୨୦୨୪ ନିର୍ବାଚନ କସରତ : ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା, ସଂଧ୍ୟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର ୦୬।୦୩ : ବିଜେପିର ମିଶନ ୨୦୨୪ । ରାଜ୍ୟ ନେତୃବୃନ୍ଦଙ୍କୁ ଦିଲ୍ଲୀ ଡାକରା । ଦିଲ୍ଲୀ ଗସ୍ତ ପରେ ସଂଧ୍ୟା ୫ଟା ବେଳେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଜେପି ଆରମ୍ଭ କରିସାରିଲାଣି କସରତ । ଏହିକ୍ରମରେ ବିଜେପି ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀରୁ ଆସିଛି ଡାକରା। ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହାପରେ ସନ୍ଧ୍ୟା ୫ଟା ବେଳେ ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ନେତା। ଏହି ବୈଠକରେ ନିର୍ବାଚନ ରଣନୀତି ଏବଂ ଦଳ ଓଡ଼ିଶାରେ କେମିତି ଲଢିବ ସେନେଇ ଆଲୋଚନା ହେବ । ଏହାସହ ୨୪ ପାଇଁ ମିଶନ ଓଡ଼ିଶାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି । wp:embed {"url":"https://www.prameyanews7.com/hotstar-to-stream-2024-icc-t20-world-cup-for-free-on-mobile-app/","type":"wp-embed","providerNameSlug":"prameya-news-7"} https://www.prameyanews7.com/hotstar-to-stream-2024-icc-t20-world-cup-for-free-on-mobile-app/ /wp:embed

୨୦୨୪ ନିର୍ବାଚନ କସରତ : ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା, ସଂଧ୍ୟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର ୦୬।୦୩ : ବିଜେପିର ମିଶନ ୨୦୨୪ । ରାଜ୍ୟ ନେତୃବୃନ୍ଦଙ୍କୁ ଦିଲ୍ଲୀ ଡାକରା । ଦିଲ୍ଲୀ ଗସ୍ତ ପରେ ସଂଧ୍ୟା ୫ଟା ବେଳେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଜେପି ଆରମ୍ଭ କରିସାରିଲାଣି କସରତ । ଏହିକ୍ରମରେ ବିଜେପି ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀରୁ ଆସିଛି ଡାକରା। ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହାପରେ ସନ୍ଧ୍ୟା ୫ଟା ବେଳେ ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ନେତା। ଏହି ବୈଠକରେ ନିର୍ବାଚନ ରଣନୀତି ଏବଂ ଦଳ ଓଡ଼ିଶାରେ କେମିତି ଲଢିବ ସେନେଇ ଆଲୋଚନା ହେବ । ଏହାସହ ୨୪ ପାଇଁ ମିଶନ ଓଡ଼ିଶାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି । wp:embed {"url":"https://www.prameyanews7.com/hotstar-to-stream-2024-icc-t20-world-cup-for-free-on-mobile-app/","type":"wp-embed","providerNameSlug":"prameya-news-7"}

https://www.prameyanews7.com/hotstar-to-stream-2024-icc-t20-world-cup-for-free-on-mobile-app/
/wp:embed