୧୯ବର୍ଷରୁ କମ୍ ମହିଳା ଏସିଆ କପ୍ ଟି-ଟ୍ୱେଣ୍ଟି; ଫାଇନାଲରେ ଭାରତ ବନାମ ବାଂଲାଦେଶ
ମୁମ୍ବାଇ: ୧୯ବର୍ଷରୁ କମ୍ ମହିଳା ଏସିଆ କପ୍ ଟି-ଟ୍ୱେଣ୍ଟି । ଫାଇନାଲ୍ରେ ମୁହାଁମୁହିଁ ହେବେ ଭାରତ ଏବଂ ବାଂଲାଦେଶ । ଆସନ୍ତା ୨୨ ତାରିଖରେ ଟାଇଟଲ ଟକ୍କର ହେବ । ଶୁକ୍ରବାର ସୁପର-୪ ରାଉଣ୍ଡର ଦ୍ୱିତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୪ ୱିକେଟ୍ରେ ସିଂହଳୀ ଦଳକୁ ପରାସ୍ତ କରିଥିଲା । ଏଥିସହ ଦଳ ସର୍ବାଧିକ ୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହି ଫାଇନାଲ୍ରେ ପ୍ରବେଶକୁ ଏଣ୍ଟ୍ରି ମାରିଛି । ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ୯ୱିକେଟ୍ରେ ନେପାଳକୁ ହରାଇଥିଲା । ଦଳ ମୋଟ୍ ୬ପଏଣ୍ଟ ସହ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଶୁକ୍ରବାର ଭାରତ ପ୍ରଥମେ ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ସିହଂଳୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୯୮ ରନ୍ ସଂଗ୍ରହ କରିଥିଲା । ଅଧିନାୟିକା ମାନୁଦି ନାନାୟକାରା ସର୍ବାଧିକ ୩୩ରନ କରିଥିଲେ । ସୁମୁଡୁ ନିଶାନସାଳା ୨୧ରନ୍ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟର ୨ଅଙ୍କ ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ ଆୟୂଷି ୪ଟି, ପାରୁଣିକା ସିସୋଦିଆ ୨ଟି ଏବଂ ସବନମ୍ ସକିଲ ଓ ଦ୍ରିତି କେଶରୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୯୯ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୫ରନ୍ ମଧ୍ୟରେ ଦଳ ୨ଟି ୱିକେଟ୍ ହରାଇଥିଲା । ଅନ୍ୟ ଓପନର ଜ. କମଳିନୀ ଓ ଗଙ୍ଗୋଦି ତ
ମୁମ୍ବାଇ: ୧୯ବର୍ଷରୁ କମ୍ ମହିଳା ଏସିଆ କପ୍ ଟି-ଟ୍ୱେଣ୍ଟି । ଫାଇନାଲ୍ରେ ମୁହାଁମୁହିଁ ହେବେ ଭାରତ ଏବଂ ବାଂଲାଦେଶ । ଆସନ୍ତା ୨୨ ତାରିଖରେ ଟାଇଟଲ ଟକ୍କର ହେବ । ଶୁକ୍ରବାର ସୁପର-୪ ରାଉଣ୍ଡର ଦ୍ୱିତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୪ ୱିକେଟ୍ରେ ସିଂହଳୀ ଦଳକୁ ପରାସ୍ତ କରିଥିଲା । ଏଥିସହ ଦଳ ସର୍ବାଧିକ ୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହି ଫାଇନାଲ୍ରେ ପ୍ରବେଶକୁ ଏଣ୍ଟ୍ରି ମାରିଛି । ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ୯ୱିକେଟ୍ରେ ନେପାଳକୁ ହରାଇଥିଲା । ଦଳ ମୋଟ୍ ୬ପଏଣ୍ଟ ସହ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ।
ଶୁକ୍ରବାର ଭାରତ ପ୍ରଥମେ ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ସିହଂଳୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୯୮ ରନ୍ ସଂଗ୍ରହ କରିଥିଲା । ଅଧିନାୟିକା ମାନୁଦି ନାନାୟକାରା ସର୍ବାଧିକ ୩୩ରନ କରିଥିଲେ । ସୁମୁଡୁ ନିଶାନସାଳା ୨୧ରନ୍ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟର ୨ଅଙ୍କ ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ ଆୟୂଷି ୪ଟି, ପାରୁଣିକା ସିସୋଦିଆ ୨ଟି ଏବଂ ସବନମ୍ ସକିଲ ଓ ଦ୍ରିତି କେଶରୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
୯୯ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୫ରନ୍ ମଧ୍ୟରେ ଦଳ ୨ଟି ୱିକେଟ୍ ହରାଇଥିଲା । ଅନ୍ୟ ଓପନର ଜ. କମଳିନୀ ଓ ଗଙ୍ଗୋଦି ତ୍ରିଶା ଦୃଢ଼ ବ୍ୟାଟିଂ କରି ସ୍କୋରକୁ ୬୮ରେ ପହଞ୍ଚାଇ ଥିଲେ । ତ୍ରିଶା ୨ଚୌକା ଓ ୩ ଛକା ବଳରେ ୩୨ରନ୍ କରି ଆଉଟ୍ ହୋଇଥିଲେ । ପରେ କମିଳନୀ ୨୮ ରନ, ନିକି ପ୍ରସାଦ ୩ ଓ ଭାବିକା ଆହିରେ ୭ରନ୍ କରି ପାଭିଲିୟନ ଫେରିଥିଲେ । ମାତ୍ର ମିଥିଳା ବିନୋଦ ଅପରାଜିତ ୧୭ରନ୍ ଯୋଗ କରିବା ଫଳରେ ଭାରତ ୩୧ଟି ବଲ୍ ବାକି ଥାଇ ୬ ୱିକେଟ୍ ବିନିମୟରେ ବିଜୟ ହାସଲ କରିଥିଲା । ଭାରତୀୟ ସ୍ପିନର ଆୟୂଷି ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।