୧୯ ବର୍ଷୀୟ ଅଷ୍ଟ୍ରେଲିୟ କ୍ରିକେଟରଙ୍କୁ ଧକ୍କା ଦେବା ପଡିଲା ମହଙ୍ଗା, ICC ଦେଲା ଦଣ୍ଡ

ନୂଆଦିଲ୍ଲୀ ୨୬/୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ମ୍ୟାଚର ପ୍ରଥମ ଦିନରେ ଷ୍ଟମ୍ପ ହେବା ବେଳକୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୬ ୱିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିଥିଲା । ଷ୍ଟିଭ୍ ସ୍ମିଥ୍ ୬୮ ରନ୍ ସ୍କୋର କରିବା ପରେ ଏବଂ ୮ ରନ୍ ସ୍କୋର କରିବା ପରେ ପ୍ୟାଟ୍ କମିନ୍ସ ନଟ୍‌ଆଉଟ୍ ଅଛନ୍ତି । ଏହି ମ୍ୟାଚରେ ଅଷ୍ଟ୍ରେଲୀୟ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ମ୍ୟାଚର ପ୍ରଥମ ଦିନରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ଥିଲେ ୧୯ ବର୍ଷୀୟ ଡେବ୍ୟୁଟାଣ୍ଟ ସାମ କନଷ୍ଟାସ୍ । ତେବେ କେବଳ ବ୍ୟାଟିଂ ନୁହେଂ କୋହଲିଙ୍କ ସହ ତାଙ୍କ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ୧୦ ଓଭର ଶେଷ ହେବା ପରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ମ୍ୟାଚ୍‌ରେ ସେ ଆଉଟ୍ ହୋଇ ଯାଉଥିବାବେଳେ ସାମ କନଷ୍ଟାଣ୍ଟଙ୍କ କାନ୍ଧରେ ପିଟି ହୋିଥିଲେ କୋହଲି । ଯାହକୁ କନଷ୍ଟାସ୍ ବିଲକୁଲ ପସନ୍ଦ କରିନଥିଲେ । ଏହାପରେ କୋହଲି ତାଙ୍କୁ କିଛି କହିଥିଲେ । ଅମ୍ପାୟାର ଏବଂ ଉସମାନ ଖାୱାଜ କୌଣସି ପ୍ରକାରେ ଏହି ମାମଲାକୁ ଶାନ୍ତ କରିଥିଲେ । ଏବେ ଘଟଣାର ପାଞ୍ଚ ଘଣ୍ଟା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ତାଙ୍କ ମ୍ୟାଚ୍ ଫି ର ୨୦ ପ୍ରତିଶତ ଜରିମାନା କରାଯାଇଛି । କୋ

୧୯ ବର୍ଷୀୟ ଅଷ୍ଟ୍ରେଲିୟ କ୍ରିକେଟରଙ୍କୁ ଧକ୍କା ଦେବା ପଡିଲା ମହଙ୍ଗା, ICC ଦେଲା ଦଣ୍ଡ

ନୂଆଦିଲ୍ଲୀ ୨୬/୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ମ୍ୟାଚର ପ୍ରଥମ ଦିନରେ ଷ୍ଟମ୍ପ ହେବା ବେଳକୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୬ ୱିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିଥିଲା । ଷ୍ଟିଭ୍ ସ୍ମିଥ୍ ୬୮ ରନ୍ ସ୍କୋର କରିବା ପରେ ଏବଂ ୮ ରନ୍ ସ୍କୋର କରିବା ପରେ ପ୍ୟାଟ୍ କମିନ୍ସ ନଟ୍‌ଆଉଟ୍ ଅଛନ୍ତି । 

ଏହି ମ୍ୟାଚରେ ଅଷ୍ଟ୍ରେଲୀୟ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ମ୍ୟାଚର ପ୍ରଥମ ଦିନରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ଥିଲେ ୧୯ ବର୍ଷୀୟ ଡେବ୍ୟୁଟାଣ୍ଟ ସାମ କନଷ୍ଟାସ୍ । ତେବେ କେବଳ ବ୍ୟାଟିଂ ନୁହେଂ କୋହଲିଙ୍କ ସହ ତାଙ୍କ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ୧୦ ଓଭର ଶେଷ ହେବା ପରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । 

ମ୍ୟାଚ୍‌ରେ ସେ ଆଉଟ୍ ହୋଇ ଯାଉଥିବାବେଳେ ସାମ କନଷ୍ଟାଣ୍ଟଙ୍କ କାନ୍ଧରେ ପିଟି ହୋିଥିଲେ କୋହଲି । ଯାହକୁ କନଷ୍ଟାସ୍ ବିଲକୁଲ ପସନ୍ଦ କରିନଥିଲେ । ଏହାପରେ କୋହଲି ତାଙ୍କୁ କିଛି କହିଥିଲେ । ଅମ୍ପାୟାର ଏବଂ ଉସମାନ ଖାୱାଜ କୌଣସି ପ୍ରକାରେ ଏହି ମାମଲାକୁ ଶାନ୍ତ କରିଥିଲେ । ଏବେ ଘଟଣାର ପାଞ୍ଚ ଘଣ୍ଟା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ତାଙ୍କ ମ୍ୟାଚ୍ ଫି ର ୨୦ ପ୍ରତିଶତ ଜରିମାନା କରାଯାଇଛି । କୋହଲିଙ୍କୁ ଗୋଟିଏ ଡେରିମିଟ୍ ପଏଣ୍ଟ ମଧ୍ୟ ମିଳିଛି । 

ମେଲବୋର୍ଣ୍ଣ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ସାମ କନଷ୍ଟାସ୍ ଏକ ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ତାଙ୍କର ଅର୍ଦ୍ଧଶତକୀୟ ଇନିଂସରେ ବିରାଟ କୋହଲି ଧକ୍କା ଦେବାର ଦେଖିବାକୁ ମିଳିଥିଲା । ଏବେ ବିରାଟ କୋହଲିଙ୍କୁ ଦଣ୍ଡ ମିଳିଛି । ମ୍ୟାଚ୍ ରେଫରି ପ୍ରଥମ ଦିନରେ ବିରାଟ କୋହଲିଙ୍କୁ ଜରିମାନା କରିଛନ୍ତି । ବିରାଟ କୋହଲିଙ୍କ ମ୍ୟାଚ୍ ଫି ୨୦ ପ୍ରତିଶତ କଟାଯାଇଛି । 

ଖବର ଅନୁଯାୟୀ, ବିରାଟ କୋହଲିଙ୍କୁ ଲେଭଲ୍-୧ରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହା ଏକ ଆରାମଦାୟକ ବିଷୟ ଯେ ବିରାଟ କୋହଲିଙ୍କୁ କେବଳ ଗୋଟିଏ ଡେରିମିଟ୍ ପଏଣ୍ଟ ଦିଆଯାଇଛି, ଯାହା ଅନୁଯାୟୀ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରେ ନିଲମ୍ବନ କରିବାକୁ ପଡ଼ିବ ନାହିଁ। ସେପଟେ ବିରାଟ କୋହଲି ନିଜର ଅପରାଧ ସ୍ୱୀକାର କରିଛନ୍ତି।