୧୭ରୁ ଚକା ଜାମ୍‌ ଆନ୍ଦୋଳନ

ସୋର,୧୬।୧୦(ଜନ୍ମେଜୟ ମିଶ୍ର)ଛ ୧୬ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ସୋର ସହରର ପ୍ରବେଶ ଦ୍ୱାର ଉତ୍ତରେଶ୍ୱର ଓ ୟୁଏନ କଲେଜ ଛକରେ ସଂକୀର୍ଣ୍ଣ ଗଳାପୋଲ ନିର୍ମାଣ କରାଯାଇଛି। ଫଳରେ ଦୀର୍ଘ ବର୍ଷ ହେଲା ଲୋକେ ନାହିଁ ନ ଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହି ଗଳାପୋଲରେ ଅଧିକାଂଶ ସମୟରେ ଟ୍ରାଫିକ୍‌ ସମସ୍ୟା ଯୋଗୁ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଏବଂ ସ୍କୁଲ, କଲେଜ ଛାତ୍ର, ସ୍କୁଲ ଗାଡ଼ି ଏବଂ ଷ୍ଟେଶନକୁ ଯାତାୟାତ […] The post ୧୭ରୁ ଚକା ଜାମ୍‌ ଆନ୍ଦୋଳନ appeared first on Dharitri Odia News.

୧୭ରୁ ଚକା ଜାମ୍‌ ଆନ୍ଦୋଳନ

ସୋର,୧୬।୧୦(ଜନ୍ମେଜୟ ମିଶ୍ର)ଛ ୧୬ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ସୋର ସହରର ପ୍ରବେଶ ଦ୍ୱାର ଉତ୍ତରେଶ୍ୱର ଓ ୟୁଏନ କଲେଜ ଛକରେ ସଂକୀର୍ଣ୍ଣ ଗଳାପୋଲ ନିର୍ମାଣ କରାଯାଇଛି। ଫଳରେ ଦୀର୍ଘ ବର୍ଷ ହେଲା ଲୋକେ ନାହିଁ ନ ଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହି ଗଳାପୋଲରେ ଅଧିକାଂଶ ସମୟରେ ଟ୍ରାଫିକ୍‌ ସମସ୍ୟା ଯୋଗୁ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଏବଂ ସ୍କୁଲ, କଲେଜ ଛାତ୍ର, ସ୍କୁଲ ଗାଡ଼ି ଏବଂ ଷ୍ଟେଶନକୁ ଯାତାୟାତ କରୁଥିବା ଯାତ୍ରୀମାନେ ଘଣ୍ଟାଘଣ୍ଟାକାଳ ଅଟକି ରହୁଛନ୍ତି। ଅଧିକାଂଶ ସମୟରେ ଭାରୀଯାନ କିମ୍ବା ଯାତ୍ରୀବାହୀ ବସ୍‌ ଏହି ରାସ୍ତାରେ ଯାତାୟତ ଅସମ୍ଭବ ହୋଇ ପଡୁଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଜାତୀୟ ରାଜପଥ ଛ’ଟିକିଆ ରାସ୍ତା ସମ୍ପ୍ରସାରଣ ବେଳେ ବହୁ ଦାବି ପରେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଉଭୟ ପୋଲକୁ ଭଙ୍ଗାଯାଇ ପରିବର୍ଦ୍ଧିତ ଲମ୍ବ ୨୪ ମିଟର ଏବଂ ଉଚ୍ଚତା ୫.୫ ମିଟର କରାଯିବା ପାଇଁ ଆବଶ୍ୟକୀୟ ଅର୍ଥ ୨୦୨୨ରୁ ମଞ୍ଜୁର ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଠିକା କମ୍ପାନୀ ଓ ଜିଲା ପ୍ରଶାସନର ଉଦାସୀନତା ଯୋଗୁ ଅଦ୍ୟାବଧି କୌଣସି କାର୍ଯ୍ୟ କରାଯାଉନାହିଁ। ଏହାର ପ୍ରତିବାଦରେ ସୋର ନାଗରିକ ମଞ୍ଚ ପକ୍ଷରୁ ଆସନ୍ତା ୧୭ ତାରିଖ ସକାଳ ୯ଟାରୁ ଜାତୀୟ ରାଜପଥରେ ଚକା ଜାମ୍‌ ଆନ୍ଦୋଳନ ଆରମ୍ଭ ହେବ ବୋଲି ଆହ୍ବାନ ଦିଆଯାଇଛି। ଏନେଇ ସଂସ୍କୃତି ଭବନ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମଞ୍ଚର ସଭାପତି ନେତ୍ରାନନ୍ଦ ରାଉତ, ରବୀନ୍ଦ୍ର କୁମାର ଉପାଧ୍ୟାୟ, ଦାମୋଦର ଦାଶ ମହାପାତ୍ର, ଉଦ୍ଧବ ଚରଣ ବିଶ୍ୱାଳ ଏବଂ ମାୟାଧର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିବା ସହିତ ସୋରବାସୀଙ୍କର ସହଯୋଗ କାମନା କରିଛନ୍ତି। ଏଥର ନାଗରିକ ମଞ୍ଚ ପକ୍ଷରୁ ୬ ଘଣ୍ଟିଆ ଜାତୀୟ ରାଜପଥ ବନ୍ଦ କରାଯିବା ସହିତ କାର୍ଯ୍ୟ ଆରମ୍ଭ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

The post ୧୭ରୁ ଚକା ଜାମ୍‌ ଆନ୍ଦୋଳନ appeared first on Dharitri Odia News.