୨୦୦୦ ଟଙ୍କିଆ ନୋଟ୍କୁ ନେଇ ବଡ଼ ଅପ୍ଡେଟ୍ ଦେଲା ଆର୍ବିଆଇ
ମୁମ୍ବାଇ,୨ା୪:ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ପାଖାପାଖି ୯୭.୬୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ଫେରିଥିବା ଭାରତର ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ସୋମବାର କହିଛି। ଲୋକମାନଙ୍କ ପାଖରେ ଏବେ ମଧ୍ୟ ୮,୨୦୨ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ରହିଛି। ଗତବର୍ଷ ମେ’ ୧୯ରେ ଆର୍ବିଆଇ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଥିଲା। ଉକ୍ତ ଦିନ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ସର୍କୁଲେଶନରେ ରହିଥିଲା। ଏହି ନୋଟ୍ ବୈଧ ଥିବାରୁ ଲୋକେ […] The post ୨୦୦୦ ଟଙ୍କିଆ ନୋଟ୍କୁ ନେଇ ବଡ଼ ଅପ୍ଡେଟ୍ ଦେଲା ଆର୍ବିଆଇ appeared first on Dharitri Odia News.
ମୁମ୍ବାଇ,୨ା୪:ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ପାଖାପାଖି ୯୭.୬୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ଫେରିଥିବା ଭାରତର ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ସୋମବାର କହିଛି। ଲୋକମାନଙ୍କ ପାଖରେ ଏବେ ମଧ୍ୟ ୮,୨୦୨ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ରହିଛି। ଗତବର୍ଷ ମେ’ ୧୯ରେ ଆର୍ବିଆଇ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଥିଲା। ଉକ୍ତ ଦିନ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ସର୍କୁଲେଶନରେ ରହିଥିଲା। ଏହି ନୋଟ୍ ବୈଧ ଥିବାରୁ ଲୋକେ ତାହାକୁ ଆର୍ବିଆଇର ୧୯ଟି ଅଫିସ୍ରେ ଜମା କରିପାରିବେ କିମ୍ବା ବଦଳାଇପାରିବେ। ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ସେମାନେ ଏହି ନୋଟ୍କୁ ପୋଷ୍ଟ ଅଫିସ ଜରିଆରେ ଆର୍ବିଆଇର କୌଣସି ଇସ୍ୟୁ ଅଫିସ୍କୁ ପଠାଇପାରିବେ।
The post ୨୦୦୦ ଟଙ୍କିଆ ନୋଟ୍କୁ ନେଇ ବଡ଼ ଅପ୍ଡେଟ୍ ଦେଲା ଆର୍ବିଆଇ appeared first on Dharitri Odia News.