୨୦୨୪ର ବଡ ଲଜ୍ଜା: କୋଲକାତା ପାଇଁ କାନ୍ଦିଥିଲା ଦେଶ, ନିର୍ଭୟା ପରେ ସୈତାନଙ୍କ ଶିକାର ହୋଇଥିଲା ଅଭୟା
କନକ ବ୍ୟୁରୋ: ବଦଳି ଯିବ କ୍ୟାଲେଣ୍ଡର, ଓଲଟିଯିବ ପୃଷ୍ଠା । ହେଲେ ୨୦୨୪ରେ ଘଟିଯାଇଥିବା କିଛି ହୃଦୟବିଦାରକ ଘଟଣା କେବେ ବି ମନରୁ ଲିଭିବନି । ଆମେ କହୁଛୁ ୨୦୨୪ରେ ଘଟିଥିବା ସବୁଠାରୁ ବଡ ଅପରାଧର କଥା । ଯାହା ପାଇଁ ପୂରା ଦେଶ ଦୋହଲିଯାଇଥିଲା । ଆଉ ଘଟଣା ଶୁଣି ଆଖିରେ ଲୁହ ଚାଲିଆସିଥିଲା । କୋଲକାତା ଆରଜି ମେଡିକାଲ କଲେଜରେ ଘଟିଥିବା ଲଜ୍ଜା ପାଇଁ ସାରା ଦେଶର ମୁଣ୍ଡ ତଳକୁ ହୋଇଯାଇଥିଲା । ମୁହଁରୁ ପାଦ ଚାରିଆଡେ କ୍ଷତ ଚିହ୍ନ, ଯୌନାଙ୍ଗରୁ ରକ୍ତ ବାହାରୁଥିଲା । ଗାଲ, ଓଠରେ କାମୁଡିବାର ଚିହ୍ନ । ସେ ଘଟଣା ଦେଖିଲେ ଆପଣଙ୍କ ଦେହ ବି ଥରି ଉଠିବ । ଆଉ ଲୋମ ଟାଙ୍କୁରି ଉଠିବ । ସତରେ ଜଣେ ଏମିତି କେମିତି କରିପାରିବ? ପୋଷ୍ଟମର୍ଟମ ପରେ ଡାକ୍ତର ବି ଚମକି ପଡିଥିଲେ ପିଡିତାଙ୍କ ଅବସ୍ଥା ଦେଖି । ମୁହଁରେ କପଡା ପୂରାଇ ପୀଡିତାଙ୍କ ସହ ହୋଇଥିଲା ଦୁଷ୍କର୍ମ । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ୱାର ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ସେ ଲଢିଥିଲେ, ବଞ୍ଚିବାକୁ ଅନେକ ଚେଷ୍ଟା କରିଥିଲେ ହେଲେ ସେ ସଫଳ ହୋଇପାରିନଥିଲେ । ଆଉ ଶେଷରେ ହାରିଯାଇଥିଲେ । ପୀଡିତାଙ୍କ ମୃତଦେହକୁ ଯିଏ ବି ଦେଖିଲା ସେ କାନ୍ଦିଥିଲା । ଏ ହୃଦୟ ବିଦାରକ ଘଟଣା ହେଉଛି ପଶ୍ଚିମବଙ୍ଗ କୋଲକାତାରେ ଥିବା ସରକାରୀ ହସ୍ପିଟାଲରେ କାମ କରୁଥିବା ଜଣେ ଟ୍ରେନି ଡାକ୍ତରଙ୍କର । ସବୁଦିନ ପରି ସେଦିନ ବି ଅଭୟା ନାଇଟ ସିଫ୍ଟରେ ଥିଲେ । କାମ ସାରି ଟିକେ ଆରାମ କରିବାକୁ ସେ ସ
କନକ ବ୍ୟୁରୋ: ବଦଳି ଯିବ କ୍ୟାଲେଣ୍ଡର, ଓଲଟିଯିବ ପୃଷ୍ଠା । ହେଲେ ୨୦୨୪ରେ ଘଟିଯାଇଥିବା କିଛି ହୃଦୟବିଦାରକ ଘଟଣା କେବେ ବି ମନରୁ ଲିଭିବନି । ଆମେ କହୁଛୁ ୨୦୨୪ରେ ଘଟିଥିବା ସବୁଠାରୁ ବଡ ଅପରାଧର କଥା । ଯାହା ପାଇଁ ପୂରା ଦେଶ ଦୋହଲିଯାଇଥିଲା । ଆଉ ଘଟଣା ଶୁଣି ଆଖିରେ ଲୁହ ଚାଲିଆସିଥିଲା । କୋଲକାତା ଆରଜି ମେଡିକାଲ କଲେଜରେ ଘଟିଥିବା ଲଜ୍ଜା ପାଇଁ ସାରା ଦେଶର ମୁଣ୍ଡ ତଳକୁ ହୋଇଯାଇଥିଲା ।
ମୁହଁରୁ ପାଦ ଚାରିଆଡେ କ୍ଷତ ଚିହ୍ନ, ଯୌନାଙ୍ଗରୁ ରକ୍ତ ବାହାରୁଥିଲା । ଗାଲ, ଓଠରେ କାମୁଡିବାର ଚିହ୍ନ । ସେ ଘଟଣା ଦେଖିଲେ ଆପଣଙ୍କ ଦେହ ବି ଥରି ଉଠିବ । ଆଉ ଲୋମ ଟାଙ୍କୁରି ଉଠିବ । ସତରେ ଜଣେ ଏମିତି କେମିତି କରିପାରିବ? ପୋଷ୍ଟମର୍ଟମ ପରେ ଡାକ୍ତର ବି ଚମକି ପଡିଥିଲେ ପିଡିତାଙ୍କ ଅବସ୍ଥା ଦେଖି । ମୁହଁରେ କପଡା ପୂରାଇ ପୀଡିତାଙ୍କ ସହ ହୋଇଥିଲା ଦୁଷ୍କର୍ମ । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ୱାର ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ସେ ଲଢିଥିଲେ, ବଞ୍ଚିବାକୁ ଅନେକ ଚେଷ୍ଟା କରିଥିଲେ ହେଲେ ସେ ସଫଳ ହୋଇପାରିନଥିଲେ । ଆଉ ଶେଷରେ ହାରିଯାଇଥିଲେ । ପୀଡିତାଙ୍କ ମୃତଦେହକୁ ଯିଏ ବି ଦେଖିଲା ସେ କାନ୍ଦିଥିଲା ।
