୧୯ରୁ ପୁଣି ରାଜ୍ୟରେ ବଢିବ ତାତି, ୨୦ ତାରିଖ ବେଳକୁ ଗ୍ରୀଷ୍ମଲହରୀ ଚେତାବନୀ

ଭୁବନେଶ୍ୱର : ପୁଣି ରାଜ୍ୟରେ ବଢିବ ତାତି। ଅସ୍ତବ୍ୟସ୍ତ କରିବ ଗରମ ଓ ଗୁଳୁଗୁଳି। ୪ରୁ ୫ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ହେବ। ୧୯ରୁ ଅଧିକ ଅନୁଭୂତ ହେବ ତାତି। ୨୦ତାରିଖ ବେଳକୁ ପ୍ରବଳ ଗରମ ପାଇଁ ଗ୍ରୀଷ୍ମଲହରୀ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଆସନ୍ତାକାଲି ବିଜୁଳି ଓ ଘଡ଼ଘଡ଼ି ପାଇଁ ୭ଜିଲ୍ଲା ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ଗଞ୍ଜାମ ଓ ଗଜପତି ପାଇଁ ୟେଲୋ ୱାର୍ଣ୍ଣିଂ […] The post ୧୯ରୁ ପୁଣି ରାଜ୍ୟରେ ବଢିବ ତାତି, ୨୦ ତାରିଖ ବେଳକୁ ଗ୍ରୀଷ୍ମଲହରୀ ଚେତାବନୀ appeared first on KNews Odisha.

୧୯ରୁ ପୁଣି ରାଜ୍ୟରେ ବଢିବ ତାତି, ୨୦ ତାରିଖ ବେଳକୁ ଗ୍ରୀଷ୍ମଲହରୀ ଚେତାବନୀ
tempt.

ଭୁବନେଶ୍ୱର : ପୁଣି ରାଜ୍ୟରେ ବଢିବ ତାତି। ଅସ୍ତବ୍ୟସ୍ତ କରିବ ଗରମ ଓ ଗୁଳୁଗୁଳି। ୪ରୁ ୫ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ହେବ। ୧୯ରୁ ଅଧିକ ଅନୁଭୂତ ହେବ ତାତି। ୨୦ତାରିଖ ବେଳକୁ ପ୍ରବଳ ଗରମ ପାଇଁ ଗ୍ରୀଷ୍ମଲହରୀ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।

ଆସନ୍ତାକାଲି ବିଜୁଳି ଓ ଘଡ଼ଘଡ଼ି ପାଇଁ ୭ଜିଲ୍ଲା ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ଗଞ୍ଜାମ ଓ ଗଜପତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉଷ୍ମ ଓ ଆଦ୍ର ପାଣିପାଗ ପାଇଁ ୧୧ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୧୯ତାରିଖରେ ଅଧିକ ଜିଲ୍ଲାରେ ତାତି ଅନୁଭୂତ ହେବ।

ଉଷ୍ମ ଓ ଆଦ୍ର ପାଣିପାଗ ପାଇଁ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୦ ତାରିଖରେ ୧୦ ଜିଲ୍ଲାକୁ ଗ୍ରୀଷ୍ମଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉତ୍ତର ଓ ପଶ୍ଚିମ ଓଡିଶାର କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ସେହିପରି ୨୧ତାରିଖରେ ୧୪ ଜିଲ୍ଲାକୁ ଗ୍ରୀଷ୍ମଲହରୀ ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

The post ୧୯ରୁ ପୁଣି ରାଜ୍ୟରେ ବଢିବ ତାତି, ୨୦ ତାରିଖ ବେଳକୁ ଗ୍ରୀଷ୍ମଲହରୀ ଚେତାବନୀ appeared first on KNews Odisha.