୧୯୯୯ ମସିହା IC 814 ବିମାନ ଅପହରଣ ଘଟଣା; 'ଅଲ-କାଏଦା ନୁହେଁ ପାକିସ୍ତାନର ରହିଛି ସମ୍ପୃକ୍ତି’
ନୂଆଦିଲ୍ଲୀ: ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି ଓ୍ବେବ୍ ସିରିଜ୍ IC 814 । ‘ଦି କାନ୍ଧାର ହାଇଜାକ୍’୧୯୯୯ରେ ହୋଇଥିବା ଫ୍ଲାଇଟ୍ ଅପହରଣ ଘଟଣାକୁ ପୁଣି ଥରେ ତାଜା କରିଦେଇଛି । ଏହାରି ଭିତରେ ପାକିସ୍ତାନରେ ଅବସ୍ଥାପିତ ଥିବା ତତ୍କାଳୀନ ଭାରତୀୟ ହାଇ-କମିଶନର ଏକ ଚାଞ୍ଜଲ୍ୟକର ଖୁଲାସା କରିଛନ୍ତି । ବିମାନ ଅପହରଣ ଘଟଣାରେ ପାକିସ୍ତାନର ସିଧାସଳଖ ସମ୍ପୃକ୍ତ ରହିଥିଲା ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଓ୍ବେବ୍ ସିରିଜରେ ଆତଙ୍କବାଦୀମାନଙ୍କର ହିନ୍ଦୁ ନାମ ରଖିବାକୁ ବିବାଦ ଉପୁଜି ଥିଲା । ନେଟଫ୍ଲିକ୍ସ କର୍ତ୍ତୃପକ୍ଷ ଏହାର କାରଣ ମଧ୍ୟ ଦର୍ଶାଇଥିଲେ । ପାକିସ୍ତାନରେ ଅବସ୍ଥାପିତ ତତ୍କାଳୀନ ଭାରତୀୟ ହାଇ-କମିଶନର ଗୋପାଳ ଗୋସ୍ବାମୀ ପାର୍ଥସାରଥି ଇଣ୍ଡିଆ ଟୁଡେ’ ସାକ୍ଷତକାର ଦେଇ କହିଛନ୍ତି, ୧୯୯୯ ଫ୍ଲାଇଟ୍ ହାଇଜାକ୍ ଘଟଣାରେ ପାକିସ୍ତାନର ହାତ ରହିଛି । ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏଥିରେ ସାମିଲ୍ ଥିବା ସେ ଦାବି କରିଛନ୍ତି । ଗୋପାଳ ଗୋସ୍ବାମୀ ପାର୍ଥସାରଥି କହିଛନ୍ତି, ବିମାନ ଅପହରଣ ଘଟଣାରେ ପାକିସ୍ତାନ ସାମିଲ୍ ଥିଲା । ଆତଙ୍କବାଦୀମାନେ ପାକିସ୍ତାନୀ ଥିଲେ ଏବଂ ଯେଉଁ ଆତଙ୍କୀଙ୍କୁ ମୁକ୍ତ କରାଯାଇଥିଲା ସେ ବି ପାକିସ୍ତାନୀ ଥିଲେ । ଏଥିରେ ଅଲ-କାଏଦା ଆତଙ୍କୀ ସଂଗଠନ ସାମିଲ୍ ଥିବା ପ୍ରଶ୍ନ ଉଠୁନାହିଁ ବୋଲି ତତ୍କାଳୀନ ଭାରତୀୟ ହାଇ-କମିଶନର କହିଛନ୍ତି । ଏହାଛଡ଼ା ସେ କହିଛନ୍ତି, ପାକିସ୍ତାନ ସହିତ ଅଲ-କାଏଦା
ନୂଆଦିଲ୍ଲୀ: ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି ଓ୍ବେବ୍ ସିରିଜ୍ IC 814 । ‘ଦି କାନ୍ଧାର ହାଇଜାକ୍’୧୯୯୯ରେ ହୋଇଥିବା ଫ୍ଲାଇଟ୍ ଅପହରଣ ଘଟଣାକୁ ପୁଣି ଥରେ ତାଜା କରିଦେଇଛି । ଏହାରି ଭିତରେ ପାକିସ୍ତାନରେ ଅବସ୍ଥାପିତ ଥିବା ତତ୍କାଳୀନ ଭାରତୀୟ ହାଇ-କମିଶନର ଏକ ଚାଞ୍ଜଲ୍ୟକର ଖୁଲାସା କରିଛନ୍ତି । ବିମାନ ଅପହରଣ ଘଟଣାରେ ପାକିସ୍ତାନର ସିଧାସଳଖ ସମ୍ପୃକ୍ତ ରହିଥିଲା ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଓ୍ବେବ୍ ସିରିଜରେ ଆତଙ୍କବାଦୀମାନଙ୍କର ହିନ୍ଦୁ ନାମ ରଖିବାକୁ ବିବାଦ ଉପୁଜି ଥିଲା । ନେଟଫ୍ଲିକ୍ସ କର୍ତ୍ତୃପକ୍ଷ ଏହାର କାରଣ ମଧ୍ୟ ଦର୍ଶାଇଥିଲେ ।