ଏ ହୃଦୟ ବିଦାରକ ଘଟଣା ହେଉଛି ପଶ୍ଚିମବଙ୍ଗ କୋଲକାତାରେ ଥିବା ସରକାରୀ ହସ୍ପିଟାଲରେ କାମ କରୁଥିବା ଜଣେ ଟ୍ରେନି ଡାକ୍ତରଙ୍କର । ସବୁଦିନ ପରି ସେଦିନ ବି ଅଭୟା ନାଇଟ ସିଫ୍ଟରେ ଥିଲେ । କାମ ସାରି ଟିକେ ଆରାମ କରିବାକୁ ସେ ସେମିନାର ହଲକୁ ଯାଇଥିଲେ । ହେଲେ ସେ ଜାଣିନଥିଲେ ସେ କେବେ ବି ଆଉ ହଲରୁ ବାହାରକୁ ବାହାରି ପାରିବେନି । କାରଣ ହଲରେ ଥିଲା ତାଙ୍କ ମୃତ୍ୟୁ । ଅଭୟାଙ୍କୁ ସେମିନାର ହଲରେ ଦେଖି ଅଭିଯୁକ୍ତ ସଞ୍ଜୟ ସିଂଙ୍କ ପାଲଟିଯାଇଥିଲା ପିଶାଚ । ଆଉ ଅଭୟାଙ୍କ ଶରୀରକୁ ରାକ୍ଷସ ଭଳି ଝୁଣି ଖାଇଥିଲା । ଅପରାଧ ଘଟାଇବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ । ଆଉ ସକାଳୁ ପୀଡିତାଙ୍କ ରକ୍ତାକ୍ତ ଶରୀର ଦେଖି ସାରା କୋଲକାତା କାନ୍ଦି ପକାଇଥିଲା ।
ଏହି ଘଟଣାରେ କୋଲକାତା ପୋଲିସ ଜଣେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରିଛି । ହେଲେ ପୋଷ୍ଟ ମର୍ଟମ ରିପୋର୍ଟରେ କୁହାଯାଇଛି ଯେ ପୀଡିତାଙ୍କ ସହ ରେପ ନହେଁ ବରଂ ଗ୍ୟାଙ୍ଗରେପ ହୋଇଛି ।
ଟ୍ରେନି ଡାକ୍ତରଙ୍କ ସହ ହୋଇଥିବା ଏହି ଘଟଣା ପରେ ସାରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳିଥିଲା । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ଡାକ୍ତର ସଂଘ । କେବଳ ପଶ୍ଚିମବଙ୍ଗ ନୁହେଁ ସାରା ଦେଶରେ ନ୍ୟାୟ ସ୍ବର ତିବ୍ର ହୋଇଥିଲା । ଏହି ଘଟଣାରେ କେବଳ ସଞ୍ଜୟ ସିଂ ନୁହେଁ ବରଂ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦିପ ଘୋଷଙ୍କ ସହ ଅନ୍ୟ ୩ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଅଭିଯୁକ୍ତ ଗିରଫ ହୋଇଥିଲେ ବି ଏହି ଘଟଣାରେ ଏଯାଏଁ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି କି ଦଣ୍ଡ ପାଇନାହାନ୍ତି । ତେବେ ଏମିତି ଆଉ କେତେ ଦିନ? ଜଣେ ନାରୀ କେବେ ନିଜକୁ ସୁରକ୍ଷିତ ମନେକରିବ ? ଏ ସଭ୍ୟ ସମାଜରେ ମୁଖାଧାରୀ ପିଶାଚ କେବେ ଦଣ୍ଡ ପାଇବେ? ଦୀର୍ଘ ୧୨ ବର୍ଷ ପୂର୍ବେ ଯେମିତି ନିର୍ଭୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା ଠିକ ସେମିତି ଅଭୟା ଘଟଣା ବି ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଆଶା କରୁଛି ୨୦୨୫ରେ ଏମିତି କିଛି ଘଟଣା ନଘଟୁ, କି ଆମ କଲମ ଏଭଳି ଖବର ନଲେଖୁ ।