ପ୍ରଫୁଲ୍ଲଙ୍କ ଘର ଉପରେ ଚଢ଼ାଉ: ଚିରା କାଠ ଜବତ

କେନ୍ଦୁଝର,୭।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଅତିରିକ୍ତ ବନ ସଂରକ୍ଷକ ନାଗାରାଜୁ କୋଣ୍ଡେନାଙ୍କ ନେତୃତ୍ୱରେ ବନ ବିଭାଗ ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ବାଂଶପାଳ ବ୍ଲକ ଉପର ରାଇଗୋଡା ପଞ୍ଚାୟତ ଦୁଧପଶି ଗ୍ରାମର ପ୍ରଫୁଲ୍ଲ ବାରିକ ଙ୍କ ଘର୍‌ ଉପରେ ଚଢ଼ାଉ କରି ବହୁ ପରିମାଣରେ ଚିରା କାଠ ଜବତ ହୋଇଛି। ଚଢ଼ାଉବେଳେ ପ୍ରଫୁଲ୍ଲ ଫେରାର ହୋଇଯାଇଥିବାବେଳେ ପାଖାପାଖି ୧୫୦ ସିଫ୍ଟ ଚିରା ସାଇଜ କାଠ ଜବତ କରିଛନ୍ତି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏହି […] The post ପ୍ରଫୁଲ୍ଲଙ୍କ ଘର ଉପରେ ଚଢ଼ାଉ: ଚିରା କାଠ ଜବତ appeared first on Dharitri Odia News.

ପ୍ରଫୁଲ୍ଲଙ୍କ ଘର ଉପରେ ଚଢ଼ାଉ: ଚିରା କାଠ ଜବତ

କେନ୍ଦୁଝର,୭।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଅତିରିକ୍ତ ବନ ସଂରକ୍ଷକ ନାଗାରାଜୁ କୋଣ୍ଡେନାଙ୍କ ନେତୃତ୍ୱରେ ବନ ବିଭାଗ ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ବାଂଶପାଳ ବ୍ଲକ ଉପର ରାଇଗୋଡା ପଞ୍ଚାୟତ ଦୁଧପଶି ଗ୍ରାମର ପ୍ରଫୁଲ୍ଲ ବାରିକ ଙ୍କ ଘର୍‌ ଉପରେ ଚଢ଼ାଉ କରି ବହୁ ପରିମାଣରେ ଚିରା କାଠ ଜବତ ହୋଇଛି।

ଚଢ଼ାଉବେଳେ ପ୍ରଫୁଲ୍ଲ ଫେରାର ହୋଇଯାଇଥିବାବେଳେ ପାଖାପାଖି ୧୫୦ ସିଫ୍ଟ ଚିରା ସାଇଜ କାଠ ଜବତ କରିଛନ୍ତି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏହି କାଠ କେଉଁଠୁ ଆସିଲା ତାହାର ତଦନ୍ତ ବନ ବିଭାଗ କରୁଥିବାବେଳେ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି।
ବିଭିନ୍ନ କିସମର ଶାଳ, ଶାଗୁଆନ, ବିଜା, ଗମ୍ଭାରୀ କାଠ ଜବତ କରାଯାଇଥିବା ଡିଏଫଓ ଧନରାଜ ଏଚଡି ସୂଚନା ଦେଇଛନ୍ତି।

 

The post ପ୍ରଫୁଲ୍ଲଙ୍କ ଘର ଉପରେ ଚଢ଼ାଉ: ଚିରା କାଠ ଜବତ appeared first on Dharitri Odia News.