୨୦୦ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବେ ଏହି ଦମ୍ପତି
ସୁରଟ, ୧୬ା୪:ଗୁଜରାଟର ଜଣେ ବ୍ୟବସାୟୀ ନିଜର ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସ୍ତ୍ରୀଙ୍କ ସହ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାବରକାନ୍ଥା ଜିଲାର ହିମ୍ମତ ନଗର ଅଞ୍ଚଳରୁ ଏହି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। କୋଟିପତି ବ୍ୟବସାୟୀ ଭାବେଶ ଭଣ୍ଡାରୀ ଓ ତାଙ୍କ ସ୍ତ୍ରୀ ସମସ୍ତ ସାଂସାରିକ ମୋହ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦମ୍ପତିଙ୍କ ସନ୍ନ୍ୟାସୀ ନେବା ପଛରେ ତାଙ୍କର ପୂଅ ଓ ଝିଅ ରହିଥିବା କୁହାଯାଉଛି। ୨ ବର୍ଷ ତଳେ […] The post ୨୦୦ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବେ ଏହି ଦମ୍ପତି appeared first on Dharitri Odia News.
ସୁରଟ, ୧୬ା୪:ଗୁଜରାଟର ଜଣେ ବ୍ୟବସାୟୀ ନିଜର ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସ୍ତ୍ରୀଙ୍କ ସହ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାବରକାନ୍ଥା ଜିଲାର ହିମ୍ମତ ନଗର ଅଞ୍ଚଳରୁ ଏହି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। କୋଟିପତି ବ୍ୟବସାୟୀ ଭାବେଶ ଭଣ୍ଡାରୀ ଓ ତାଙ୍କ ସ୍ତ୍ରୀ ସମସ୍ତ ସାଂସାରିକ ମୋହ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦମ୍ପତିଙ୍କ ସନ୍ନ୍ୟାସୀ ନେବା ପଛରେ ତାଙ୍କର ପୂଅ ଓ ଝିଅ ରହିଥିବା କୁହାଯାଉଛି। ୨ ବର୍ଷ ତଳେ ତାଙ୍କ ୧୯ ବର୍ଷର ଝିଅ ଓ ୧୬ ବର୍ଷର ପୁଅ ଜୈନଧର୍ମର ସନ୍ନ୍ୟାସୀ ଦୀକ୍ଷା ନେଇଥିଲେ।ପୁଅ ଓ ଝିଅ ଦୀକ୍ଷା ନେବା ପରେ ଏହି ଦମ୍ପତିଙ୍କର ସାଂସାରିକ ଜୀବନରୁ ମୋହ ଭଙ୍ଗ ଘଟିଛି। ସନ୍ୟାସୀ ଭାବେ ସରଳ ଓ ସଂଯମତାର ନିଜର ପରବର୍ତ୍ତୀ ଜୀବନ ଅତିବାହିତ କରିବାକୁ ଉଭୟ ଭାବେଶ ଓ ତାଙ୍କ ସ୍ତ୍ରୀ ଜିନଲ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୨ରେ ଭାବେଶ ନିଜ ସ୍ତ୍ରୀଙ୍କ ସହ ଅହମଦାବାଦ ରିଭରଫ୍ରଣ୍ଟଠାରେ ଜୈନଧର୍ମର ଦୀକ୍ଷା ନେବେ। ଦୀକ୍ଷା ନେବା ପରେ ଉଭୟ ସମ୍ପୂର୍ଣ୍ଣ ଭାବେ ପାରିବାରିକ ସମ୍ପର୍କରୁ ମୁକ୍ତ ହେବେ ବୋଲି ଭାବେଶ ସୂଚନା ଦେଇଛନ୍ତି। ସେହିପରି ଏହି ଦମ୍ପତି ନିଜ ସହ କୌଣସି ବିଳାସପୂର୍ଣ୍ଣ ସାମଗ୍ରୀ ରଖିପାରିବେ ନାହିଁ। ସବୁବେଳେ ଖାଲିପାଦରେ ଚାଲିବା ସହ କେବଳ ଭିକ୍ଷାବୃତ୍ତି କରି ଉଭୟେ ନିଜର ଗୁଜରାଣ ମେଣ୍ଟାଇବେ। ସନ୍ନ୍ୟାସୀ ଦୀକ୍ଷା ନେବା ପରେ ସେମାନଙ୍କୁ ଧଳାବସ୍ତ୍ର ପରିଧାନ କରି ଅହିଂସା ମାର୍ଗ ଆପଣାଇବାକୁ ପଡ଼ିବ ବୋଲି ଭାବେଶ ସୂଚନା ଦେଇଛନ୍ତି। ସୋମବାର ଏହି ଭଣ୍ଡାରୀ ଦମ୍ପତ୍ତି ହିମ୍ମତ ନଗର ଠାରୁ ୪ କିଲୋମିଟର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇ ନିଜର ସମସ୍ତ ବିଳାସପୂର୍ଣ୍ଣ ସାମଗ୍ରୀକୁ ଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଅନୁରୂପ ଭାବେ ଗୁଜରାଟର ଜଣେ କୋଟିପତି ହୀରା ବ୍ୟବସାୟୀ ନିଜ ସ୍ତ୍ରୀଙ୍କ ସହ ସନ୍ନ୍ୟାସ ଗ୍ରହଣ କରିଥିଲେ। ସେହିପରି ୨୦୧୭ରେ ମଧ୍ୟପ୍ରଦେଶର ଏକ ଧନୀ ଦମ୍ପତି ନିଜ ୧୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରିବା ସହ ୩ ବର୍ଷର ଝିଅ ସହ ସନ୍ନ୍ୟାସ ଗ୍ରହଣ କରିଥିଲେ।
The post ୨୦୦ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବେ ଏହି ଦମ୍ପତି appeared first on Dharitri Odia News.