୧୮ ମାସରେ ଉତ୍ତମ ଚମତ୍କାରୀ ପାଠ, ଅନର୍ଗଳ ଭାବେ କହୁଛନ୍ତି…

ମୋହନା,୧୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ସହରରେ ରହୁଥିବା ସାମାଜସେବୀ ତଥା ପ୍ରକୃତି ବନ୍ଧୁ, ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର କୁମାର ବେହେରାଙ୍କ ୧୮ ମାସର ପୁଅ ଉତ୍ତମ କୁମାର ବେହେରା ଖୁବ କମ୍‌ ବୟସରେ ନିଜ ଗ୍ରାମଠାରୁ ଦେଶ, ନେତାଙ୍କ ନାମ, A ଠାରୁ Z, ଏ ଫର୍‌ ଅର୍ଜୁନ, ଏ ଫର୍‌ ଏପଲ, ୱାନ୍‌ଠାରୁ ଟ୍ବେଣ୍ଟି, ଅ ଠାରୁ ଲ, ବାର ମାସ ଓଡ଼ିଆ, ବାର ମାସ ଇଂରାଜୀ, ସାତ […] The post ୧୮ ମାସରେ ଉତ୍ତମ ଚମତ୍କାରୀ ପାଠ, ଅନର୍ଗଳ ଭାବେ କହୁଛନ୍ତି… appeared first on Dharitri Odia News.

୧୮ ମାସରେ ଉତ୍ତମ ଚମତ୍କାରୀ ପାଠ, ଅନର୍ଗଳ ଭାବେ କହୁଛନ୍ତି…

ମୋହନା,୧୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ସହରରେ ରହୁଥିବା ସାମାଜସେବୀ ତଥା ପ୍ରକୃତି ବନ୍ଧୁ, ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର କୁମାର ବେହେରାଙ୍କ ୧୮ ମାସର ପୁଅ ଉତ୍ତମ କୁମାର ବେହେରା ଖୁବ କମ୍‌ ବୟସରେ ନିଜ ଗ୍ରାମଠାରୁ ଦେଶ, ନେତାଙ୍କ ନାମ, A ଠାରୁ Z, ଏ ଫର୍‌ ଅର୍ଜୁନ, ଏ ଫର୍‌ ଏପଲ, ୱାନ୍‌ଠାରୁ ଟ୍ବେଣ୍ଟି, ଅ ଠାରୁ ଲ, ବାର ମାସ ଓଡ଼ିଆ, ବାର ମାସ ଇଂରାଜୀ, ସାତ ବାର ଓଡ଼ିଆ ଓ ଇଂରାଜୀ, ଜାନ ବାହାନ ନାମ, ଫଳ ଓ ପନିପରିବା, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଓଡ଼ିଆ ଇଂରାଜୀ,ରଙ୍ଗ, ପଶୁ ପକ୍ଷୀ ଚିହ୍ନିବା, ଗଣେଶ ବନ୍ଦନା, ମୋହା ମନ୍ତ୍ର, ବିଭିନ୍ନ ଶ୍ଲୋକ, ହନୁମାନ ଚାଳିଶା, ବିଭିନ୍ନ ଓଡିଆ ଇଂରାଜୀ ଗୀତ ନିଜ କୁନି ପାଟିରେ ନିଖୁଣ ଭାବେ କହୁଛନ୍ତି l ଏତେ କମ ବୟସରୁ ଏତେ ସବୁ ଜାଣିବା ପଛରେ ଉତ୍ତମଙ୍କ ମା’ କିରନ, ପିଉସୀ ବର୍ଷା ଓ ଉଷାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ଆସନ୍ତା ଦିନରେ ଉତ୍ତମ କୁମାର ବେହେରାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ କରିବା ପାଇଁ ଚେଷ୍ଟା ଜାରି ରଖିଥିବା ଉତ୍ତମଙ୍କ ବାପା ଜିତେନ୍ଦ୍ର କହିଛନ୍ତି l

Video:

The post ୧୮ ମାସରେ ଉତ୍ତମ ଚମତ୍କାରୀ ପାଠ, ଅନର୍ଗଳ ଭାବେ କହୁଛନ୍ତି… appeared first on Dharitri Odia News.