୨ଟି ସିଲେଇ ମେସିନରୁ ଆରମ୍ଭ କରିଥିଲେ ବ୍ୟବସାୟ ; ଏବେ ସେ ଭାରତୀୟ ଫ୍ୟାସନ୍ ଡିଜାଇନିଂ ଦୁନିଆର କୋଟିପତି ମହିଳା
କନକ ବ୍ୟୁରୋ : କୁହାଯାଏ ଯେ ପରିଶ୍ରମ ସହ ନିଜ ଉପରେ ଦୃଢ ବିଶ୍ୱାସ ରଖିଲେ ଦିନେନା ଦିନେ ସଫଳତା ନିଶ୍ଚୟ ମିଳିବ । ଆଉ ଏହି ଉକ୍ତିକୁ ବାସ୍ତବରେ ପରିଣତ କରି ଦେଖାଇଛନ୍ତି ଅନୀତା ଡୋଙ୍ଗରେ । ଭାରତୀୟ ଫ୍ୟାସନ୍ ଉଦ୍ୟୋଗରେ ଜଣେ ପରିଚିତ ଓ ପ୍ରେରଣାଦାୟୀ ଚେହେରା ହେଉଛନ୍ତି ଅନୀତା । ମାତ୍ର ୨ଟି ସିଲେଇ ମେସିନ ସହ ସେ ନିଜର ବ୍ୟବସାୟର ଯାତ୍ରା ଆରମ୍ଭ କରିଥିଲେ । ଦୃଢ ପରିଶ୍ରମ ଦ୍ୱାରା ବର୍ତ୍ତମାନ ସେ ନିଜର ବିରାଟ ବଡ ସମ୍ରାଜ୍ୟ ଛିଡା କରିଛନ୍ତି । ଅନୀତାଙ୍କର କ୍ୟାରିୟର ଭାରତୀୟ ଫ୍ୟାସନର ପରିଭାଷା ବଦଳାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କ ସଫଳତା ପାଇଁ ଦେଶର ସବୁଠୁ ଲୋକପ୍ରିୟ ଡିଜାଇନର ଭାବେ ତାଙ୍କୁ ମାନ୍ୟତା ଦିଆଯାଇଥିଲା ।ଅନୀତାଙ୍କ ମା ଜଣେ ଦର୍ଜୀ ଥିଲେ, ପିଲାବେଳେ ସେ ମାଙ୍କ ହାତ ତିଆରି ଡ୍ରେସ୍ ପିନ୍ଧୁଥିଲେ । ବାଲ୍ୟକାଳରୁ ସେ ତାଙ୍କ ମାଙ୍କଠାରୁ ପରିଶ୍ରମ ଓ ବିନା ଶିକ୍ଷାରେ କିପରି ସୁନ୍ଦର ଡିଜାଇନିଂ ଡ୍ରେସ୍ ତିଆରି କରାଯାଏ ତାହା ଶିଖିଥିଲେ । ଏହି ଶିକ୍ଷାହିଁ ଅନୀତାଙ୍କୁ କମ୍ ବୟସରୁ ଫ୍ୟାସନ ଡିଜାଇନିଂ ପ୍ରତି ଆକର୍ଶିତ କରିଥିଲା ।ସେ ଦେଖିଲେ ଯେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଷ୍ଟାଇଲିସ ଓ ସୁଲଭ ମୂଲ୍ୟର ପୋଷାକର ଅଭାବ ଅଛି । ଏହାହିଁ ତାଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ପ୍ରେରଣା ଦେଇଥିଲା । ୧୯୯୫ ମସିହାରେ ଅନୀତା ତାଙ୍କ ବାପା ଓ ଭଉଣୀଙ୍କଠାରୁ କିଛି ଟଙ୍କା ଉଧାର ନେଇ ବ୍ୟବସାୟ ଆ

କନକ ବ୍ୟୁରୋ : କୁହାଯାଏ ଯେ ପରିଶ୍ରମ ସହ ନିଜ ଉପରେ ଦୃଢ ବିଶ୍ୱାସ ରଖିଲେ ଦିନେନା ଦିନେ ସଫଳତା ନିଶ୍ଚୟ ମିଳିବ । ଆଉ ଏହି ଉକ୍ତିକୁ ବାସ୍ତବରେ ପରିଣତ କରି ଦେଖାଇଛନ୍ତି ଅନୀତା ଡୋଙ୍ଗରେ । ଭାରତୀୟ ଫ୍ୟାସନ୍ ଉଦ୍ୟୋଗରେ ଜଣେ ପରିଚିତ ଓ ପ୍ରେରଣାଦାୟୀ ଚେହେରା ହେଉଛନ୍ତି ଅନୀତା । ମାତ୍ର ୨ଟି ସିଲେଇ ମେସିନ ସହ ସେ ନିଜର ବ୍ୟବସାୟର ଯାତ୍ରା ଆରମ୍ଭ କରିଥିଲେ । ଦୃଢ ପରିଶ୍ରମ ଦ୍ୱାରା ବର୍ତ୍ତମାନ ସେ ନିଜର ବିରାଟ ବଡ ସମ୍ରାଜ୍ୟ ଛିଡା କରିଛନ୍ତି ।
ଅନୀତାଙ୍କର କ୍ୟାରିୟର ଭାରତୀୟ ଫ୍ୟାସନର ପରିଭାଷା ବଦଳାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କ ସଫଳତା ପାଇଁ ଦେଶର ସବୁଠୁ ଲୋକପ୍ରିୟ ଡିଜାଇନର ଭାବେ ତାଙ୍କୁ ମାନ୍ୟତା ଦିଆଯାଇଥିଲା ।
