୨ଫୁଟ ଲମ୍ବା ଦେଖାଯିବା ପାଇଁ କଲେ ସର୍ଜରୀ, ଏବେ ଭୋଗୁଛନ୍ତି ମରଣଯନ୍ତ୍ରଣା
ବୋଗୋଟା,୧୯।୧: ସୁନ୍ଦର ଦେଖାଯିବା ପାଇଁ ଲୋକେ ଏବେ ବିଭିନ୍ନ ପ୍ରକାର ସର୍ଜରୀ କରୁଛନ୍ତି। କେହି ଓଠ ମୋଟା କରୁଛନ୍ତି ତ କେହି ନିଜର ମୁହଁର ଶେପ ପରିବର୍ତ୍ତନ କରୁଛନ୍ତି। କିନ୍ତୁ କେବେ ଉଚ୍ଚତା ବଢାଇବା ପାଇଁ ସର୍ଜରୀ ବିଷୟରେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଛି ନା। ନିକଟରେ ଏହି ସର୍ଜରୀର ଚାହିଦା ବଢିବାରେ ଳାଗିଛି। ଏହା ଖୁବ୍ ଯନ୍ତ୍ରଣାଦାୟକ କୁହାଯାଉଥିଲେ ମଧ୍ୟ ସୁନ୍ଦର ଦେଖାଯିବାର ନିଶା ମଣିଷକୁ ଏପରି କରିବାକୁ ବଶ କରିଛି। ନିକଟରେ ୨୯ବର୍ଷର ଇନଫ୍ଲୁଏନସର […] The post ୨ଫୁଟ ଲମ୍ବା ଦେଖାଯିବା ପାଇଁ କଲେ ସର୍ଜରୀ, ଏବେ ଭୋଗୁଛନ୍ତି ମରଣଯନ୍ତ୍ରଣା appeared first on Dharitri Odia News.
ବୋଗୋଟା,୧୯।୧: ସୁନ୍ଦର ଦେଖାଯିବା ପାଇଁ ଲୋକେ ଏବେ ବିଭିନ୍ନ ପ୍ରକାର ସର୍ଜରୀ କରୁଛନ୍ତି। କେହି ଓଠ ମୋଟା କରୁଛନ୍ତି ତ କେହି ନିଜର ମୁହଁର ଶେପ ପରିବର୍ତ୍ତନ କରୁଛନ୍ତି। କିନ୍ତୁ କେବେ ଉଚ୍ଚତା ବଢାଇବା ପାଇଁ ସର୍ଜରୀ ବିଷୟରେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଛି ନା। ନିକଟରେ ଏହି ସର୍ଜରୀର ଚାହିଦା ବଢିବାରେ ଳାଗିଛି। ଏହା ଖୁବ୍ ଯନ୍ତ୍ରଣାଦାୟକ କୁହାଯାଉଥିଲେ ମଧ୍ୟ ସୁନ୍ଦର ଦେଖାଯିବାର ନିଶା ମଣିଷକୁ ଏପରି କରିବାକୁ ବଶ କରିଛି।
ନିକଟରେ ୨୯ବର୍ଷର ଇନଫ୍ଲୁଏନସର ୟେଫରସମ କୋସିଆ ଏପରି ଯନ୍ତ୍ରଣାଦାୟକ ଅପରେଶନ କରି ନିଜ ଉଚ୍ଚତା ୨ଇଞ୍ଚ ବୃଦ୍ଧି କରାଇଛନ୍ତି। କିନ୍ତୁ ସୁନ୍ଦର ଦେଖାଯିବାକୁ ନେଇ କରୁଥିବା ଏହି ସର୍ଜରୀ ତାଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଏଥିପାଇଁ ସେ ଠିକ୍ ସେ ଶୋଇ ବି ପାରୁ ନାହାନ୍ତି। ଏଥିପାଇଁ ତାଙ୍କୁ ନିଦ ଔଷଧ ଖାଇବାକୁ ପଡୁଛି। କଲମ୍ବିଆରେ ରହୁଥିବା କୋସିଆଙ୍କ ଉଚ୍ଚତା ପୂର୍ବରୁ ୫.୮ଫିଟ ଥିବାବେଳେ ଏବେ ୬ଫୁଟ ରହିଛି। ସେ ନିଜର ଗୋଡକୁ ଆଉ ୨ଫୁଟ ଲମ୍ବା କରିଛନ୍ତି। ଏଥିପାଇଁ ସେ ୧୭୫,୦୦୦ଡଲାର(୧.୪୫ କୋଟି) ଟଙ୍କା ଖର୍ଚ୍ଚ କରିଛନ୍ତି।
ଏତେ ଯନ୍ତ୍ରଣା ପରେ ବି ଏହାପରେ ସେ ମାଂସପେଶୀକୁ ହାଡ ସହ ଯୋଡୁଥିବା ଟିଶୁ ସର୍ଜରୀ କରିବାକୁ ଯାଉଛନ୍ତି। ଯାହାଦ୍ୱାରା ତାଙ୍କ କଷ୍ଟ କିଛିଟା କମିପାରିବ।
The post ୨ଫୁଟ ଲମ୍ବା ଦେଖାଯିବା ପାଇଁ କଲେ ସର୍ଜରୀ, ଏବେ ଭୋଗୁଛନ୍ତି ମରଣଯନ୍ତ୍ରଣା appeared first on Dharitri Odia News.