୨୦ ବର୍ଷ ଦେଶସେବା ସାରି ଭିଟାମାଟିକୁ ଫେରିଲେ ଯବାନ,ଗାଁ ଦାଣ୍ଡରେ…

କୋକସରା,୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମର ସ୍ବର୍ଗତ ହୃଷୀକେଶ ଦଳପତିଙ୍କ ବଡ଼ପୁଅ ଭୋଳାନାଥ ଦଳପତି ଭାରତ ସରକାରଙ୍କ ଆସାମ ରାଇଫଲରେ ସିଆର୍‌ପିଏଫ୍‌ ଯବାନ ଭାବେ ୨୦୦୪ରେ ଯୋଗଦାନ କରିଥିଲେ। ଦେଶ ସେବାରେ ଦୀର୍ଘ ୨୦ ବର୍ଷ କର୍ତ୍ତବ୍ୟ କରିବା ପରେ ଭିଆର୍‌ଏସ୍‌ ନେଇ ଚାକିରି ଜୀବନରୁ ଅବ୍ୟାହତି ନେଇଛନ୍ତି। ମଙ୍ଗଳବାର ସେ ଭିଟାମାଟିକୁ ଫେରିବା ପରେ ଗ୍ରାମବାସୀ ତାଙ୍କୁ ତ୍ରିରଙ୍ଗା ପତାକା ଦେଖାଇ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା […] The post ୨୦ ବର୍ଷ ଦେଶସେବା ସାରି ଭିଟାମାଟିକୁ ଫେରିଲେ ଯବାନ,ଗାଁ ଦାଣ୍ଡରେ… appeared first on Dharitri Odia News.

୨୦ ବର୍ଷ ଦେଶସେବା ସାରି ଭିଟାମାଟିକୁ ଫେରିଲେ ଯବାନ,ଗାଁ ଦାଣ୍ଡରେ…

କୋକସରା,୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମର ସ୍ବର୍ଗତ ହୃଷୀକେଶ ଦଳପତିଙ୍କ ବଡ଼ପୁଅ ଭୋଳାନାଥ ଦଳପତି ଭାରତ ସରକାରଙ୍କ ଆସାମ ରାଇଫଲରେ ସିଆର୍‌ପିଏଫ୍‌ ଯବାନ ଭାବେ ୨୦୦୪ରେ ଯୋଗଦାନ କରିଥିଲେ। ଦେଶ ସେବାରେ ଦୀର୍ଘ ୨୦ ବର୍ଷ କର୍ତ୍ତବ୍ୟ କରିବା ପରେ ଭିଆର୍‌ଏସ୍‌ ନେଇ ଚାକିରି ଜୀବନରୁ ଅବ୍ୟାହତି ନେଇଛନ୍ତି। ମଙ୍ଗଳବାର ସେ ଭିଟାମାଟିକୁ ଫେରିବା ପରେ ଗ୍ରାମବାସୀ ତାଙ୍କୁ ତ୍ରିରଙ୍ଗା ପତାକା ଦେଖାଇ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ନାଚଗୀତରେ ଯୁବତୀଯୁବକ ବୀର ଯବାନଙ୍କୁ ଶୋଭାଯାତ୍ରାରେ ପରିକ୍ରମା ପୂର୍ବକ ଘରକୁ ପାଛୋଟି ନେଇଥିଲେ। ଯବାନଙ୍କ ମା’ ନିଜ ପୁଅକୁ ପାଖରେ ପାଇ ଆତ୍ମହରା ହୋଇ ପଡ଼ିଥିବା ବେଳେ ସ୍ତ୍ରୀ, ଝିଅ ପୁଅ ବାପାଙ୍କୁ ସଲାମୀ ଦେଇ ସ୍ବାଗତ କରିଥିଲେ। ଭୋଳାନାଥ ଆଗକୁ ନିଜ ଅଞ୍ଚଳ ପାଇଁ ସେବା କରିବେ ବୋଲି କହିଛନ୍ତି। ଫଟୋ: ଯବାନଙ୍କୁ ଗ୍ରାମବାସୀ ସ୍ବାଗତ କରି ପାଛୋଟି ନେଉଛନ୍ତି।

The post ୨୦ ବର୍ଷ ଦେଶସେବା ସାରି ଭିଟାମାଟିକୁ ଫେରିଲେ ଯବାନ,ଗାଁ ଦାଣ୍ଡରେ… appeared first on Dharitri Odia News.