୨ କି.ମି. ଚାଲିଲେ ଗର୍ଭବତୀ
ଥୁଆମୂଳ ରାମପୁର,୨୯ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ ଜନନୀ ଯନ୍ତ୍ରଣାର ଚିତ୍ର ପୁଣି ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ମାଝିଗାଁର ପୂଜାରୀ ମାଝିଙ୍କ ସ୍ତ୍ରୀ ଚାଉଳ ଦେଈଙ୍କ ରବିବାର ରାତିରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ସଙ୍ଗେ ସଙ୍ଗେ ସ୍ବାମୀ ପୂଜାରୀ ୧୦୮ ଆମ୍ବୁଲାନ୍ସକୁ ଫୋନ ମାଧ୍ୟମରେ ଜଣାଇଥିଲେ। ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ସମସ୍ୟା ଯୋଗୁ ଗାଁଠାରୁ ୨ କିଲୋମିଟର ଦୂର ସରଗଟିକିରାଠାରେ ଅପେକ୍ଷା କରି ରହିଥିଲା। ପରିବାର […] The post ୨ କି.ମି. ଚାଲିଲେ ଗର୍ଭବତୀ appeared first on Dharitri Odia News.
ଥୁଆମୂଳ ରାମପୁର,୨୯ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ ଜନନୀ ଯନ୍ତ୍ରଣାର ଚିତ୍ର ପୁଣି ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ମାଝିଗାଁର ପୂଜାରୀ ମାଝିଙ୍କ ସ୍ତ୍ରୀ ଚାଉଳ ଦେଈଙ୍କ ରବିବାର ରାତିରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ସଙ୍ଗେ ସଙ୍ଗେ ସ୍ବାମୀ ପୂଜାରୀ ୧୦୮ ଆମ୍ବୁଲାନ୍ସକୁ ଫୋନ ମାଧ୍ୟମରେ ଜଣାଇଥିଲେ। ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ସମସ୍ୟା ଯୋଗୁ ଗାଁଠାରୁ ୨ କିଲୋମିଟର ଦୂର ସରଗଟିକିରାଠାରେ ଅପେକ୍ଷା କରି ରହିଥିଲା। ପରିବାର ଲୋକେ ବାଧ୍ୟହୋଇ ରାତିରେ ଗର୍ଭବତୀ ଚାଉଳଙ୍କୁ ଚଲାଇ ଚଲାଇ ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ସେଠାରୁ ଆମ୍ବୁଲାନ୍ସରେ ଚାଉଳଙ୍କୁ କାଶୀପୁର ଡାକ୍ତରଖାନାକୁ ନିଆଯାଇଥିଲା। ଅପରେଶନ ମାଧ୍ୟମରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି। ବର୍ତ୍ତମାନ ମା’ ଓ ଛୁଆ ଉଭୟେ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।
ମାଝିଗାଁକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଜିଲା ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇ ଆସୁଥିବା ସତ୍ତ୍ୱେ ସୁଫଳ ମିଳୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ନେଇ ପ୍ରତିକ୍ରିୟା ପାଇଁ ବିଡିଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ପରେ ବ୍ଲକ ଏଇଇ ଦୀପକ କୁମାର ପଟେଲଙ୍କୁ ପଚାରିବାରୁ କେରପାଇ, ସର୍ଗିପଦର୍ ମଝିଗାଁ ରାସ୍ତା ବର୍ଷା ଯୋଗୁ କାଦୁଅ ହୋଇଥିବାରୁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ।
The post ୨ କି.ମି. ଚାଲିଲେ ଗର୍ଭବତୀ appeared first on Dharitri Odia News.