ବାତ୍ୟା ପାଇଁ ବଢ଼ିଲା ଆଳୁ ପିଆଜ ଦର, ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ
କଟକ 22/10 : ବାତ୍ୟା ଦାନାକୁ ନେଇ ବର୍ତ୍ତମାନ ଅତ୍ୟାବଶ୍ୟକୀୟ ସାମଗ୍ରୀର ବଜାରରେ ଦର ଦାମ୍ ରେ ନିଆଁ ଲାଗିଛି । ବିଶେଷ କରି ଆଳୁ ଓ ପିଆଜ କିଲୋ ପିଛା ଦର ଅହେତୁକ ବୃଦ୍ଧି ପାଉଛି। ଆଳୁ ଦର ନିୟନ୍ତ୍ରଣ ବାହାରେ। ଦୁଇ ଦିନ ତଳେ ଆଳୁ ତିନି କିଲୋକୁ ଶହେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ତିନି କିଲୋକୁ ୧୪୦ରୁ ୧୫୦ଟଙ୍କାରେ ବିକ୍ରି ହେଉଛି। ତେବେ ଆଳୁ ଦର ବଢ଼ୁଥିବା ଦେଖି ବ୍ୟସ୍ତ ହୋଇ ଲୋକମାନେ କିଣି ପାକାଉଛନ୍ତି। ଯାହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଅନ୍ୟପଟେ କଳାବଜାରୀ ବଢ଼ୁଥିବା ନଜର ଆସିଥିଲା। ଯାହାକୁ ଦୃଷ୍ଟିରେ ରଖି ଆଜି କଟକ ଛତ୍ର ବଜାର ଓ ଅର୍ବାନ ହାଟରେ ବିଭିନ୍ନ ଗୋଦାମ ଓ ରିଟେଲ ପଏଣ୍ଟ ମାନଙ୍କରେ ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ରେଡ୍ କରିଛି। କୌଣସି କ୍ଷେତ୍ରରେ କଳା ବଜାରୀକୁ ବରଦାସ୍ତ କରାଯିବ ନାହିଁ। ଏହା ସହ ପର୍ଯ୍ୟାପ୍ତ ପରିମାଣର ଆଳୁ କଟକକୁ ଆସୁଥିବା କଥା କହିଛନ୍ତି ଯୋଗାଣ ଅଧିକାରୀ।AlsoRead-ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ଅଯଥା ଭୟଭୀତ ନହେବାକୁ ଯୋଗାଣ ମନ୍ତ୍ରୀଙ୍କ ଅପିଲ୍
କଟକ 22/10 : ବାତ୍ୟା ଦାନାକୁ ନେଇ ବର୍ତ୍ତମାନ ଅତ୍ୟାବଶ୍ୟକୀୟ ସାମଗ୍ରୀର ବଜାରରେ ଦର ଦାମ୍ ରେ ନିଆଁ ଲାଗିଛି । ବିଶେଷ କରି ଆଳୁ ଓ ପିଆଜ କିଲୋ ପିଛା ଦର ଅହେତୁକ ବୃଦ୍ଧି ପାଉଛି। ଆଳୁ ଦର ନିୟନ୍ତ୍ରଣ ବାହାରେ। ଦୁଇ ଦିନ ତଳେ ଆଳୁ ତିନି କିଲୋକୁ ଶହେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ତିନି କିଲୋକୁ ୧୪୦ରୁ ୧୫୦ଟଙ୍କାରେ ବିକ୍ରି ହେଉଛି। ତେବେ ଆଳୁ ଦର ବଢ଼ୁଥିବା ଦେଖି ବ୍ୟସ୍ତ ହୋଇ ଲୋକମାନେ କିଣି ପାକାଉଛନ୍ତି। ଯାହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ ।
ଅନ୍ୟପଟେ କଳାବଜାରୀ ବଢ଼ୁଥିବା ନଜର ଆସିଥିଲା। ଯାହାକୁ ଦୃଷ୍ଟିରେ ରଖି ଆଜି କଟକ ଛତ୍ର ବଜାର ଓ ଅର୍ବାନ ହାଟରେ ବିଭିନ୍ନ ଗୋଦାମ ଓ ରିଟେଲ ପଏଣ୍ଟ ମାନଙ୍କରେ ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ରେଡ୍ କରିଛି। କୌଣସି କ୍ଷେତ୍ରରେ କଳା ବଜାରୀକୁ ବରଦାସ୍ତ କରାଯିବ ନାହିଁ। ଏହା ସହ ପର୍ଯ୍ୟାପ୍ତ ପରିମାଣର ଆଳୁ କଟକକୁ ଆସୁଥିବା କଥା କହିଛନ୍ତି ଯୋଗାଣ ଅଧିକାରୀ।
AlsoRead-
ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ଅଯଥା ଭୟଭୀତ ନହେବାକୁ ଯୋଗାଣ ମନ୍ତ୍ରୀଙ୍କ ଅପିଲ୍