୧୭ ୟୁରୋରେ ନେପୋଲିଅନଙ୍କ ପିସ୍ତଲ ନିଲାମ, ଜାଣନ୍ତୁ ଏହାର କ'ଣ ରହିଛି ବିଶେଷତ୍ଵ

ମୁମ୍ଵାଇ ୦୯।୦୭: ନେପୋଲିଅନ୍‌ ବୋନାପାର୍ଟଙ୍କର ଦୁଇଟି ପିସ୍ତଲ  ଫ୍ରାନ୍ସରେ ୧୬.୯ ଲକ୍ଷ ୟୁରୋ (୧୮ ଲକ୍ଷ  ଡଲାର)ରେ ବିକ୍ରି ହୋଇଛି। ସୂଚନାଯୋଗ୍ୟ, ନେପୋଲିଅନ୍‌ ଦିନେ ଏହି ପିସ୍ତଲରେ ନିଜକୁ ହତ୍ୟା  କରିବାକୁ ଚେଷ୍ଟା କରିଥିଲେ । ପିସ୍ତଲ ଦୁଇଟି ଜାତୀୟ ସମ୍ପତ୍ତି  ରୂପେ ଦେଶରେ ରହୁ ବୋଲି ସରକାର ଜୋର ଦେଇଛନ୍ତି। ଗତ ରବିବାର ପ୍ୟାରିସ୍‌ର ଦକ୍ଷିଣରେ ଫନ୍‌ଟେନ୍‌ବ୍ଲୋରେ   ପିସ୍ତଲର ନିଲାମ ହୋଇଛି। ଏହାକୁ କିଣିଥିବା ବ୍ୟକ୍ତିଙ୍କ ନାଁ  ସାର୍ବଜନୀନ କରାଯାଇନାହିଁ। ପିସ୍ତଲର ନିଲାମ ମୂଲ୍ୟ ୧୨- ୧୫ ଲକ୍ଷ ୟୁରୋ ହେବ ବୋଲି ଆକଳନ କରାଯାଇଥିଲା।  ନିଲାମ ପୁର୍ବରୁ ଫ୍ରାନ୍ସ ସଂସ୍କୃତି ମନ୍ତ୍ରାଳୟର ଜାତୀୟ  ସମ୍ପତ୍ତି କମିଶନ ପିସ୍ତଲକୁ ଜାତୀୟ ସମ୍ପତ୍ତି ରୂପେ ବର୍ଗୀକୃତ କରିଥିଲା। ସରକାରଙ୍କ ଔପଚାରିକ ପତ୍ରିକାରେ ପ୍ରକାଶିତ  ଏକ ନିଷ୍ପତ୍ତି ଜରିଆରେ ଏହାର ରପ୍ତାନି ଉପରେ କଟକଣା  ଲାଗୁ ହୋଇଥିଲା । ପିସ୍ତଲର ରପ୍ତାନି କଟକଣା ପ୍ରମାଣପତ୍ରରେ  ୩୦ ମାସର ଅବଧିରେ ସରକାର କ୍ରେତାଙ୍କୁ ପିସ୍ତଲ କିଣିବା   ଅଫର୍‌ ଦେଇପାରିବେ । ତେବେ ଏହାକୁ ପ୍ରତ୍ୟାଖ୍ୟାନ  କରିବାର ଅଧିକାର ମଧ୍ୟ କ୍ରେତାଙ୍କର ଅଛି । ସରକାରଙ୍କ  ନିଷ୍ପତ୍ତି ଅନୁସାରେ, ଜାତୀୟ ସମ୍ପତ୍ତି ରୂପେ ଯୋଗ୍ୟ  ବିବେଚିତ କୌଣସି ସାଂସ୍କୃତିକ ସମ୍ପତ୍ତି ଫେରିବାର ପ୍ରତିଶ୍ରୁତି  ସହିତ ଅସ୍ଥାୟୀ ରୂପେ ଫ୍ରାନ୍ସ ବାହାରକୁ ଯାଇପାରେ। ସୁନା ଓ ରୁପା ଖଚିତ ଏହି ସମୃଦ୍ଧ ତ

