୨ ମନ୍ଦିରରୁ ଅଳଙ୍କାର, ଦାନବାକ୍ସ ନେଇଗଲେ

ଭଦ୍ରକ,୧୮ା୧୨(ସନାତନ ରାଉତ): ଭଦ୍ରକ ପୁରୁଣାବଜାର ଥାନା ଅଧୀନ ସନ୍ଥିଆ ଗ୍ରାମର ୨ ମନ୍ଦିରରୁ ରବିବାର ରାତିରେ ଦୁର୍ବୃତ୍ତମାନେ ଦାନବାକ୍ସ ସହ ଠାକୁରଙ୍କ ଅଳଙ୍କାର ଚୋରି କରି ନେଇଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଗ୍ରାମର ଜଣଙ୍କୁ ଥାନାରେ ଅଟକ ରଖିଛି ପଚରାଉଚରା କରୁଛି। ସନ୍ଥିଆସ୍ଥିତ ରାଧାଗୋବିନ୍ଦଜୀଉ ଓ ମଦନମୋହନ ମନ୍ଦିରରୁ ଦୁର୍ବୃତ୍ତମାନେ ଦାନବାକ୍ସ ଚୋରି କରିନେବା ପରେ ସେଥିରୁ ଟଙ୍କା ନେଇ ବାକ୍ସକୁ ମନ୍ଦିରଠାରୁ କିଛି […] The post ୨ ମନ୍ଦିରରୁ ଅଳଙ୍କାର, ଦାନବାକ୍ସ ନେଇଗଲେ appeared first on Dharitri Odia News.

୨ ମନ୍ଦିରରୁ ଅଳଙ୍କାର, ଦାନବାକ୍ସ ନେଇଗଲେ

ଭଦ୍ରକ,୧୮ା୧୨(ସନାତନ ରାଉତ): ଭଦ୍ରକ ପୁରୁଣାବଜାର ଥାନା ଅଧୀନ ସନ୍ଥିଆ ଗ୍ରାମର ୨ ମନ୍ଦିରରୁ ରବିବାର ରାତିରେ ଦୁର୍ବୃତ୍ତମାନେ ଦାନବାକ୍ସ ସହ ଠାକୁରଙ୍କ ଅଳଙ୍କାର ଚୋରି କରି ନେଇଛନ୍ତି।

ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଗ୍ରାମର ଜଣଙ୍କୁ ଥାନାରେ ଅଟକ ରଖିଛି ପଚରାଉଚରା କରୁଛି। ସନ୍ଥିଆସ୍ଥିତ ରାଧାଗୋବିନ୍ଦଜୀଉ ଓ ମଦନମୋହନ ମନ୍ଦିରରୁ ଦୁର୍ବୃତ୍ତମାନେ ଦାନବାକ୍ସ ଚୋରି କରିନେବା ପରେ ସେଥିରୁ ଟଙ୍କା ନେଇ ବାକ୍ସକୁ ମନ୍ଦିରଠାରୁ କିଛି ଦୂର ହୋରିପଦାଠାରେ ପକାଇଛନ୍ତି।

ଖବରପାଇ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଓ ପୁରୁଣାବଜାର ଆଇଆଇସି ନିରୋଜ ସାମଲ ସଦଳବଳ ପହଞ୍ଚି ତଦନ୍ତ କରିଛନ୍ତି। ମନ୍ଦିର ଓ ପାଖ ଲୋକଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ୪ଜଣ ଦୁର୍ବୃତ୍ତ ମନ୍ଦିର ଭିତରକୁ ପଶିଥିବା ଓ ଦାନବାକ୍ସ ଧରି ବାହାରିଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏନେଇ ରାଧାଗୋବିନ୍ଦ ମନ୍ଦିର କମିଟି ସଭାପତି କେଦାରନାଥ ଭଟ୍ଟାଚାର୍ଯ୍ୟ ଓ ମଦନମୋହନ ମନ୍ଦିର ମହନ୍ତ ଆଶିଷ ଦେବ ଗୋସ୍ବାମୀ ପୃଥକ୍‌ ଅଭିଯୋଗ କରିଛନ୍ତି।

The post ୨ ମନ୍ଦିରରୁ ଅଳଙ୍କାର, ଦାନବାକ୍ସ ନେଇଗଲେ appeared first on Dharitri Odia News.