ଶିକ୍ଷକଙ୍କ ପାଇଁ ‘ପ୍ରସ୍ତୁତି’ ପ୍ରଶିକ୍ଷଣ ଶିବିର ଆରମ୍ଭ
ଆଠଗଡ: ଆଠଗଡ ସରକାରୀ ବାଳିକା ହାଇସ୍କୁଲରେ ମଣ୍ଡଳ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କ ନିମନ୍ତେ ଏକ ପଞ୍ଚଦୀବସୀୟ ‘ପ୍ରସ୍ତୁତି’ ପ୍ରଶିକ୍ଷଣ ଶିବିର ସୋମବାର ଠାରୁ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷାଧିକାରୀ ତଥା ବିଆରସିସି ଶିଶିର କୁମାର ମିଶ୍ର ଓ ସମ୍ମାନିତ ଅତିଥି ରୂପେ ବାଳିକା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡଙ୍ଗୀ ଏହି ଶିବିରକୁ ଉଦଘାଟନ କରିଥିଲେ। ଏହି ‘ପ୍ରସ୍ତୁତି’ ପ୍ରଶିକ୍ଷଣ ବାଟିକାଟି ଶିଶୁ ବାଟିକା ଶ୍ରେଣୀ ପରିଚାଳନା […]

ଆଠଗଡ: ଆଠଗଡ ସରକାରୀ ବାଳିକା ହାଇସ୍କୁଲରେ ମଣ୍ଡଳ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କ ନିମନ୍ତେ ଏକ ପଞ୍ଚଦୀବସୀୟ ‘ପ୍ରସ୍ତୁତି’ ପ୍ରଶିକ୍ଷଣ ଶିବିର ସୋମବାର ଠାରୁ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷାଧିକାରୀ ତଥା ବିଆରସିସି ଶିଶିର କୁମାର ମିଶ୍ର ଓ ସମ୍ମାନିତ ଅତିଥି ରୂପେ ବାଳିକା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡଙ୍ଗୀ ଏହି ଶିବିରକୁ ଉଦଘାଟନ କରିଥିଲେ। ଏହି ‘ପ୍ରସ୍ତୁତି’ ପ୍ରଶିକ୍ଷଣ ବାଟିକାଟି ଶିଶୁ ବାଟିକା ଶ୍ରେଣୀ ପରିଚାଳନା ଉପରେ ଆଧାରିତ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ସରକାରଙ୍କ ନୂତନ ଶିକ୍ଷା ନୀତି ଅନୁଯାୟୀ ୫ ବର୍ଷରୁ ଅଧିକ ବୟସର ଶିଶୁମାନେ ଚଳିତ ଶିକ୍ଷାବର୍ଷ ଶିଶୁ ବାଟିକାରେ ନାମ ଲେଖାଇ ପାରିବେ ବୋଲି ଶ୍ରୀ ମିଶ୍ର ସୂଚାଇ ଦେଇଥିଲେ। ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ପ୍ରଥମ ପର୍ଯ୍ୟାୟରେ ମୋଟ ୪୪ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ତାଲିମ ନେଉଛନ୍ତି।