୨୦ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ: ଆସିଲା ନାହିଁ ଆମ୍ବୁଲାନ୍ସ
ନବରଙ୍ଗପୁର,୨୬।୧(ସଦାଶିବ ପ୍ରହରାଜ): ଆସିଲା ନାହିଁ ଆମ୍ବୁଲାନ୍ସ, ୨୦ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମରେ। କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମଲି ପଞ୍ଚାୟତ ନିକଟ ପୁର୍ଣ୍ଣିଗୁଡା ଗ୍ରାମର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟ ଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଜନ୍ମ ହୋଇଥିଲେ । […] The post ୨୦ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ: ଆସିଲା ନାହିଁ ଆମ୍ବୁଲାନ୍ସ appeared first on Dharitri Odia News.
ନବରଙ୍ଗପୁର,୨୬।୧(ସଦାଶିବ ପ୍ରହରାଜ): ଆସିଲା ନାହିଁ ଆମ୍ବୁଲାନ୍ସ, ୨୦ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମରେ।
କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମଲି ପଞ୍ଚାୟତ ନିକଟ ପୁର୍ଣ୍ଣିଗୁଡା ଗ୍ରାମର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟ ଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଜନ୍ମ ହୋଇଥିଲେ । ତେବେ ସାନ ଝିଅ ଜନ୍ମ ହୋଇ ୩ ମାସ ହେଇଥିବାରୁ କରୁଣା ତାଙ୍କ ବାପାଙ୍କ ଘର ପୁର୍ଣ୍ଣିଗୁଡାକୁ ଯାଇଥିଲେ । ସେଠାରେ ତାଙ୍କର ଗୁରୁବାର ରାତିରେ ମୃତ୍ୟୁ ଘଟିଥିଲା। ତେବେ ସରକାରୀ ଗାଡ଼ିକି କୌଣସି ସରକାରୀ ସାହାଯ୍ୟ ସୁବିଧା ମିଳି ନ ଥିଲା । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବରୁ କୌଣସି ଗାଡିର ବ୍ୟବସ୍ଥା କରିପାରି ନ ଥିଲେ । ଫଳରେ ତାଙ୍କ ସମ୍ପର୍କୀୟମାନେ କୌଣସି ଉପାୟ ନପାଇ ପ୍ରାୟ ୨୦ କିଲୋମିଟର ଖଟିଆରେ ବୋହି ଗାଁକୁ ଆଣି ସେଠାରେ ମୃତଦେହ ସତ୍କାର କରିଥିଲେ। ଯାହାକୁ ନେଇ ଗ୍ରାମବାସୀ ସରକାରୀ ଯୋଜନା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
The post ୨୦ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ: ଆସିଲା ନାହିଁ ଆମ୍ବୁଲାନ୍ସ appeared first on Dharitri Odia News.