲକାତା ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ରକ୍ଷା ପାଇଛି। ଉଡାଣ ଭରିବାର ୩୫ ମିନିଟ ପରେ ଇଣ୍ଡିଗୋ ବିମାନ(6E-784)ର ଇଞ୍ଜିନ ଫେଲ୍‌ ହୋଇଯାଇଥିଲା। ଏଥିଯୋଗୁ ବିମାନଟିକୁ ଜରୁରିକାଳୀନ ଅବତରଣ କରାଯାଇଥିଲା। ପରେ ଏଥିରେ ଥିବା ୧୬୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ବିମାନରେ କୋଲକାତା ପଠାଯାଇଛି।

ଇଣ୍ଡିଗୋର ବିମାନଟି ଜୟପୁରରୁ ଅପରାହ୍ନ ୬.୧୫ ମିନିଟରେ କୋଲକାତା ଆସିଥାଏ। ହେଲେ ପରିଚାଳନାଗତ କାରଣରୁ ଏହା ବିଳମ୍ବରେ ସୋମବାର ରାତି ୮.୨୫ ମିନିଟ୍‌ ସମୟରେ ଉଡାଣ ଭରିଥିଲା। ପରେ ପ୍ରାୟ ୧୭ ହଜାର ଫୁଟ ଉଚ୍ଚରେ ବିମାନର ଏକ ଇଞ୍ଜିନ ଖରାପ ହୋଇଯାଇଥିଲା। ଏହାପରେ ପାଇଲଟ୍‌ ତୁରନ୍ତ ବିମାନକୁ ଜୟପୁରରେ ଅବତରଣ କରାଇବାକୁ ନିଷ୍ପତ୍ତି ନେଇଥିଲେ।

The post ୧୭ ହଜାର ଫୁଟ୍‌ ଉଚ୍ଚରେ ଖରାପ ହେଲା ଇଣ୍ଡିଗୋ ବିମାନର ଇଞ୍ଜିନ୍‌, ଥିଲେ ୧୬୦ ଯାତ୍ରୀ appeared first on Dharitri Odia News.