ଲାଞ୍ଚ ନେଇ ପଡ଼ିଥିଲେ ଧରା, ନିଲମ୍ବିତ ହେଲେ ସବ୍-ଇନ୍ସପେକ୍ଟର
ଭୁବନେଶ୍ୱର,୨୪ା୩: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ି ଭୁବନେଶ୍ୱରର ଶହୀଦନଗର ଥାନା ସବ୍-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ରବିବାର ନିଲମ୍ବିତ ହୋଇଛନ୍ତି। ପୋଲିସ କମିଶନର ତାଙ୍କୁ ନିଲମ୍ବନ କରିଥିବା ଏକ ପ୍ରେସ୍ପିଟ୍ରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍)କୁ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହୋଇଥିଲେ। ଅଭିଯୋଗକାରୀଙ୍କୁ ଡିଏଲ୍ ଫେରାଇ ଦେବାକୁ ମୋଟ୍ ୫ ହଜାର ଟଙ୍କା ମାଗିଥିଲେ ସବ୍-ଇନ୍ସପେକ୍ଟର। ଅଭିଯୋଗକାରୀ ଗତ […] The post ଲାଞ୍ଚ ନେଇ ପଡ଼ିଥିଲେ ଧରା, ନିଲମ୍ବିତ ହେଲେ ସବ୍-ଇନ୍ସପେକ୍ଟର appeared first on Dharitri Odia News.
ଭୁବନେଶ୍ୱର,୨୪ା୩: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ି ଭୁବନେଶ୍ୱରର ଶହୀଦନଗର ଥାନା ସବ୍-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ରବିବାର ନିଲମ୍ବିତ ହୋଇଛନ୍ତି। ପୋଲିସ କମିଶନର ତାଙ୍କୁ ନିଲମ୍ବନ କରିଥିବା ଏକ ପ୍ରେସ୍ପିଟ୍ରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍)କୁ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହୋଇଥିଲେ।
ଅଭିଯୋଗକାରୀଙ୍କୁ ଡିଏଲ୍ ଫେରାଇ ଦେବାକୁ ମୋଟ୍ ୫ ହଜାର ଟଙ୍କା ମାଗିଥିଲେ ସବ୍-ଇନ୍ସପେକ୍ଟର। ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ ଡିଏଲ୍ ଦେବେ ନାହିଁ ବୋଲି ସବ୍-ଇନ୍ସପେକ୍ଟର ତାଙ୍କୁ କହିଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ସବ୍-ଇନ୍ସପେକ୍ଟର ବାକି ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ।
The post ଲାଞ୍ଚ ନେଇ ପଡ଼ିଥିଲେ ଧରା, ନିଲମ୍ବିତ ହେଲେ ସବ୍-ଇନ୍ସପେକ୍ଟର appeared first on Dharitri Odia News.