ଏହା ଲଜ୍ଜାଜନକ କଥା; ରାଗରେ ଏଭଳି କହିଦେଲେ ଶାମି…
ନୂଆଦିଲ୍ଲୀ,୧୦।୫: ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ କେଏଲ୍ ରାହୁଲଙ୍କ ଉପରେ ବର୍ଷିଥିଲେ ଲକ୍ଷ୍ନୌ ମାଲିକ। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକ ରାହୁଲଙ୍କ ସମର୍ଥନରେ ବାହାରିଥିଲେ। ଏବେ ତାଙ୍କର ସାଥୀ ଖେଳାଳି ମହମ୍ମଦ ଶାମି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି। କ୍ରିକ୍ବଜର ଏକ କାର୍ଯ୍ୟକ୍ରମରେ ଶାମି କହିଛନ୍ତି, ଖେଳାଳିର ସମ୍ମାନ ବଡ଼ କଥା। ଆପଣ ବି ଜଣେ ସମ୍ମାନିତ ବ୍ୟକ୍ତି। କାରଣ ଆପଣ ଜଣେ ଟିମ୍ର ମାଲିକ। ଆପଣଙ୍କୁ କୋଟି କୋଟି ଲୋକ ଦେଖୁଛନ୍ତି। ଶିଖୁଛନ୍ତି। […] The post ଏହା ଲଜ୍ଜାଜନକ କଥା; ରାଗରେ ଏଭଳି କହିଦେଲେ ଶାମି… appeared first on Dharitri Odia News.
ନୂଆଦିଲ୍ଲୀ,୧୦।୫: ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ କେଏଲ୍ ରାହୁଲଙ୍କ ଉପରେ ବର୍ଷିଥିଲେ ଲକ୍ଷ୍ନୌ ମାଲିକ। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକ ରାହୁଲଙ୍କ ସମର୍ଥନରେ ବାହାରିଥିଲେ। ଏବେ ତାଙ୍କର ସାଥୀ ଖେଳାଳି ମହମ୍ମଦ ଶାମି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି।
କ୍ରିକ୍ବଜର ଏକ କାର୍ଯ୍ୟକ୍ରମରେ ଶାମି କହିଛନ୍ତି, ଖେଳାଳିର ସମ୍ମାନ ବଡ଼ କଥା। ଆପଣ ବି ଜଣେ ସମ୍ମାନିତ ବ୍ୟକ୍ତି। କାରଣ ଆପଣ ଜଣେ ଟିମ୍ର ମାଲିକ। ଆପଣଙ୍କୁ କୋଟି କୋଟି ଲୋକ ଦେଖୁଛନ୍ତି। ଶିଖୁଛନ୍ତି। ହେଲେ ଯଦି ଏଭଳି ଘଟଣା ସ୍କ୍ରିନ୍କୁ ଆସୁଛି ତେବେ ଏହା ଲଜ୍ଜାଜନକ କଥା ବୋଲି କହିବି। ଏଭଳି ହେବା ଉଚିତ ନୁହେଁ। ଏଭଳି କଥା ହେବାର ଏକ ଭିନ୍ନ ଉପାୟ ରହିଛି। ଆପଣ ଡ୍ରେସିଂ ରୁମ୍ରେ ନଚେତ ହୋଟେଲରେ ଯାଇ କଥା ହୋଇପାରନ୍ତି। ହେଲେ ମଇଦାନରେ ଏଭଳି କଥା ହୋଇ ଲାଲ କିଲାରେ ପତାକା ଉଡାଇଦେଲେ କି?ବୋଲି ଶାମି କହିଛନ୍ତି।
The post ଏହା ଲଜ୍ଜାଜନକ କଥା; ରାଗରେ ଏଭଳି କହିଦେଲେ ଶାମି… appeared first on Dharitri Odia News.