୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ବର/ଚଣ୍ଡିଖୋଲ : ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ବିରଜାଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ଆତ୍ମନିର୍ଭର ଭାରତକୁ ଓଡ଼ିଶା ଉର୍ଜା ଦେଉଛି। ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏହା କହିଛନ୍ତି। ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡିଶାର ଯାଜପୁରରେ ବିକାଶର ନୂଆ ଧାରା ବହିବା ଆରମ୍ଭ ହୋଇଛି। ଆଜି ବିଜୁ ବାବୁଙ୍କର ଜନ୍ମଜୟନ୍ତୀ ଅବସର ଥିବାରୁ ଓଡ଼ିଶାର ବିକାଶ ଲାଗି, ଦେଶର ବିକାଶ […]

ଭୁବନେଶ୍ବର/ଚଣ୍ଡିଖୋଲ : ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ବିରଜାଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ଆତ୍ମନିର୍ଭର ଭାରତକୁ ଓଡ଼ିଶା ଉର୍ଜା ଦେଉଛି। ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏହା କହିଛନ୍ତି। ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡିଶାର ଯାଜପୁରରେ ବିକାଶର ନୂଆ ଧାରା ବହିବା ଆରମ୍ଭ ହୋଇଛି। ଆଜି ବିଜୁ ବାବୁଙ୍କର ଜନ୍ମଜୟନ୍ତୀ ଅବସର ଥିବାରୁ ଓଡ଼ିଶାର ବିକାଶ ଲାଗି, ଦେଶର ବିକାଶ ଲାଗି ବିଜୁବାବୁଙ୍କ ଯୋଗଦାନ ଅପୂରଣୀୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସମସ୍ତ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧେୟ ବିଜୁବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସରକାର ଯେଉଁ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥାଏ, ଏହାକୁ ପୂର୍ଣ୍ଣ ରୂପ ଦେବା ପାଇଁ ମଧ୍ୟ କାମ କରିଥାଏ। ୨୦୧୪ ମସହିା ପୂର୍ବରୁ ଅଟକି ଥିବା ପ୍ରକଳ୍ପଗୁଡ଼ିକର କାମ ଅଧିକ ତ୍ବରାନ୍ବିତ ହୋଇଛି। ଆମ ସରକାର ପାରାଦୀପ ରିଫାଇନାରି ପ୍ରକଳ୍ପକୁ ପୂରା କରିଛି। ପୂର୍ବ ଭାରତର ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ବିକାଶ କରାଯାଇଛି। ଆଜି ଦେଶରେ ଏମିତି ସରକାର ଅଛି ଯିଏ ବର୍ତ୍ତମାନ ପାଇଁ ଚିନ୍ତା କରୁଛି ଏବଂ ବିକଶିତ ଭାରତର ସଂକଳ୍ପର ନେଇ ଭବିଷ୍ୟତ ପାଇଁ ବି କାମ କରୁଛି । ପୂର୍ବ ଭାରତର ବିଭିନ୍ନ ରାଜ୍ୟକୁ ଅଧିକରୁ ଅଧିକ ଫୋକସ କରାଯାଉଛି । ପୂର୍ବ ତୁଳନାରେ ଅଧିକ ଦ୍ରୁତ ଗତିରେ ବିକାଶମୂଳକ ପ୍ରକଳ୍ପର କାମ ହେଉଛି।
ଆଜି ଚଣ୍ଡିଖୋଲରୁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଇଛନ୍ତି। ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପର ଶିଳାନ୍ୟାସ୍ ଓ ଲୋକାର୍ପଣ କରିଛନ୍ତି। ଏଥି ସହିତ ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ମୋନୋ ଏଥାଇଲନ୍ ଗ୍ଲାଇକଲ୍ ପ୍ରକଳ୍ପ, ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ଦୈର୍ଘ୍ୟର ପାଇପଲାଇନ ଉଦଘାଟନ କରିଛନ୍ତି। ପାରାଦୀପରେ ଏଲପିଜି ଆମଦାନୀ ସୁବିଧାକୁ ମଧ୍ୟ ଲୋକାର୍ପଣ କରିଥିବା ବେଳେ ବିଭିନ୍ନ ଜାତୀୟ ରାଜଥର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ସେହିପରି ୧୬୨ କିମି ବାଂଶପାଣି– ଦୈତାରୀ–ଟମକା– ଯଖପୁରା ରେଳ ଲାଇନ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋ ଉଦ୍ଘାଟନ, ନର୍ଲାଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍ ରେଳ ଇଂଜିନ ମରାମତି କାରଖାନା, କଣ୍ଟାବାଞ୍ଜିରେ ୱାଗନ୍ ମରାମତି କାରଖାନା ଏବଂ ବାଘୁଆପାଳରେ ରେଳ ଇଞ୍ଜିନ ଓ ୱାଗନ ରକ୍ଷଣାବେକ୍ଷଣ ସୁବିଧାଗୁଡ଼ିକର ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତ୍ତିପ୍ରସ୍ତର ସ୍ଥାନ କରିଛନ୍ତି। କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ, କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ହରିଦାସପୁର– ପାରାଦୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।