୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁଠାରେ ଥିବା ଏକ ଦେଶୀ ମଦ ଦୋକାନ ସମ୍ମୁଖରେ ଦୁଇ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଯାହା ଫଳରେ ଗଞ୍ଜୁର ମୁନା ଦାସ ଓ ଭିକାରୀ ଦାସ ପ୍ରମୁଖ ଆହତ ହୋଇଛନ୍ତି। ଆକ୍ରମଣ କେଉଁ ମାନେ କେଉଁ ଉଦ୍ଦେଶ୍ୟରେ କରିଛନ୍ତି ତାହା ଜଣା ପଡିନଥିବାବେଳେ ଦୁଇ ଆହତଙ୍କୁ ପରିବାର ବର୍ଗ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି। ଖବର ପାଇ ଗୋପାଳପୁର ଥାନା […]

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁଠାରେ ଥିବା ଏକ ଦେଶୀ ମଦ ଦୋକାନ ସମ୍ମୁଖରେ ଦୁଇ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଯାହା ଫଳରେ ଗଞ୍ଜୁର ମୁନା ଦାସ ଓ ଭିକାରୀ ଦାସ ପ୍ରମୁଖ ଆହତ ହୋଇଛନ୍ତି। ଆକ୍ରମଣ କେଉଁ ମାନେ କେଉଁ ଉଦ୍ଦେଶ୍ୟରେ କରିଛନ୍ତି ତାହା ଜଣା ପଡିନଥିବାବେଳେ ଦୁଇ ଆହତଙ୍କୁ ପରିବାର ବର୍ଗ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି। ଖବର ପାଇ ଗୋପାଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।