୨ ମାସ ପରେ ପୁଣି ମୈଦାନରେ ମୁହାଁମହିଁ ହେବେ BJP-BJD
ସାଧାରଣ ନିର୍ବାଚନର ଦୁଇ ମାସ ପରେ ପୁଣି ମୈଦାନରେ ମୁହାଁମହିଁ ହେବେ ବିଜେପି-ବିଜେଡି। ପଞ୍ଚାୟତ ସମିତି ଉପନିର୍ବାଚନରେ ହେବ ବଳ କଷାକଷି। ବିଜେଡି ପାଇଁ ଅଗ୍ନି ପରୀକ୍ଷା, ଶାସକ ଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ।
ଆସନ୍ତା ୨୨ ତାରିଖରେ ୬ଟି ବ୍ଲକରେ ହେବ ଉପନିର୍ବାଚନ। ୨୪ ପଟ୍ଟ ପରିବର୍ତ୍ତନ ପରେ ପୁଣି ନିର୍ବାଚନ ମୈଦାନରେ ମୁହାଁମୁହିଁ ହେବେ ବିଜେପି-ବିଜେଡି। ଉପନିର୍ବାଚନ ହେବାକୁ ଥିବା ସମସ୍ତ ୬ ବ୍ଲକ୍ ଥିଲା ବିଜେଡି ପାଖରେ। କିନ୍ତୁ ଏବେ ସ୍ଥିତି ବଦଳିଛି। ତେଣୁ ଉଭୟ ବିଜେପି ଏବଂ ବିଜେଡି ପାଇଁ ଉପନିର୍ବାଚନ ସମ୍ମାନର ପ୍ରଶ୍ନ। ସବୁଠି ଛକାପଞ୍ଝା ସ୍ଥିତି ଲାଗି ରହିଥିବା ବେଳେ ଏସବୁ ସିଟ୍ ହାତେଇବାକୁ ରଣକୌଶଳ ଆରମ୍ଭ କଲେଣି ବିଜେପି ଆଉ ବିଜେଡି।