୨ ଗ୍ରାମବାସୀଙ୍କ ହତ୍ୟାର ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ
ମୁଲୁଗୁ,୧।୧୨: ରବିବାର ସକାଳେ ତେଲଙ୍ଗାନାର ମୁଲୁଗୁ ଜିଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଇନଫରମର ସନ୍ଦେହରେ ଦୁଇ ଆଦିବାସୀଙ୍କୁ ହତ୍ୟା କରିବାର ଏକ ସପ୍ତାହ ପରେ ଏହି ଘଟଣା ଘଟିଛି। ନ୍ୟୁଜ ଏଜେନ୍ସି ଆଇଏଏନଏସ ଅନୁଯାୟୀ, ଏନକାଉଣ୍ଟର ସକାଳ ପ୍ରାୟ ୫ଟା ୩୦ରୁ ଆରମ୍ଭ ହୋଇଥିଲା। ମାଓବାଦୀ ବିରୋଧୀ ଗ୍ରେହାଉଣ୍ଡ ବାହିନୀ ଚଲପକା ଜଙ୍ଗଲରେ ମାଓବାଦୀଙ୍କୁ ଦେଖି ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ କହିଛି ଯେ ମାଓବାଦୀମାନେ […] The post ୨ ଗ୍ରାମବାସୀଙ୍କ ହତ୍ୟାର ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ appeared first on Dharitri Odia News.
ମୁଲୁଗୁ,୧।୧୨: ରବିବାର ସକାଳେ ତେଲଙ୍ଗାନାର ମୁଲୁଗୁ ଜିଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଇନଫରମର ସନ୍ଦେହରେ ଦୁଇ ଆଦିବାସୀଙ୍କୁ ହତ୍ୟା କରିବାର ଏକ ସପ୍ତାହ ପରେ ଏହି ଘଟଣା ଘଟିଛି।
ନ୍ୟୁଜ ଏଜେନ୍ସି ଆଇଏଏନଏସ ଅନୁଯାୟୀ, ଏନକାଉଣ୍ଟର ସକାଳ ପ୍ରାୟ ୫ଟା ୩୦ରୁ ଆରମ୍ଭ ହୋଇଥିଲା। ମାଓବାଦୀ ବିରୋଧୀ ଗ୍ରେହାଉଣ୍ଡ ବାହିନୀ ଚଲପକା ଜଙ୍ଗଲରେ ମାଓବାଦୀଙ୍କୁ ଦେଖି ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ କହିଛି ଯେ ମାଓବାଦୀମାନେ ଆତ୍ମସମର୍ପଣ କରିନାହାଁନ୍ତି ବରଂ ୟୁନିଟ ଉପରେ ଗୁଳି ଚଳାଇ ଥିଲେ ଫଳରେ ସେମାନଙ୍କୁ ଏହାର ଜବାବ ଦେବାକୁ ପଡିଥିଲା।
The post ୨ ଗ୍ରାମବାସୀଙ୍କ ହତ୍ୟାର ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ appeared first on Dharitri Odia News.