ଅନୀତାଙ୍କ ମା ଜଣେ ଦର୍ଜୀ ଥିଲେ, ପିଲାବେଳେ ସେ ମାଙ୍କ ହାତ ତିଆରି ଡ୍ରେସ୍ ପିନ୍ଧୁଥିଲେ । ବାଲ୍ୟକାଳରୁ ସେ ତାଙ୍କ ମାଙ୍କଠାରୁ ପରିଶ୍ରମ ଓ ବିନା ଶିକ୍ଷାରେ କିପରି ସୁନ୍ଦର ଡିଜାଇନିଂ ଡ୍ରେସ୍ ତିଆରି କରାଯାଏ ତାହା ଶିଖିଥିଲେ । ଏହି ଶିକ୍ଷାହିଁ ଅନୀତାଙ୍କୁ କମ୍ ବୟସରୁ ଫ୍ୟାସନ ଡିଜାଇନିଂ ପ୍ରତି ଆକର୍ଶିତ କରିଥିଲା ।ସେ ଦେଖିଲେ ଯେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଷ୍ଟାଇଲିସ ଓ ସୁଲଭ ମୂଲ୍ୟର ପୋଷାକର ଅଭାବ ଅଛି । ଏହାହିଁ ତାଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ପ୍ରେରଣା ଦେଇଥିଲା ।
୧୯୯୫ ମସିହାରେ ଅନୀତା ତାଙ୍କ ବାପା ଓ ଭଉଣୀଙ୍କଠାରୁ କିଛି ଟଙ୍କା ଉଧାର ନେଇ ବ୍ୟବସାୟ ଆରମ୍ଭ କରିଥିଲେ । ଏକ ଛୋଟ ଆର୍ପାଟମେଣ୍ଟରେ ରହି ମହିଳାମାନଙ୍କ ପାଇଁ ପାଶ୍ଚାତ୍ୟ ପୋଷାକ ଡିଜାଇନିଂ କରିବା ଆରମ୍ଭ କରିଥିଲେ । ସେ ତିଆରି କରିଥିବା ପୋଷାକକୁ ବହୁଥର ରିଜେକ୍ଟ ବି କରାଯାଇଥିଲା କିନ୍ତୁ ସେ ହାରିନଥିଲେ କି ଆତ୍ମବିଶ୍ୱାସ ହରାଇନଥିଲେ । ଅନୀତା ତାଙ୍କର ପ୍ରଥମ ବ୍ରାଣ୍ଡ AND ନାଁରେ ଲଞ୍ଚ୍ କରିଥିଲେ । ଯାହାକି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା । ଗୋଚିଏ ଛୋଟ ଦର୍ଜି ଦୋକାନରୁ ଆରମ୍ଭ ହୋଇଥିବା ବ୍ୟବସାୟ ଆଜି ଭାରତ ବର୍ଷରେ ଏକ ପ୍ରତିଷ୍ଠିତ ବ୍ରାଣ୍ଡ ହୋଇସାରିଛି । ତାଙ୍କ ପୋର୍ଟଫୋଲିଓରେ ଗ୍ଲୋବାଲ ଦେଶୀ , ଅନୀତା ଡୋଙ୍ଗରେ ବ୍ରାଇଡଲ କାଉଚର , ଗ୍ରାସରୁଟସ୍ ଓ ପିଙ୍କ୍ ସିଟି ଭଳି ଅନେକ ଫେମସ୍ ବ୍ରାଣ୍ଡ ଅନ୍ତର୍ଭୁକ୍ତ ।
ସମୟ ସହିତ ତାଙ୍କ ନାଁ ସୁନ୍ଦରତା ଓ ନୂତନତାର ପ୍ରତିକ ଭାବେ ପରିଚିତ ହେଲା ।ବର୍ତ୍ତମାନ ଅନୀତା ଡୋଙ୍ଗରେ ସମଗ୍ର ଭାରତ ବର୍ଷରେ ୨୭୦ରୁ ଅଧିକ ବୁଟିକ୍ ଷ୍ଟୋର ପରିଚାଳନା କରୁଛନ୍ତି । ୨୦୨୩ରେ ତାଙ୍କ ବ୍ରାଣ୍ଡର ଆୟ ୧ ହଜାର କୋଟିରୁ ଅଧିକ ଥିଲା । ଫୋର୍ବସ୍ ତାଙ୍କୁ ଭାରତର ସବୁଠାରୁ ଧନୀ ମହିଳା ଫ୍ୟାସନ୍ ଡିଜାଇନର ଭାବରେ ମାନ୍ୟତା ଦେଇଥିଲା ଏବଂ ତାଙ୍କର ସମ୍ପୁର୍ଣ୍ଣ ସମ୍ପତି ୮୩.୨୧ କୋଟି ବୋଲି ଆକଳନ କରାଯାଇଥିଲା । ତେବେ ସ୍ୱାବଲମ୍ବୀ ହେବାର କିଛି ସଠିକ୍ ସମୟ ନଥାଏ ,ଭଲ କରିବାର ଦୃଢ ଇଛା ଇଛା ଶକ୍ତି ଓ ଏକାଗ୍ରତାର ସହ ପରିଶ୍ରମ କଲେ ଦିନେ ନା ସଫଳତା ନିଶ୍ଚୟ ମିଳିବ ।