୧୯ ଫେବୃଆରୀରେ ରାମଲାଲାଙ୍କ ଦର୍ଶନ ପୂର୍ବରୁ କମଲନାଥ କରିବେ ବଡ଼ ଘୋଷଣା !…

ନୂଆଦିଲ୍ଲୀ,୧୭।୨ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ ତାଙ୍କ ଏମପି ପୁଅ ନକୁଲ ନାଥ ୧୯ରେ ଫେବୃଆରୀରେ ଅଯୋଧ୍ୟା ଯାଇ ରାମଲାଲା ଦର୍ଶନ କରିବେ । ତାଙ୍କ ଘନିଷ୍ଠ ବ୍ୟକ୍ତିମାନେ କହିଛନ୍ତି କମଲ ନାଥ ବର୍ତ୍ତମାନ ଯେକୌଣସି ସମୟରେ ଏକ ବଡ଼ ଘୋଷଣା କରିପାରନ୍ତି। ଆଲୋଚନା ହେଉଛି ନ୍‌କମଲ ନାଥ ଏବଂ ତାଙ୍କ ପୁଅ ୧୯ରେ ଭାଜପାର ସଦସ୍ୟତା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି। ପୂର୍ବତନ ସିଏମ କମଲ ନାଥଙ୍କର ପ୍ରାୟ ୪୫ […] The post ୧୯ ଫେବୃଆରୀରେ ରାମଲାଲାଙ୍କ ଦର୍ଶନ ପୂର୍ବରୁ କମଲନାଥ କରିବେ ବଡ଼ ଘୋଷଣା !… appeared first on Dharitri Odia News.

୧୯ ଫେବୃଆରୀରେ ରାମଲାଲାଙ୍କ ଦର୍ଶନ ପୂର୍ବରୁ କମଲନାଥ କରିବେ ବଡ଼ ଘୋଷଣା !…

ନୂଆଦିଲ୍ଲୀ,୧୭।୨ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ ତାଙ୍କ ଏମପି ପୁଅ ନକୁଲ ନାଥ ୧୯ରେ ଫେବୃଆରୀରେ ଅଯୋଧ୍ୟା ଯାଇ ରାମଲାଲା ଦର୍ଶନ କରିବେ ।

ତାଙ୍କ ଘନିଷ୍ଠ ବ୍ୟକ୍ତିମାନେ କହିଛନ୍ତି କମଲ ନାଥ ବର୍ତ୍ତମାନ ଯେକୌଣସି ସମୟରେ ଏକ ବଡ଼ ଘୋଷଣା କରିପାରନ୍ତି। ଆଲୋଚନା ହେଉଛି ନ୍‌କମଲ ନାଥ ଏବଂ ତାଙ୍କ ପୁଅ ୧୯ରେ ଭାଜପାର ସଦସ୍ୟତା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି।

ପୂର୍ବତନ ସିଏମ କମଲ ନାଥଙ୍କର ପ୍ରାୟ ୪୫ ବର୍ଷର ରାଜନୈତିକ କ୍ୟାରିୟର ରହିଛି। ୧୯୮୦ ମସିହାରେ କମଲ ନାଥଙ୍କୁ ପ୍ରଥମ ଥର ପାଇଁ ଛିନ୍ଦୱାରା ଠାରୁ ଲୋକସଭା ଟିକେଟ ଦିଆଯାଇଥିଲା ଏବଂ ନିର୍ବାଚନରେ ଜିତିବା ପରେ ସେ ଏମପି ହୋଇଥିଲେ।

ସେ ନଅ ଥର ଛିନ୍ଦୱାରା ଏମପି ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ସ୍ତ୍ରୀ ଅଳକା ନାଥ ମଧ୍ୟ ଏମପି ହୋଇଛନ୍ତି। ସମ୍ପ୍ରତି ତାଙ୍କ ପୁଅ ନକୁଲନାଥ ଛିନ୍ଦୱାରାର ଏମପି ଅଛନ୍ତି। କମଲ ନାଥ ମଧ୍ୟପ୍ରଦେଶରେ ବିରୋଧୀ ଦଳର ନେତା ତଥା ମଧ୍ୟପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ୱରେ ରହିଛନ୍ତି।

The post ୧୯ ଫେବୃଆରୀରେ ରାମଲାଲାଙ୍କ ଦର୍ଶନ ପୂର୍ବରୁ କମଲନାଥ କରିବେ ବଡ଼ ଘୋଷଣା !… appeared first on Dharitri Odia News.