୨୦ ଟଙ୍କାରେ ମିଳୁଛି ଚୂନା ମାଛ, ବୋହି ନେଉଛନ୍ତି ଲୋକେ
ଏମିତିକି ଦିନକୁ ୨୦ରୁ ୩୦ ଝୁଡ଼ି ଭଳିକି ଭଳି ଚୁନା ମାଛ ପଡୁଥିବାରୁ ମତ୍ସବୀଜୀ ତାକୁ ୨୦ରୁ ୩୦ଟଙ୍କାରେ କିଲୋ ପିଛା ବିକ୍ରି କରି ଦେଉଛନ୍ତି।
ମାଛ କିଲୋ ୨୦ ଟଙ୍କା । ବାଙ୍କୀରେ ମହାନଦୀରୁ ଧରା ପଡୁଥିବା ଚୂନା ମାଛ ୨୦ ଟଙ୍କାରେ ମିଳୁଛି । ଲୋକେ ବି ବୋହି ନେଉଛନ୍ତି । ଗତ କିଛି ଦିନ ହେଲା ମହାନଦୀରେ ବଢ଼ି ପାଣି ଆସିଛି ଓ ଏହା ଶାଖା ନଦୀରେ ପ୍ରବେଶ କରିଥିଲା । ଏବେ ପାଣି ହ୍ରାସ ପାଇବା ଫଳରେ ପ୍ରବଳ ଚୂମା ମାଛ ପଡୁଛନ୍ତି। ଏମିତିକି ଦିନକୁ ୨୦ରୁ ୩୦ ଝୁଡ଼ି ଭଳିକି ଭଳି ଚୁନା ମାଛ ପଡୁଥିବାରୁ ମତ୍ସବୀଜୀ ତାକୁ ୨୦ରୁ ୩୦ଟଙ୍କାରେ କିଲୋ ପିଛା ବିକ୍ରି କରି ଦେଉଛନ୍ତି।
ଅଧିକ ପଢ଼ନ୍ତୁ: ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୭ କୋଟି !
ମାଛର ଦାମ ଖୁବ୍ ଶସ୍ତା ହୋଇଥିବାରୁ ଲୋକେ କିଣିବାକୁ ଭିଡ଼ ଜମାଉଛନ୍ତି ।ସେହିପରି ଏବେ ଚୂନା ମାଛର ବେଶ୍ ଚାହିଦା ଥିବାରୁ ଲୋକମାନେ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।
#କିଏ_ଖାଇବ_ଫ୍ରେସ୍_ଚୁନା_ମାଛ#ମାଛ_କିଲୋକୁ_୨୦ ଟଙ୍କା
ବାଙ୍କୀରେ ଚୂନା ମାଛ ମିଳୁଛି ୨୦ଟଙ୍କାରେ, କିଣିବାକୁ ଗ୍ରାହକଙ୍କ ଭିଡ । ମହାନଦୀର ଶାଖା ନଦୀ ଚନ୍ଦ୍ରପାରୁ ପାଣି ଛାଡ଼ିବା ଦ୍ଵାରା ମତ୍ସ୍ୟଜିବୀ ମାନେ ମାଛ ଧରି ବାଙ୍କୀ ତାରିଣୀ ଛକ ଠାରେ କିଲୋ ୨୦ ଟଙ୍କାରେ ବିକ୍ରି କରିଦେଉଛନ୍ତି । #Fish #Banki #OTV pic.twitter.com/5L8nrb5Bew — ଓଟିଭି (@otvkhabar) September 4, 2024