୨୦୧୭-୧୯ ମଧ୍ୟରେ ପାରାକ୍ୱେଟ ନେଇଛି ୧୪୦ ଜୀବନ, ସମ୍ପୂର୍ଣ୍ଣ ନିଷିଦ୍ଧ ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର : ବିଷାକ୍ତ ପାରାକ୍ୱେଟ୍‌‌ ଏବଂ ଏଥିରୁ ଉତ୍ପନ୍ନ ଦ୍ରବ୍ୟଗୁଡ଼ିକର ବିକ୍ରିକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ପାଇଁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବଙ୍କୁ ଲେଖିଥିବା ପତ୍ରରେ ସେ ଦର୍ଶାଇଛନ୍ତି ଯେ ମଣିଷ ଓ ଅନ୍ୟ […]

୨୦୧୭-୧୯ ମଧ୍ୟରେ ପାରାକ୍ୱେଟ ନେଇଛି ୧୪୦ ଜୀବନ, ସମ୍ପୂର୍ଣ୍ଣ ନିଷିଦ୍ଧ ପାଇଁ କେନ୍ଦ୍ରକୁ ଚିଠି
Paraquat claimed 140 lives between 2017 19 letter to Center for complete ban

ଭୁବନେଶ୍ୱର : ବିଷାକ୍ତ ପାରାକ୍ୱେଟ୍‌‌ ଏବଂ ଏଥିରୁ ଉତ୍ପନ୍ନ ଦ୍ରବ୍ୟଗୁଡ଼ିକର ବିକ୍ରିକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ପାଇଁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବଙ୍କୁ ଲେଖିଥିବା ପତ୍ରରେ ସେ ଦର୍ଶାଇଛନ୍ତି ଯେ ମଣିଷ ଓ ଅନ୍ୟ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଉପରେ ପାରାକ୍ୱେଟ୍‌‌ର କୁ-ପ୍ରଭାବ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ନିରୋଧକ ଔଷଧ ଉପଲବ୍ଧ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବିଷାକ୍ତ ରସାୟନିକ ପଦାର୍ଥର ବିକ୍ରୟ/ମହଜୁଦ/ ବିତରଣ/ ଉତ୍ପାଦନ ଓ ବ୍ୟବହାରକୁ ୨୦୨୩ ଅକ୍ଟୋବର ୫ରୁ ୯୦ଦିନ ପର୍ଯ୍ୟନ୍ତ ନିଷିଦ୍ଧ ଘୋଷଣା କରିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ରିପୋର୍ଟ ଅନୁସାରେ, ପାରାକ୍ୱେଟ୍‌ ଏବଂ ଏଥିରୁ ଉତ୍ପନ୍ନ ପଦାର୍ଥ ଅତ୍ୟନ୍ତ ବିଷାକ୍ତ ଓ କ୍ଷତିକାରକ।

ବର୍ତ୍ତମାନ ପର୍ଯ୍ୟନ୍ତ ପାରାକ୍ୱେଟ୍‌ର ବ୍ୟବହାର ଦ୍ୱାରା ମୃତ୍ତିକାର ସ୍ୱାସ୍ଥ୍ୟ, ମଣିଷର ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ଏହାର ପ୍ରଭାବ ସମ୍ପର୍କରେ କୌଣସି ବୈଜ୍ଞାନିକ ଗବେଷଣା କରାଯାଇନାହିଁ। ସେହିପରି ଭେଷଜ ଅନୁଷ୍ଠାନ ଭିମ୍‌‌ସାର ରିପୋର୍ଟ ଅନୁଯାୟୀ, ପାରାକ୍ୱେଟ୍‌ ଯୋଗୁଁ ମଣିଷର ନିଃଶ୍ୱାସପ୍ରଶ୍ୱାସ, ବୃକକ୍‌‌ ଏବଂ ଯକୃତଜନିତ ସମସ୍ୟା ଉପୁଜି ମୃତ୍ୟୁ ଘଟିଥାଏ। ଏହା ଜନିତ ମୃତ୍ୟୁହାର ଅଧିକ। ରିପୋର୍ଟ ଅନୁଯାୟୀ, ୨୦୧୭ ସେପ୍ଟେମ୍ୱରରୁ ୨୦୧୯ ଅଗଷ୍ଟ ମଧ୍ୟରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ୧୪୯ଜଣ ରୋଗୀଙ୍କ ମଧ୍ୟରୁ ୧୪୦ଜଣଙ୍କର ମୃତ୍ୟ ଘଟିଛି।

ରିପୋର୍ଟରେ ଭିମ୍‌‌ସାର କର୍ତ୍ତୃପକ୍ଷ ପାରାକ୍ୱେଟ୍‌କୁ ସ୍ଥାୟୀ ଭାବରେ ନିଷିଦ୍ଧ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ସେହିପରି ପାରାକ୍ୱେଟ୍‌ ସେବନ କରି ଅକାଳ ମୃତ୍ୟୁ ଘଟୁଛି ବୋଲି ରାଜ୍ୟର ୧୫ରୁ ଅଧିକ ଜିଲ୍ଲାପାଳ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରିପୋର୍ଟରେ ଦର୍ଶାଇଛନ୍ତି। ସେହିପରି ଦୀର୍ଘ ସମୟ (୫ ବର୍ଷରୁ ଊର୍ଦ୍ଧ୍ବ) ଧରି ପାରାକ୍ବେଟ୍‌ର ବ୍ୟବହାର ମଣିଷ, ପ୍ରାଣୀ ଏବଂ ଫସଲ ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ତେଣୁ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରୁ ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶାରେ ପାରାକ୍ୱେଟ୍‌ର ବିକ୍ରି/ ବିତରଣ/ ଉତ୍ପାଦନ ଏବଂ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ସଚିବ ଡ. ପାଢ଼ୀ ଲେଖିଥିବା ପତ୍ରରେ ଅନୁରୋଧ କରାଯାଇଛି।