୨ ସ୍କୁଲ ଗାଡ଼ି ଧକ୍କା, ୨୦ରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର ଆହତ

ହିଞ୍ଜିଳିକାଟୁ,୨ା୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକ ନିକଟରେ ଶୁକ୍ରବାର ୨ଟି ସ୍କୁଲ ବସ୍‌ ମଧ୍ୟରେ ଧକ୍କା ହେବାରୁ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ଲୋକେ ଆହତମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଡି. ଶୁଭଶ୍ରୀ, କେ. ସିମ୍ରନ, ଆକାଂକ୍ଷା ସାହୁ, କେ. ପ୍ରେମ କୁମାର, ଅମରେଶ ପଟ୍ଟନାୟକ ଅଧିକ ଆଘାତ ପାଇଛନ୍ତି। ଦୁର୍ଘଟଣା ପରେ ଗୋଟିଏ ସ୍କୁଲ ବସ୍‌ର ଡ୍ରାଇଭର ଓ ମାଲିକଙ୍କ […] The post ୨ ସ୍କୁଲ ଗାଡ଼ି ଧକ୍କା, ୨୦ରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର ଆହତ appeared first on Dharitri Odia News.

୨ ସ୍କୁଲ ଗାଡ଼ି ଧକ୍କା, ୨୦ରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର ଆହତ

ହିଞ୍ଜିଳିକାଟୁ,୨ା୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକ ନିକଟରେ ଶୁକ୍ରବାର ୨ଟି ସ୍କୁଲ ବସ୍‌ ମଧ୍ୟରେ ଧକ୍କା ହେବାରୁ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ଲୋକେ ଆହତମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଡି. ଶୁଭଶ୍ରୀ, କେ. ସିମ୍ରନ, ଆକାଂକ୍ଷା ସାହୁ, କେ. ପ୍ରେମ କୁମାର, ଅମରେଶ ପଟ୍ଟନାୟକ ଅଧିକ ଆଘାତ ପାଇଛନ୍ତି। ଦୁର୍ଘଟଣା ପରେ ଗୋଟିଏ ସ୍କୁଲ ବସ୍‌ର ଡ୍ରାଇଭର ଓ ମାଲିକଙ୍କ ଆକ୍ରମଣରେ ଅନ୍ୟ ବସ୍‌ର ଡ୍ରାଇଭର ସମରଝୋଳ ଗ୍ରାମର କାହ୍ନୁ ଚରଣ ସାହୁ ଆହତ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।
କୁକୁଡାଖଣ୍ଡି, ସମରଝୋଳ ଓ ନିକଟସ୍ଥ ଗ୍ରାମରୁ ଛାତ୍ରୀଛାତ୍ରମାନେ ସକାଳେ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟକୁ ସ୍କୁଲ ଭ୍ୟାନ (ଓଆର୦୭ବି ୪୧୬୧) ଓ ସ୍କୁଲ ବସ୍‌ (ଓଆର୦୨ବିଏମ୨୨୫୯)ରେ ଆସୁଥିଲେ। ସୋମପୁର ଛକରେ କୌଣସି କାରଣରୁ ଭ୍ୟାନ ପଛପଟୁ ବସ୍‌ଟି ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲାବୋଲି ଜଣାପଡିଛି।

 

 

The post ୨ ସ୍କୁଲ ଗାଡ଼ି ଧକ୍କା, ୨୦ରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର ଆହତ appeared first on Dharitri Odia News.