୨୦ ବର୍ଷ ପରେ ଜିନ୍ଦଲ ପରିବାରକୁ ଫେରିଲା ହିସାର ଆସନ, କଂଗ୍ରେସ-ବିଜେପିକୁ ହରାଇ ଜିତିଲେ ସ୍ବାଧୀନ ପ୍ରାର୍ଥୀ

ହରିୟାଣା ୮/୧୦: ହରିୟାଣାର ହିସାର ଆସନରୁ ଜିତିଲେ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ । ୧୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି ସାବିତ୍ରୀ । ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ରାମ ନିୱାସ ରାରାଙ୍କୁ ସେ ପରାସ୍ତ କରିଛନ୍ତି । ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଶିଳ୍ପପତି ତଥା ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମାଆ । ସେ ଦେଶର ଧନୀ ମହିଳା ଭାବରେ ଜଣାଶୁଣା । ହିସାରରୁ ବିଜେପି ଟିକେଟ ପାଇଁ ଆଶାୟୀ ଥିଲେ ସେ ।  ହେଲେ ତାଙ୍କୁ ଟିକେଟ ଦେଇନଥିଲା ଦଳ । ସେଠାରୁ ନିରାଶ ହେବା ପରେ ସ୍ବାଧୀନ ଭାବରେ ମଇଦାନକୁ ଓହ୍ଲାଇଥିଲେ ।କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭା ନିର୍ବାଚିତ ହୋଇଛନ୍ତି ସାବିତ୍ରୀ । ସେ ଭୂପିନ୍ଦର ସିଂ ହୁଡ୍ଡାଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଗତ ମାର୍ଚ୍ଚ ମାସରେ ପୁଅ ନବୀନ ଜିନ୍ଦଲଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଜିନ୍ଦଲ ପରିବାରର ଗଡ ଭାବରେ ଜଣାଶୁଣା ହିସାର ବିଧାନସଭା । ଏହି ଆସନରୁ ସାବିତ୍ରୀ ଜିନ୍ଦଲଙ୍କ ସ୍ବାମୀ ଓମ୍‌ ପ୍ରକାଶ ଜିନ୍ଦଲ ୩ଥର ନିର୍ବାଚିତ ହୋଇଛନ୍ତି । ସାବିତ୍ରୀ ମଧ୍ୟ ଥରେ ନିର୍ବାଚିତ ହୋଇଛନ୍ତି । ହିସାର ଆସନରେ ୨୦ ବର୍ଷ ଧରି ଜିନ୍ଦଲ ପରିବାରର ଦବଦବା ରହିଥିଲା । ବର୍ତ୍ତମାନ ପୁଣି ଏହି ଆସନ ଜିନ୍ଦଲ ପରିବାରର ହାତକୁ ଆସିଛି ।  

୨୦ ବର୍ଷ ପରେ ଜିନ୍ଦଲ ପରିବାରକୁ ଫେରିଲା ହିସାର ଆସନ, କଂଗ୍ରେସ-ବିଜେପିକୁ ହରାଇ ଜିତିଲେ ସ୍ବାଧୀନ ପ୍ରାର୍ଥୀ

ହରିୟାଣା ୮/୧୦: ହରିୟାଣାର ହିସାର ଆସନରୁ ଜିତିଲେ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ । ୧୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି ସାବିତ୍ରୀ । ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ରାମ ନିୱାସ ରାରାଙ୍କୁ ସେ ପରାସ୍ତ କରିଛନ୍ତି । ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଶିଳ୍ପପତି ତଥା ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମାଆ । ସେ ଦେଶର ଧନୀ ମହିଳା ଭାବରେ ଜଣାଶୁଣା । ହିସାରରୁ ବିଜେପି ଟିକେଟ ପାଇଁ ଆଶାୟୀ ଥିଲେ ସେ ।  ହେଲେ ତାଙ୍କୁ ଟିକେଟ ଦେଇନଥିଲା ଦଳ । ସେଠାରୁ ନିରାଶ ହେବା ପରେ ସ୍ବାଧୀନ ଭାବରେ ମଇଦାନକୁ ଓହ୍ଲାଇଥିଲେ ।

କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭା ନିର୍ବାଚିତ ହୋଇଛନ୍ତି ସାବିତ୍ରୀ । ସେ ଭୂପିନ୍ଦର ସିଂ ହୁଡ୍ଡାଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଗତ ମାର୍ଚ୍ଚ ମାସରେ ପୁଅ ନବୀନ ଜିନ୍ଦଲଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଜିନ୍ଦଲ ପରିବାରର ଗଡ ଭାବରେ ଜଣାଶୁଣା ହିସାର ବିଧାନସଭା । ଏହି ଆସନରୁ ସାବିତ୍ରୀ ଜିନ୍ଦଲଙ୍କ ସ୍ବାମୀ ଓମ୍‌ ପ୍ରକାଶ ଜିନ୍ଦଲ ୩ଥର ନିର୍ବାଚିତ ହୋଇଛନ୍ତି । ସାବିତ୍ରୀ ମଧ୍ୟ ଥରେ ନିର୍ବାଚିତ ହୋଇଛନ୍ତି । ହିସାର ଆସନରେ ୨୦ ବର୍ଷ ଧରି ଜିନ୍ଦଲ ପରିବାରର ଦବଦବା ରହିଥିଲା । ବର୍ତ୍ତମାନ ପୁଣି ଏହି ଆସନ ଜିନ୍ଦଲ ପରିବାରର ହାତକୁ ଆସିଛି ।