ପାକିସ୍ତାନରେ ଅବସ୍ଥାପିତ ତତ୍କାଳୀନ ଭାରତୀୟ ହାଇ-କମିଶନର ଗୋପାଳ ଗୋସ୍ବାମୀ ପାର୍ଥସାରଥି ଇଣ୍ଡିଆ ଟୁଡେ’ ସାକ୍ଷତକାର ଦେଇ କହିଛନ୍ତି, ୧୯୯୯ ଫ୍ଲାଇଟ୍ ହାଇଜାକ୍ ଘଟଣାରେ ପାକିସ୍ତାନର ହାତ ରହିଛି । ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏଥିରେ ସାମିଲ୍ ଥିବା ସେ ଦାବି କରିଛନ୍ତି । ଗୋପାଳ ଗୋସ୍ବାମୀ ପାର୍ଥସାରଥି କହିଛନ୍ତି, ବିମାନ ଅପହରଣ ଘଟଣାରେ ପାକିସ୍ତାନ ସାମିଲ୍ ଥିଲା । ଆତଙ୍କବାଦୀମାନେ ପାକିସ୍ତାନୀ ଥିଲେ ଏବଂ ଯେଉଁ ଆତଙ୍କୀଙ୍କୁ ମୁକ୍ତ କରାଯାଇଥିଲା ସେ ବି ପାକିସ୍ତାନୀ ଥିଲେ । ଏଥିରେ ଅଲ-କାଏଦା ଆତଙ୍କୀ ସଂଗଠନ ସାମିଲ୍ ଥିବା ପ୍ରଶ୍ନ ଉଠୁନାହିଁ ବୋଲି ତତ୍କାଳୀନ ଭାରତୀୟ ହାଇ-କମିଶନର କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି, ପାକିସ୍ତାନ ସହିତ ଅଲ-କାଏଦା ସଂଗଠନର ଏତେ ଭଲ ସମ୍ପର୍କ ନଥିଲା କି ସେମାନେ ଭାରତରୁ ବିମାନ ଅପହରଣ କରିପାରିବେ । ହେଇପାରେ କିଛି ଲୋକ ଏହାକୁ ଆଫଗାନିସ୍ତାନରୁ ଅପରେଟ କରିଥାଇପାରନ୍ତି । ଏହି ଘଟଣାକୁ ନେଇ ସେତେବେଳେ ପାକିସ୍ତାନକୁ ଜବାବ ରଖିବାକୁ କୁହାଯାଇଖିଲା । ମାତ୍ର ଏଥିରେ ସେ କୌଣସି ଜବାବ ଦେଇନଥିଲେ । ଜଣେ ଅଧିକାରୀଙ୍କୁ ଆଫଗାନିସ୍ତାନ ପଠାଇବାର ଥିଲା ହେଲେ ପାକିସ୍ତାନ ଏଥିରେ ଧ୍ୟାନ ଦେଇନଥିଲା ।
ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ହାଇଜାକ୍ କରିଥିବା ଅତଙ୍କାବାଦୀଙ୍କ ସହିତ ଭଲ ସମ୍ପର୍କ ରହିଥିଲା । ଆଇଏସଆଇକୁ କ୍ଲିନ୍ ଚିଟ୍ ଦେବାକୁ ଆତଙ୍କବାଦୀମାନେ ଆଫଗାନିସ୍ତାନରୁ ଯୋଜନାକୁ ଅପରେଟ୍ କରିଥିଲେ । ଏଥିରେ ଅଲ-କାଏଦାକୁ ଯୋଡ଼ିବାକୁ ଏଭଳି ଷଡ଼ଯନ୍ତ୍ର ରଚିଥିଲେ । କାଠମାଣ୍ଡୁରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟକୁ ଅପହରଣ କରି ଆଫଗାନିସ୍ତାନର କାନ୍ଧାର ଲ୍ୟାଣ୍ଡିଂ କରାଇଥିଲେ । ...