୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ବିଶ୍ଵ ବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ଵର: ଆଜି ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଶ୍ଵ ବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ଶିଳ୍ପ ନୀତି ୨୦୧୫ର୨ଟି ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି। ମୁଖ୍ୟ ସଚିବ କହିଛନ୍ତି, ଓଡ଼ିଶା ବିଶ୍ଵ ବିଦ୍ୟାଳୟ ସଂଶୋଧନ ପ୍ରସ୍ତାବ-୨୦୨୪କୁ  ମଞ୍ଜୁରୀ ମିଳିଛି। ଫଳରେ ଓଡ଼ିଶାର ବିଶ୍ଵ ବିଦ୍ୟାଳୟକୁ ଅଧିକ ସ୍ଵାୟତ୍ତ ମିଳିବ। ସ୍ଵାୟତ୍ତତା ସହ ବିଶ୍ଵ ବିଦ୍ୟାଳୟକୁ ସଶକ୍ତ କରିବାକୁ ଆମର ଲକ୍ଷ୍ୟ। ଏଥିସହ ନିଯୁକ୍ତି, କୁଳପତି ଚୟନ ପ୍ରକ୍ରିୟାର ସ୍ଵଚ୍ଛତା ଆସିବ। କୁଳପତି ଚୟନରେ ଶିକ୍ଷାବିତମାନଙ୍କୁ ଜଡ଼ିତ କରାଯିବ। ବିଶ୍ଵ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବ।ଏଥିସହ  ଶିଳ୍ପ ନୀତି ୨୦୧୫ର୨ଟି ସଂଶୋଧନକୁ ଅନୁମୋଦନ ମିଳିଛି। ପ୍ରୋତ୍ସାହନ ପାଇଁ ଆବେଦନ ଦାଖଲର ସମୟସୀମା ୨ ବର୍ଷକୁ ବୃଦ୍ଧି କରାଯାଇଛି। ଓଡ଼ିଆ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ବି ସଂଶୋଧନ ଅଣାଯାଇଛି ବୋଲି ମୁଖ୍ୟ ସଚିବ କହିଛନ୍ତି।   

୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ବିଶ୍ଵ ବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ଵର: ଆଜି ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଶ୍ଵ ବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ଶିଳ୍ପ ନୀତି ୨୦୧୫ର୨ଟି ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି। 

ମୁଖ୍ୟ ସଚିବ କହିଛନ୍ତି, ଓଡ଼ିଶା ବିଶ୍ଵ ବିଦ୍ୟାଳୟ ସଂଶୋଧନ ପ୍ରସ୍ତାବ-୨୦୨୪କୁ  ମଞ୍ଜୁରୀ ମିଳିଛି। ଫଳରେ ଓଡ଼ିଶାର ବିଶ୍ଵ ବିଦ୍ୟାଳୟକୁ ଅଧିକ ସ୍ଵାୟତ୍ତ ମିଳିବ। ସ୍ଵାୟତ୍ତତା ସହ ବିଶ୍ଵ ବିଦ୍ୟାଳୟକୁ ସଶକ୍ତ କରିବାକୁ ଆମର ଲକ୍ଷ୍ୟ। ଏଥିସହ ନିଯୁକ୍ତି, କୁଳପତି ଚୟନ ପ୍ରକ୍ରିୟାର ସ୍ଵଚ୍ଛତା ଆସିବ। କୁଳପତି ଚୟନରେ ଶିକ୍ଷାବିତମାନଙ୍କୁ ଜଡ଼ିତ କରାଯିବ। ବିଶ୍ଵ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବ।

ଏଥିସହ  ଶିଳ୍ପ ନୀତି ୨୦୧୫ର୨ଟି ସଂଶୋଧନକୁ ଅନୁମୋଦନ ମିଳିଛି। ପ୍ରୋତ୍ସାହନ ପାଇଁ ଆବେଦନ ଦାଖଲର ସମୟସୀମା ୨ ବର୍ଷକୁ ବୃଦ୍ଧି କରାଯାଇଛି। ଓଡ଼ିଆ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ବି ସଂଶୋଧନ ଅଣାଯାଇଛି ବୋଲି ମୁଖ୍ୟ ସଚିବ କହିଛନ୍ତି।