୨୦୨୪ରେ ଗୁଗଲରେ ଭାରତ ବିଷୟରେ ଏସବୁ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ, ଲିଷ୍ଟ ଦେଖିଲେ ଉଡିବ ହୋଶ୍
ନୂଆଦିଲ୍ଲୀ,୧୨।୧୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବାକୁ ଭାରତୀୟ କ୍ରିକେଟ ଦଳ ମନା କରିଦେଇଛି। ଏହାର ପ୍ରଭାବ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଉପରେ ପଡିଛି। ଏହାରି ଭିତରେ ଚଳିତ ଶେଷ ହେବାକୁ ଥିବାବେଳେ ଗୁଗଲ ୨୦୨୪ରେ ଅଧିକ ସର୍ଚ୍ଚ କରାଯାଇଥିବା ଜିନିଷଗୁଡିକର ତାଲିକା ପ୍ରକାଶ କରିଛି। ଯେଉଁଥିରେ ପାକିସ୍ତାନୀମାନେ କରିଥିବା ସର୍ଚ୍ଚର ବିବରଣୀ ମଧ୍ୟ ରହିଛି। ଜାଣି ତାଜୁବ ହୋଇଯିବେ ଯେ ଆମ ପଡୋଶୀ ଦେଶ ଚଳିତ ବର୍ଷ ଭାରତୀୟଙ୍କ ସମ୍ପର୍କରେ କ’ଣ […] The post ୨୦୨୪ରେ ଗୁଗଲରେ ଭାରତ ବିଷୟରେ ଏସବୁ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ, ଲିଷ୍ଟ ଦେଖିଲେ ଉଡିବ ହୋଶ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୨।୧୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବାକୁ ଭାରତୀୟ କ୍ରିକେଟ ଦଳ ମନା କରିଦେଇଛି। ଏହାର ପ୍ରଭାବ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଉପରେ ପଡିଛି। ଏହାରି ଭିତରେ ଚଳିତ ଶେଷ ହେବାକୁ ଥିବାବେଳେ ଗୁଗଲ ୨୦୨୪ରେ ଅଧିକ ସର୍ଚ୍ଚ କରାଯାଇଥିବା ଜିନିଷଗୁଡିକର ତାଲିକା ପ୍ରକାଶ କରିଛି। ଯେଉଁଥିରେ ପାକିସ୍ତାନୀମାନେ କରିଥିବା ସର୍ଚ୍ଚର ବିବରଣୀ ମଧ୍ୟ ରହିଛି। ଜାଣି ତାଜୁବ ହୋଇଯିବେ ଯେ ଆମ ପଡୋଶୀ ଦେଶ ଚଳିତ ବର୍ଷ ଭାରତୀୟଙ୍କ ସମ୍ପର୍କରେ କ’ଣ କ’ଣ ସର୍ଚ୍ଚ କରିଛନ୍ତି।
ଏହି ତାଲିକା ସମସ୍ତଙ୍କୁ ଏଥିପାଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି କାରଣ ପାକିସ୍ତାନୀମାନେ ତାଙ୍କ ଦେଶ ବଦଳରେ ଭାରତ ବିଷୟରେ ଅନେକ ଜିନିଷ ସର୍ଚ୍ଚ କରିଛନ୍ତି। ସତେ ଯେମିତି ସେମାନେ ଭାରତୀୟଙ୍କ ସମ୍ପର୍କରେ ବହୁତ କିଛି ଜାଣିବାକୁ ଚାହୁଁଥିଲେ। ପାକିସ୍ତାନର ଲୋକମାନେ ଅବ୍ବାସ ଅଟାରଙ୍କ ସମ୍ପର୍କରେ ଅଧିକ ସର୍ଚ୍ଚ କରିଛନ୍ତି। ଅବ୍ବାସ ଜଣେ ଇରାନ ଫଟୋଗ୍ରାଫର ଥିଲେ ଯିଏ ୧୯୭୦ ଦଶକରେ ବିଫ୍ରା, ଭିଏତନାମ ଏବଂ ଦକ୍ଷିଣ ଆଫ୍ରିକାରେ ଫଟୋଗ୍ରାଫି ପାଇଁ ପ୍ରସିଦ୍ଧ ହୋଇଥିଲେ। ଏହା ପରେ ସେ ଧାର୍ମିକ ପ୍ରସଙ୍ଗରେ ଲେଖିଥିବା ପ୍ରବନ୍ଧଗୁଡ଼ିକ ପାଇଁ ଚର୍ଚ୍ଚା ରହିଥିଲେ। ଏହା ବ୍ୟତୀତ ପାକିସ୍ତାନୀମାନେ ଆଟେଲ ଅଦନାନ, ଅର୍ଶଦ ନାଦିମ, ସାନା ଜାଭେଦ ଏବଂ ସାଜିଦ ଖାନଙ୍କ ବିଷୟରେ ବେଶୀ ଜାଣିବାକୁ ଉତ୍ସାହୀ ଥିଲେ। ସୂଚନାଯୋଗ୍ୟ ଯେ ସାଜିଦ ଖାନ ଜଣେ ପ୍ରସିଦ୍ଧ ଭାରତୀୟ ଫିଲ୍ମ ନିର୍ଦ୍ଦେଶକ। ଚଳିତ ବର୍ଷ ପାକିସ୍ତାନୀଙ୍କ ମଧ୍ୟରେ ଭାରତୀୟ ଫିଲ୍ମ ଓ ୱେବ ସିରିଜ ପାଇଁ କ୍ରେଜ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ହୀରାମଣ୍ଡି, 12th ଫେଲ୍ , ଆନିମଲ୍, ର୍ମିଜାପୁର ସିଜନ ୩ ଏବଂ ସ୍ତ୍ରୀ ୨କୁ ଅଧିକ ସର୍ଚ୍ଚ କରାଯାଇଛି।
ଚାମ୍ପିଅନ୍ସ ଟ୍ରଫିର ଆୟୋଜନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ପାକିସ୍ତାନୀଙ୍କ ମଧ୍ୟରେ ବହୁତ କ୍ରେଜ ଦେଖିବାକୁ ମିଳିଛି। ଗୁଗଲ ସର୍ଚ୍ଚର କ୍ରିକେଟ ବର୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ପଞ୍ଚମ ସ୍ଥାନରେ ରହିଛି। ଏଥି ସହିତ ଟି -୨୦ ବିଶ୍ୱକପ ପ୍ରଥମ ସ୍ଥାନରେ ଥିଲା। ଏହା ବ୍ୟତୀତ ପାକିସ୍ତାନ ବନାମ ଇଂଲଣ୍ଡ, ପାକିସ୍ତାନ ବନାମ ବାଂଲାଦେଶ, ପାକିସ୍ତାନ ବନାମ ଅଷ୍ଟ୍ରେଲିଆ ମଧ୍ୟ ଅଧିକ ସର୍ଚ୍ଚ କରାଯାଇଛି।
The post ୨୦୨୪ରେ ଗୁଗଲରେ ଭାରତ ବିଷୟରେ ଏସବୁ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ, ଲିଷ୍ଟ ଦେଖିଲେ ଉଡିବ ହୋଶ୍ appeared first on Dharitri Odia News.