୨ ଗାଁ ଚଳାଉଛନ୍ତି ମହେଶ ବାବୁ
ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ଶୁକ୍ରବାର ତାଙ୍କର ୪୯ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅଭିନେତା ବହୁ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି ଓ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହେଶ ବାବୁ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲେ ବି ପ୍ରତିବର୍ଷ ବହୁ ସମ୍ପତ୍ତି ଦାନରେ ଦେଇଦିଅନ୍ତି। ସେ ଦୁଇଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି, ଯେଉଁଠାରେ ସେ […] The post ୨ ଗାଁ ଚଳାଉଛନ୍ତି ମହେଶ ବାବୁ appeared first on Dharitri Odia News.
ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ଶୁକ୍ରବାର ତାଙ୍କର ୪୯ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅଭିନେତା ବହୁ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି ଓ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହେଶ ବାବୁ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲେ ବି ପ୍ରତିବର୍ଷ ବହୁ ସମ୍ପତ୍ତି ଦାନରେ ଦେଇଦିଅନ୍ତି। ସେ ଦୁଇଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି, ଯେଉଁଠାରେ ସେ ରାସ୍ତା, ବିଦ୍ୟୁତ୍, ବିଦ୍ୟାଳୟ ଏବଂ ସ୍ବାସ୍ଥ୍ୟ ସୁବିଧା ସମେତ ସମସ୍ତ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି।
ମହେଶ ବାବୁ ତାଙ୍କ ବାପାଙ୍କ ପଥ ଅନୁସରଣ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ତାଙ୍କ ବାପା କ୍ରିଷ୍ଣା ଜଣେ ପ୍ରସିଦ୍ଧ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଥିଲେ।
ଅନୁଯାୟୀ, ମହେଶ ବାବୁଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୩୫୦ କୋଟି ଟଙ୍କା। ପ୍ରତିବର୍ଷ ସେ ରୋଜଗାରର ୩୦ ପ୍ରତିଶତ ଗରିବ ଲୋକଙ୍କୁ ଦାନ କରନ୍ତି। ଅର୍ଥାତ୍ ସେ ପ୍ରତିବଷର୍ର୍ ୨୫-୩୦ କୋଟି ଟଙ୍କା ଦାନ ଦେଇଥା’ନ୍ତି। ସେ ନିଜକୁ ଅନେକ ଏନ୍ଜିଓ ସହିତ ମଧ୍ୟ ଜଡିତ ରଖିଛନ୍ତି। ସେଥିମଧ୍ୟରୁ କେତେକ ଏନ୍ଜିଓ ସେ ନିଜେ ଚଳାନ୍ତି। ଏହି ସଂସ୍ଥାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ରେନ୍ବୋ ଶିଶୁ ଡାକ୍ତରଖାନା, ଯେଉଁଠାରେ ସେ ଗରିବ ପିଲାମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବାରେ ସାହାଯ୍ୟ କରନ୍ତି। ଅଦ୍ୟାବଧି ମହେଶ ବାବୁ ଏହା ମାଧ୍ୟମରେ ଏକ ହଜାରରୁ ଅଧିକ ପିଲାଙ୍କ ହୃତ୍ପିଣ୍ଡ ସର୍ଜରୀ କରାଇଛନ୍ତି।
The post ୨ ଗାଁ ଚଳାଉଛନ୍ତି ମହେଶ ବାବୁ appeared first on Dharitri Odia News.