୨୦୨୨ ମାନବ ବିକାଶ ସୂଚକାଙ୍କ: ୧୯୩ ଟି ଦେଶ ମଧ୍ୟରେ ୧୩୪ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧୪।୩: ମିଳିତ ଜାତିସଂଘର ମାନବ ବିକାଶ ସୂଚକାଙ୍କ (ଏଚଡିଆଇ) ରେ ଭାରତର ମାନ୍ୟତା ୨୦୨୨ ରେ ଗୋଟିଏ ସ୍ଥାନ ଉପରକୁ ଉଠି କରି ୧୯୩ ଟି ଦେଶ ମଧ୍ୟରୁ ୧୩୪ରେ ରହିଛି। ୨୦୨୧ରେ ୧୯୧ ଦେଶ ମଧ୍ୟରୁ ଭାରତ ୧୩୫ ଥିଲା। ସେହିପରି ଲିଙ୍ଗ ଅସମାନତା ସୂଚକାଙ୍କ (ଜିଆଇଆଇ) ୨୦୨୨ ରେ, ୦.୪୩୭ ସ୍କୋର ସହିତ ଭାରତ ୧୯୩ ଟି ଦେଶ ମଧ୍ୟରୁ ୧୦୮ ରେ ସ୍ଥାନରେରହିଛି। ଜିଆଇଆଇ-୨୦୨୧ ରେ ୦.୪୯୦ ସ୍କୋର ସହିତ ୧୯୧ ଦେଶ […] The post ୨୦୨୨ ମାନବ ବିକାଶ ସୂଚକାଙ୍କ: ୧୯୩ ଟି ଦେଶ ମଧ୍ୟରେ ୧୩୪ ସ୍ଥାନରେ ଭାରତ appeared first on Dharitri Odia News.

୨୦୨୨ ମାନବ ବିକାଶ ସୂଚକାଙ୍କ: ୧୯୩ ଟି ଦେଶ ମଧ୍ୟରେ ୧୩୪ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧୪।୩: ମିଳିତ ଜାତିସଂଘର ମାନବ ବିକାଶ ସୂଚକାଙ୍କ (ଏଚଡିଆଇ) ରେ ଭାରତର ମାନ୍ୟତା ୨୦୨୨ ରେ ଗୋଟିଏ ସ୍ଥାନ ଉପରକୁ ଉଠି କରି ୧୯୩ ଟି ଦେଶ ମଧ୍ୟରୁ ୧୩୪ରେ ରହିଛି। ୨୦୨୧ରେ ୧୯୧ ଦେଶ ମଧ୍ୟରୁ ଭାରତ ୧୩୫ ଥିଲା।

ସେହିପରି ଲିଙ୍ଗ ଅସମାନତା ସୂଚକାଙ୍କ (ଜିଆଇଆଇ) ୨୦୨୨ ରେ, ୦.୪୩୭ ସ୍କୋର ସହିତ ଭାରତ ୧୯୩ ଟି ଦେଶ ମଧ୍ୟରୁ ୧୦୮ ରେ ସ୍ଥାନରେରହିଛି। ଜିଆଇଆଇ-୨୦୨୧ ରେ ୦.୪୯୦ ସ୍କୋର ସହିତ ୧୯୧ ଦେଶ ମଧ୍ୟରୁ ଭାରତ ୧୨୨ରେ ଥିଲା।

ତଥାପି, ଦେଶରେ ଏହାର ଶ୍ରମ ଶକ୍ତି ଅଂଶଗ୍ରହଣ ହାରରେ ସବୁଠାରୁ ବଡ ଲିଙ୍ଗଗତ ପାର୍ଥକ୍ୟ ରହିଛି। ଦେଶରେ ୨୮.୩ ପ୍ରତିଶତ ମହିଳା ବିଭିନ୍ନ କାର୍ୟ୍ୟରେ ନିୟୋଜିତ ଥିବା ବେଳେ ୭୬.୧ ପ୍ରତିଶତ ପୁରୁଷ କାର୍ୟ୍ୟରେ ନିୟୋଜିତ ଅଛନ୍ତି। ଯାହା ଉଭୟ ଲିଙ୍ଗ ମଧ୍ୟରେ ୪୭.୮ ପ୍ରତିଶତ ପାର୍ଥକ୍ୟ ଦର୍ଶାଉଛି।

୨୦୨୧ ରେ ଏଚଡିଆଇରେ ଗୋଟିଏ ସ୍ଥାନ ତଳକୁ ଖସି ଥିଲା ବେଳେ ୨୦୨୨ ରେ ୦.୬୪୪ ସ୍କୋର ସହିତ ୧୯୩ ଟି ଦେଶ ମଧ୍ୟରୁ ୧୩୪ ସ୍ଥାନରେ କରିଛି।

୨୦୨୨ ରେ, ଭାରତ ସମସ୍ତ ଏଚଡିଆଇରେ ସୂଚକାଙ୍କରେ ଉନ୍ନତି ରିପୋର୍ଟ କରିଛି। ଆୟୁଷ, ଶିକ୍ଷା, ଏବଂ ମୁଣ୍ଡପିଛା ମୋଟ ଜାତୀୟ ଆୟ ଜୀଏନାଇଁ (ଜିଏନଆଇ) ଏବଂ ଆୟୁ ୬୭.୨ ରୁ ୬୭.୭ ବର୍ଷକୁ ବୃଦ୍ଧି ପାଇଛି। ସେହିଭଳି ଶିକ୍ଷା ୧୨.୬ ରେ ପହଂଚିଛି, ଅର୍ଥାତ ବିଦ୍ୟାଳୟର ବର୍ଷ ୬.୫୭ କୁ ବୃଦ୍ଧି ପାଇଛି ଏବଂ ମୁଣ୍ଡପିଛା ଆୟ ୬,୫୪୨ ଡଲାରରୁ ୬,୯୫୧ ଡଲାରକୁ ବୃଦ୍ଧି ପାଇଛି।

 

The post ୨୦୨୨ ମାନବ ବିକାଶ ସୂଚକାଙ୍କ: ୧୯୩ ଟି ଦେଶ ମଧ୍ୟରେ ୧୩୪ ସ୍ଥାନରେ ଭାରତ appeared first on Dharitri Odia News.