୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା ଗୁଜରାଟର ଆନନ୍ଦ ଜିଲାର ବାସିନ୍ଦା ଥିଲେ। ଦକ୍ଷିଣ କାରୋଲିନା ହାଇଓ୍ବେ ପାଟ୍ରୋଲିଂ ଅଧିକାରୀଙ୍କ ଅନୁଯାୟୀ, ଶନିବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଏମାନେ ଖୁବ୍ ଦ୍ରୁତ ଗତିରେ ଯାଉଥିଲେ। ସେମାନେ ହେଲେ ରେଖବେନ ପଟେଲ, ସଂଗୀତବେନ ପଟେଲ ଏବଂ ମନିଶାବେନ ପଟେଲ। ଏସ୍ୟୁଭି କାର୍ଟି ଏତେ ଦ୍ରୁତ ବେଗରେ ଗତି […] The post ୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା appeared first on Dharitri Odia News.
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା ଗୁଜରାଟର ଆନନ୍ଦ ଜିଲାର ବାସିନ୍ଦା ଥିଲେ। ଦକ୍ଷିଣ କାରୋଲିନା ହାଇଓ୍ବେ ପାଟ୍ରୋଲିଂ ଅଧିକାରୀଙ୍କ ଅନୁଯାୟୀ, ଶନିବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଏମାନେ ଖୁବ୍ ଦ୍ରୁତ ଗତିରେ ଯାଉଥିଲେ। ସେମାନେ ହେଲେ ରେଖବେନ ପଟେଲ, ସଂଗୀତବେନ ପଟେଲ ଏବଂ ମନିଶାବେନ ପଟେଲ।
ଏସ୍ୟୁଭି କାର୍ଟି ଏତେ ଦ୍ରୁତ ବେଗରେ ଗତି କରୁଥିଲା ଯେ, ଏହା ୪ ଲେନ୍ ଟ୍ରାଫିକ୍ ଅତିକ୍ରମ କରି ଅନ୍ୟ ପାର୍ଶ୍ୱକୁ ଯାଇ ପ୍ରାୟ ୨୦ ଫୁଟ ଉଚ୍ଚତାକୁ ଡେଇଁ ଗଛ ସହିତ ଧକ୍କା ହୋଇଥିଲା। ସମସ୍ତ ୩ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାର ଶିକାର ହୋଇଥିବା ମହିଳାମାନେ ଜର୍ଜିଆରେ ରହୁଥିଲେ।
The post ୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା appeared first on Dharitri Odia News.