୨୦ ବର୍ଷ ପରେ ମଞ୍ଚ ନାଟକ ମଞ୍ଚସ୍ଥ : ସହରୀ ସଭ୍ୟତାଠାରୁ ଦୂରେଇ ଯାଇନି ମଞ୍ଚ ନାଟକ

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଶୁକ୍ରବାର ନାଟକ ‘ ହଜି ଯାଇଛି ମୁଁ ମୋ ଭିତରେ’ମଞ୍ଚସ୍ଥ ହୋଇଛି। ଏହାକୁ ବରିଷ୍ଠ ଲେଖକ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼ କମ୍ବୁପାଣି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ବସନ୍ତ ପାତ୍ର, ଆଗାମୀ ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ନିର୍ଦ୍ଧେଶକ ଅଭିମନ୍ୟୁ ବିଷୋୟୀ, ନାଟକର ଲେଖକ ଗଙ୍ଗାଧର ବିଷୋୟୀ, ତୋଫାନ […] The post ୨୦ ବର୍ଷ ପରେ ମଞ୍ଚ ନାଟକ ମଞ୍ଚସ୍ଥ : ସହରୀ ସଭ୍ୟତାଠାରୁ ଦୂରେଇ ଯାଇନି ମଞ୍ଚ ନାଟକ appeared first on Dharitri Odia News.

୨୦ ବର୍ଷ ପରେ ମଞ୍ଚ ନାଟକ ମଞ୍ଚସ୍ଥ : ସହରୀ ସଭ୍ୟତାଠାରୁ ଦୂରେଇ ଯାଇନି ମଞ୍ଚ ନାଟକ

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଶୁକ୍ରବାର ନାଟକ ‘ ହଜି ଯାଇଛି ମୁଁ ମୋ ଭିତରେ’ମଞ୍ଚସ୍ଥ ହୋଇଛି। ଏହାକୁ ବରିଷ୍ଠ ଲେଖକ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼ କମ୍ବୁପାଣି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ବସନ୍ତ ପାତ୍ର, ଆଗାମୀ ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ନିର୍ଦ୍ଧେଶକ
ଅଭିମନ୍ୟୁ ବିଷୋୟୀ, ନାଟକର ଲେଖକ ଗଙ୍ଗାଧର ବିଷୋୟୀ, ତୋଫାନ କଳା ସଂସଦର ସଭାପତି ଗରିବ ସାଇଁ, ସମ୍ପାଦକ ସୁଶାନ୍ତ ପାଣିଗ୍ରାହୀ, ଉପଦେଷ୍ଟା ଲକ୍ଷ୍ମୀଧର ଗୌଡ, ଉପ ସଭାପତି ଅଶୋକ ମହାରଣା, ସହ ସମ୍ପାଦକ ପ୍ରଦୀପ ସାସମଲ, କୋଷାଧ୍ୟକ୍ଷ ବସନ୍ତ ପାତ୍ର, ବାବୁଲି ରଥ, ଗଜେନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ କହିଥିଲେ ଯେ ତୋଫାନ କଳା ସଂସଦ ଗଠନ ହେବାର ଆଜକୁ ୪୦ ବର୍ଷ ହୋଇଯାଇଛି । ସଂସଦର ଲକ୍ଷ୍ୟ ଥିଲା ମଞ୍ଚ ନାଟକକୁ ବଞ୍ଚାଇବା। ଦୀର୍ଘ ୨୦ ବର୍ଷ ମଞ୍ଚ ନାଟକକୁ କଳାକାର ମାନେ ବଞ୍ଚାଇ ରଖିଥିଲେ। ଏହା ପରେ ବିଭିନ୍ନ କାରଣ ଯୋଗୁ ତାହା ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ କଳାକାରମାନେ ପୁଣି ନାଟକ ମଞ୍ଚସ୍ଥ କରି ପୁରୁଣା ସ୍ମୃତିକୁ ବଜାୟ ରଖିଛନ୍ତି। ସହରୀ ସଭ୍ୟତା ଠାରୁ ଦୂରେଇ ଯାଇନି ଏବେବି ମଞ୍ଚ ନାଟକ ବୋଲି ଅତିଥି ମାନେ କହିଥିଲେ। ଆଗାମୀ ଦିନରେ ଅଧିକ ନାଟକ ମଞ୍ଚସ୍ଥ ପାଇଁ ପଦକ୍ଷେପ ନିଆଯିବ ବୋଲି କଳାକାର ଜୟ କୃର୍ଷ୍ଣ ପଟ୍ଟନାୟକ ଏଠାରେ ସୂଚନା ଦେଇଛନ୍ତି। ଏହି ଅବସରରେ ମଞ୍ଚ ନାଟକ ନିର୍ଦ୍ଧେଶକ ରବି ଦାସ, ନାରାୟଣ ମହାରଣା ପ୍ରମୁଖ କଳାକାରଙ୍କୁ ଅତିଥି ମାନକ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରସର୍ନ ପ୍ରଧାନ, ଭଗବାନ ଭୂୟାଁ, ପ୍ରଶାନ୍ତ ବିଷୋୟୀ, ପ୍ରଜିତ୍‌ ବାରିକ
ପ୍ରମୁଖ ସହଯୋଗ କରିଥିଲେ।

The post ୨୦ ବର୍ଷ ପରେ ମଞ୍ଚ ନାଟକ ମଞ୍ଚସ୍ଥ : ସହରୀ ସଭ୍ୟତାଠାରୁ ଦୂରେଇ ଯାଇନି ମଞ୍ଚ ନାଟକ appeared first on Dharitri Odia News.