୧୭ ୟୁରୋରେ ନେପୋଲିଅନଙ୍କ ପିସ୍ତଲ ନିଲାମ, ଜାଣନ୍ତୁ ଏହାର କ'ଣ ରହିଛି ବିଶେଷତ୍ଵ

ମୁମ୍ଵାଇ ୦୯।୦୭: ନେପୋଲିଅନ୍‌ ବୋନାପାର୍ଟଙ୍କର ଦୁଇଟି ପିସ୍ତଲ  ଫ୍ରାନ୍ସରେ ୧୬.୯ ଲକ୍ଷ ୟୁରୋ (୧୮ ଲକ୍ଷ  ଡଲାର)ରେ ବିକ୍ରି ହୋଇଛି। ସୂଚନାଯୋଗ୍ୟନେପୋଲିଅନ୍‌ ଦିନେ ଏହି ପିସ୍ତଲରେ ନିଜକୁ ହତ୍ୟା  କରିବାକୁ ଚେଷ୍ଟା କରିଥିଲେ । ପିସ୍ତଲ ଦୁଇଟି ଜାତୀୟ ସମ୍ପତ୍ତି  ରୂପେ ଦେଶରେ ରହୁ ବୋଲି ସରକାର ଜୋର ଦେଇଛନ୍ତି। ଗତ ରବିବାର ପ୍ୟାରିସ୍‌ର ଦକ୍ଷିଣରେ ଫନ୍‌ଟେନ୍‌ବ୍ଲୋରେ   ପିସ୍ତଲର ନିଲାମ ହୋଇଛି। ଏହାକୁ କିଣିଥିବା ବ୍ୟକ୍ତିଙ୍କ ନାଁ  ସାର୍ବଜନୀନ କରାଯାଇନାହିଁ। ପିସ୍ତଲର ନିଲାମ ମୂଲ୍ୟ ୧୨- ୧୫ ଲକ୍ଷ ୟୁରୋ ହେବ ବୋଲି ଆକଳନ କରାଯାଇଥିଲା।  

ନିଲାମ ପୁର୍ବରୁ ଫ୍ରାନ୍ସ ସଂସ୍କୃତି ମନ୍ତ୍ରାଳୟର ଜାତୀୟ  ସମ୍ପତ୍ତି କମିଶନ ପିସ୍ତଲକୁ ଜାତୀୟ ସମ୍ପତ୍ତି ରୂପେ ବର୍ଗୀକୃତ କରିଥିଲା। ସରକାରଙ୍କ ଔପଚାରିକ ପତ୍ରିକାରେ ପ୍ରକାଶିତ  ଏକ ନିଷ୍ପତ୍ତି ଜରିଆରେ ଏହାର ରପ୍ତାନି ଉପରେ କଟକଣା  ଲାଗୁ ହୋଇଥିଲା । ପିସ୍ତଲର ରପ୍ତାନି କଟକଣା ପ୍ରମାଣପତ୍ରରେ  ୩୦ ମାସର ଅବଧିରେ ସରକାର କ୍ରେତାଙ୍କୁ ପିସ୍ତଲ କିଣିବା   ଅଫର୍‌ ଦେଇପାରିବେ । ତେବେ ଏହାକୁ ପ୍ରତ୍ୟାଖ୍ୟାନ  କରିବାର ଅଧିକାର ମଧ୍ୟ କ୍ରେତାଙ୍କର ଅଛି । ସରକାରଙ୍କ  ନିଷ୍ପତ୍ତି ଅନୁସାରେଜାତୀୟ ସମ୍ପତ୍ତି ରୂପେ ଯୋଗ୍ୟ  ବିବେଚିତ କୌଣସି ସାଂସ୍କୃତିକ ସମ୍ପତ୍ତି ଫେରିବାର ପ୍ରତିଶ୍ରୁତି  ସହିତ ଅସ୍ଥାୟୀ ରୂପେ ଫ୍ରାନ୍ସ ବାହାରକୁ ଯାଇପାରେ। ସୁନା ଓ ରୁପା ଖଚିତ ଏହି ସମୃଦ୍ଧ ତଥା ସୁସଜ୍ଜିତ  ବନ୍ଧୁକରେ ଭବ୍ୟ ରାଜକୀୟ ଠାଣିରେ ନୋପୋଲିଅନ୍‌ଙ୍କ  ଛବି ରହିଛି । 

କୁହାଯାଏ୧୮୧୪ ମସିହାରେ ବିଦେଶୀ   ସ÷ନ୍ୟ ନେପୋଲିଅନ୍‌ଙ୍କ ସୈନ୍ୟଙ୍କୁ ପରାସ୍ତ କରିବା ସହ  ପ୍ୟାରିସ୍‌ ଉପରେ କବ୍‌ଜା କରିବା ପରେ ନେପୋଲିଅନ୍‌  ରାଜଗାଦି ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ପରାସ୍ତ ହେବା  ପରେ ନେପୋଲିଅନ୍‌ ସମ୍ପୂର୍ଣ୍ଣ ଅବସାଦଗ୍ରସ୍ତ ହୋଇ ଏହି   ବନ୍ଧୁକରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ  ମୁଖ୍ୟ ଅନୁଚର ଏଥିରୁ ପାଉଡର ହଟାଇ ଦେଇଥିଲେ  ବୋଲି ନିଲାମ ଗୃହର ବିଶେଷଜ୍ଞ ଜିନ୍‌-ପାଇରି ଓସେନାଣ୍ଟ୍‌  କହିଛନ୍ତି । ଏହା ପରେ ନେପୋଲିଅନ୍‌ ବିଷ ଖାଇଥିଲେ  କିନ୍ତୁ ବାନ୍ତି କରିବା ପରେ ବଞ୍ଚିଗଲେ । ଏହି ଘଟଣା  ପରେ ଦୁଇ ପିସ୍ତଲକୁ ସେ ମୁଖ୍ୟ ଅନୁଚରଙ୍କୁ ଦେଇ  ନିଷ୍ଠାପରତା ଲାଗି ତାଙ୍କୁ ଧନ୍ୟବାଦ ଦେଇଥିଲେ ।