୨୦ ଓଡ୍ରାଫ ଏବଂ ୧୦ଟି ଏନଡିଆରଏଫ ପ୍ରସ୍ତୁତ, ୧୦ ଜିଲ୍ଲାରେ ରେସକ୍ୟୁ ପାଇଁ ତୟାର
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ପୋଜିସନ୍ ନେଲେଣି ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ । ପ୍ରାଥମିକ ଭାବେ ୨୦ ଓଡ୍ରାଫ ଏବଂ ୧୦ଟି ଏନଡିଆରଏଫ ଟିମ ୧୦ ଜିଲ୍ଲାରେ ମୁତୟନ ହୋଇଛନ୍ତି । ତଳିଆ ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରାଯାଉଛି । ରିଲିଫ ଏବଂ ରେସକ୍ୟୁ ଅପରେସନ ପାଇଁ ଚପର ବ୍ୟବସ୍ଥା ମଧ୍ୟ କରାଯାଇଛି । କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । […] The post ୨୦ ଓଡ୍ରାଫ ଏବଂ ୧୦ଟି ଏନଡିଆରଏଫ ପ୍ରସ୍ତୁତ, ୧୦ ଜିଲ୍ଲାରେ ରେସକ୍ୟୁ ପାଇଁ ତୟାର appeared first on KNews Odisha.

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ପୋଜିସନ୍ ନେଲେଣି ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ । ପ୍ରାଥମିକ ଭାବେ ୨୦ ଓଡ୍ରାଫ ଏବଂ ୧୦ଟି ଏନଡିଆରଏଫ ଟିମ ୧୦ ଜିଲ୍ଲାରେ ମୁତୟନ ହୋଇଛନ୍ତି । ତଳିଆ ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରାଯାଉଛି । ରିଲିଫ ଏବଂ ରେସକ୍ୟୁ ଅପରେସନ ପାଇଁ ଚପର ବ୍ୟବସ୍ଥା ମଧ୍ୟ କରାଯାଇଛି । କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର ।
୨୦ ଓଡ୍ରାଫ, ୧୦ ଏନଡିଆରଏଫ ଟିମ୍ ତୟାର
ମାଇକ ଯୋଗେ ଘୋଷଣା କରି ସମୁଦ୍ରକୂଳିଆଙ୍କୁ ସଚେତନ କରୁଛି ପ୍ରଶାସନ। ମାଡ଼ି ଆସୁଛି ବାତ୍ୟା ଦାନା । ସମୁଦ୍ର ଭିତରକୁ ଯିବାକୁ ଆଉ କେହି ଦୁଃସାହସ କରନ୍ତୁ ନାହିଁ । ଯଦି କେହି ଯାଇଛନ୍ତି, ଫେରି ଆସନ୍ତୁ । ବର୍ଷା ପବନ ପୂର୍ବରୁ ତଳିଆ ଅଞ୍ଚଳ ଲୋକ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ । ଏ ହେଉଛି ଧାମରା ଆଉ ଚାନ୍ଦବାଲି ଅଞ୍ଚଳର ଦୃଶ୍ୟ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ । ପୋଜିସନ ନେଉଛନ୍ତି ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ।
ସର୍ଚ୍ଚ ଓ ରେସକ୍ୟୁ ପାଇଁ ୨୦ ଓଡ୍ରାଫ ଟିମ୍ ପ୍ରସ୍ତୁତ । ୬୦ ଭାଗରେ ବିଭକ୍ତ ହୋଇଛନ୍ତି ୨୦ ଟିମ । ଏଥରୁ ୫୭ଟି ଟିମ୍ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାରେ ମୁତୟନ ହେବେ । ୩ଟି ଟିମ୍ ରିଜର୍ଭ ରହିବେ । ପୂରା ପ୍ରସ୍ତୁତି ସହ ପୋଜିସନ ନେଉଛନ୍ତି ଓଡ୍ରାଫ ବାହିନୀ । ସେହିଭଳି ପ୍ରଥମ ପର୍ଯ୍ୟାୟରେ ୧୦ଟି ଏନଡିଆରଏଫ ଟିମ୍ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିଛନ୍ତି । ଆବଶ୍ୟକ ହେଲେ ଅଧିକ ଟିମ୍ ମୁତୟନ ହେବେ । ଜିଲ୍ଲା ସ୍ତରରେ ଅଗ୍ନିଶମ ବାହିନୀ ମଧ୍ୟ ପ୍ରସ୍ତୁତ ଅଛନ୍ତି । ମକ୍ ଡ୍ରିଲ କରିଛନ୍ତି ରେସକ୍ୟୁ ଟିମ୍ ।
ରିଲିଫ ସେଣ୍ଟର, ବାତ୍ୟା ଆଶ୍ରୟ ସ୍ଥଳ ବି ପ୍ରସ୍ତୁତ । ୨୫୦ ରିଲିଫ ସେଣ୍ଟରରେ ସବୁ ବ୍ୟବସ୍ଥାର ତଦାରଖ କରାଯାଇଥିବା ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଚନା ମନ୍ତ୍ରୀ ସୁରେଶ ପୂଜାରୀ । ୫୦୦ରୁ ଅଧିକ ଅସ୍ଥାୟୀ ଶିବିରର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରାଯାଉଛି । ବାତ୍ୟା ମୁକାବିଲା ପାଇଁ ଚପର ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସରକାରଙ୍କ ସହ ଆମେ ଯୋଗାଯୋଗରେ ଅଛୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ମୋହନ ସରକାରଙ୍କ ପ୍ରଥମ ବାତ୍ୟା ମୁକାବିଲା । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ । ବିପଦକୁ ଦୃଷ୍ଟିରେ ରଖି ପୂରା ରାଜ୍ୟ ପାଇଁ ପ୍ରସ୍ତୁତି କରାଯାଇଛି । ସେପଟେ କୋଣାର୍କ ଅଞ୍ଚଳରେ ଗ୍ରାଉଣ୍ଡ ଜିରୋରେ ରହି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ବାତ୍ୟା ମୁକାବିଲା ପାଇଁ ସଚିବ ସ୍ତରରେ ଘନଘନ ବୈଠକ। ଲୋକସେବା ଭବନରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ସବୁ ଜେନେରେଟର ସେଟ ଗୁଡ଼ିକର କାର୍ଯ୍ୟକ୍ଷମତା ଯାଞ୍ଚ ତଥା ଶୀଘ୍ର ଟ୍ରାଏଲ ରନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ବ ଦିଆଯାଇଛି । ପାନୀୟ ଜଳ ପାଇଁ ଆଗୁଆ ପ୍ରସ୍ତୁତି କରାଯିବ । ୨୩ ଓ ୨୪ ତାରିଖରେ ସବୁ ଓଭରହେଡ ଟାଙ୍କି ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣଙ୍କୁ ଆବଶ୍ୟକତା ଅନୁସାରେ ପାଣିର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।
The post ୨୦ ଓଡ୍ରାଫ ଏବଂ ୧୦ଟି ଏନଡିଆରଏଫ ପ୍ରସ୍ତୁତ, ୧୦ ଜିଲ୍ଲାରେ ରେସକ୍ୟୁ ପାଇଁ ତୟାର appeared first on KNews Odisha.