ଭୋଜପୁରୀ ଗାୟିକାଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଲକ୍ଷ୍ମୌ, ୨୯।୪: ଭୋଜପୁରୀ ଗାୟିକା ନେହା ସିଂ ରାଠୋରଙ୍କ ବିରୋଧରେ ଲକ୍ଷ୍ମୌର ହଜ୍‌ରତଗଞ୍ଜ ଥାନାରେ ଦେଶଦ୍ରୋହ ସମେତ ବିଭିନ୍ନ ଧାରାରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ନେହା ସୋସିଆଲ ମିଡିଆରେ ମୋଦି ସରକାରଙ୍କ ବିରୋଧରେ ଉତ୍ତେଜକ ପୋଷ୍ଟ କରିଥିଲେ। ନେହାଙ୍କ ଏହି ପୋଷ୍ଟ ଭାରତର ଏକତାକୁ କ୍ଷତି ପହଞ୍ଚାଉଥିବା ଦର୍ଶାଇ ତାଙ୍କ ବିରୋଧରେ ସ୍ଥାନୀୟ ନିବାସୀ ଅଭୟ ପ୍ରତାପ ସିଂ ରବିବାର ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୋଲିସ ନେହାଙ୍କ ବିରୋଧରେ ମାମଲା […] The post ଭୋଜପୁରୀ ଗାୟିକାଙ୍କ ବିରୋଧରେ ଦେଶଦ୍ରୋହ ମାମଲା appeared first on Dharitri Odia News.

ଭୋଜପୁରୀ ଗାୟିକାଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଲକ୍ଷ୍ମୌ, ୨୯।୪: ଭୋଜପୁରୀ ଗାୟିକା ନେହା ସିଂ ରାଠୋରଙ୍କ ବିରୋଧରେ ଲକ୍ଷ୍ମୌର ହଜ୍‌ରତଗଞ୍ଜ ଥାନାରେ ଦେଶଦ୍ରୋହ ସମେତ ବିଭିନ୍ନ ଧାରାରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ନେହା ସୋସିଆଲ ମିଡିଆରେ ମୋଦି ସରକାରଙ୍କ ବିରୋଧରେ ଉତ୍ତେଜକ ପୋଷ୍ଟ କରିଥିଲେ। ନେହାଙ୍କ ଏହି ପୋଷ୍ଟ ଭାରତର ଏକତାକୁ କ୍ଷତି ପହଞ୍ଚାଉଥିବା ଦର୍ଶାଇ ତାଙ୍କ ବିରୋଧରେ ସ୍ଥାନୀୟ ନିବାସୀ ଅଭୟ ପ୍ରତାପ ସିଂ ରବିବାର ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୋଲିସ ନେହାଙ୍କ ବିରୋଧରେ ମାମଲା ରୁଜୁ କରିଛି। ନେହା କରିଥିବା ପୋଷ୍ଟକୁ ପାକିସ୍ତାନରେ ବ୍ୟାପକ ଶେୟାର କରାଯାଉଥିବାରୁ ନେହାଙ୍କ କାର୍ଯ୍ୟକୁ ଦେଶଦ୍ରୋହ କୁହାଯିବ ବୋଲି ଅଭୟ ନିଜ ଅଭିଯୋଗରେ ଦର୍ଶାଇଛନ୍ତି।

The post ଭୋଜପୁରୀ ଗାୟିକାଙ୍କ ବିରୋଧରେ ଦେଶଦ୍ରୋହ ମାମଲା appeared first on Dharitri Odia News.