୨୦୨୪ରେ ବଢିବ EV ବିକ୍ରି, ସବସିଡି ବଳରେ ୬୬ ପ୍ରତିଶତ ବୃଦ୍ଧି ସମ୍ଭାବନା
ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରିକ୍ ବାହାନ (ଇଭି)ର ବିକ୍ରି ଚଳିତ ବର୍ଷ ୬୬ ପ୍ରତିଶତ ବଢିବା ନେଇ ଅନୁମାନ କରାଯାଉଛି । ଏନେଇ କାଉଣ୍ଟରପଏଣ୍ଟ ରିସର୍ଚ୍ଚର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରାଜ୍ୟର ସବସିଡି ଏବଂ ସହାୟକ ଭିତ୍ତିଭୂମିର ବିକାଶ କାରଣରୁ ଇଭିର ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିବ । ଏହାସହ ୨୦୨୪ ଶେଷ ବେଶକୁ ଇଭି ମୋଟ ପିଭି ବଜାରର ପ୍ରାୟ ୪ ପ୍ରତିଶତ ହେବ ।ଏହି ରିପୋର୍ଟରେ ଏହା ଅନୁମାନ କରାଯାଇଛି ଯେ ୨୦୩୦ ସୁଦ୍ଧା ଇଭି ଭାରତର ଘରୋଇ ବାହାନ ବଜାରରେ ପ୍ରାୟ ଏକ ତୃତୀୟାଂଶକୁ କବଜା କରିବ ।ଯଦି ଆର୍ଥିକ ଡାଟା ଉପରେ ନଜର ପକାଇବା ତେବେ ଭାରତୀୟ ଇଭି ସେକ୍ଟର ଆର୍ଥିକ ବର୍ଷ ୨୦୨୪ରେ ଇଭିର ବିଭିନ୍ନ ପ୍ରକାର ବାହାନରେ ରେକର୍ଡ ବିକ୍ରି ହୋଇଛି । ବିକ୍ରିରେ ବାର୍ଷିକ ୪୧ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ୧.୬୬ ମିଲିୟନ ଇଭି ବିକ୍ରି ରେକର୍ଡ କରାଯାଇଛି । ମାର୍ଚ୍ଚ ମାସରେ ହିଁ ୧,୯୭,୦୦୦ରୁ ଅଧିକ ୟୁନିଟ୍ ବିକ୍ରି ସହ ନୂଆ ରେକର୍ଡ ହୋଇଛି । ଅନୁମାନ କରାଯାଉଛି ଯେ ଏହି ରେକର୍ଡ ବିକ୍ରି FAME-୨ ସବସିଡି ଯୋଜନାର ଲାଭ ଉଠାଇବା ପାଇଁ ହୋଇଛି, ଯାହା ଆଂଶିକ ରୂପେ ଶେଷ ହେବାକୁ ଯାଉଛି । FAME-୨କୁ ବଦଳାଇବା ପାଇଁ ସରକାର ଇଲେକ୍ଟ୍ରିକ୍ ମୋବିଲିଟି ପ୍ରମୋସନ ସ୍କିମ ୨୦୨୪ ଆରମ୍ଭ କରିଛନ୍ତି । ଯେଉଁଥିରେ ଦୁଇ ଏବଂ ତିନି ଚକିଆ ବାହାନ କ୍ରୟ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି ୫୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି
ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରିକ୍ ବାହାନ (ଇଭି)ର ବିକ୍ରି ଚଳିତ ବର୍ଷ ୬୬ ପ୍ରତିଶତ ବଢିବା ନେଇ ଅନୁମାନ କରାଯାଉଛି । ଏନେଇ କାଉଣ୍ଟରପଏଣ୍ଟ ରିସର୍ଚ୍ଚର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରାଜ୍ୟର ସବସିଡି ଏବଂ ସହାୟକ ଭିତ୍ତିଭୂମିର ବିକାଶ କାରଣରୁ ଇଭିର ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିବ । ଏହାସହ ୨୦୨୪ ଶେଷ ବେଶକୁ ଇଭି ମୋଟ ପିଭି ବଜାରର ପ୍ରାୟ ୪ ପ୍ରତିଶତ ହେବ ।
ଏହି ରିପୋର୍ଟରେ ଏହା ଅନୁମାନ କରାଯାଇଛି ଯେ ୨୦୩୦ ସୁଦ୍ଧା ଇଭି ଭାରତର ଘରୋଇ ବାହାନ ବଜାରରେ ପ୍ରାୟ ଏକ ତୃତୀୟାଂଶକୁ କବଜା କରିବ ।
ଯଦି ଆର୍ଥିକ ଡାଟା ଉପରେ ନଜର ପକାଇବା ତେବେ ଭାରତୀୟ ଇଭି ସେକ୍ଟର ଆର୍ଥିକ ବର୍ଷ ୨୦୨୪ରେ ଇଭିର ବିଭିନ୍ନ ପ୍ରକାର ବାହାନରେ ରେକର୍ଡ ବିକ୍ରି ହୋଇଛି । ବିକ୍ରିରେ ବାର୍ଷିକ ୪୧ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ୧.୬୬ ମିଲିୟନ ଇଭି ବିକ୍ରି ରେକର୍ଡ କରାଯାଇଛି । ମାର୍ଚ୍ଚ ମାସରେ ହିଁ ୧,୯୭,୦୦୦ରୁ ଅଧିକ ୟୁନିଟ୍ ବିକ୍ରି ସହ ନୂଆ ରେକର୍ଡ ହୋଇଛି । ଅନୁମାନ କରାଯାଉଛି ଯେ ଏହି ରେକର୍ଡ ବିକ୍ରି FAME-୨ ସବସିଡି ଯୋଜନାର ଲାଭ ଉଠାଇବା ପାଇଁ ହୋଇଛି, ଯାହା ଆଂଶିକ ରୂପେ ଶେଷ ହେବାକୁ ଯାଉଛି ।
FAME-୨କୁ ବଦଳାଇବା ପାଇଁ ସରକାର ଇଲେକ୍ଟ୍ରିକ୍ ମୋବିଲିଟି ପ୍ରମୋସନ ସ୍କିମ ୨୦୨୪ ଆରମ୍ଭ କରିଛନ୍ତି । ଯେଉଁଥିରେ ଦୁଇ ଏବଂ ତିନି ଚକିଆ ବାହାନ କ୍ରୟ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି ୫୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ଏହି ଯୋଜନା ଏପ୍ରିଲରୁ ଜୁଲାଇ ଶେଷ ଯାଏ ଏହା ବୈଧ ରହିବ । ଉଲ୍ଲେଖଯୋଗ୍ୟ ଯେ ଭାରତ ୨୦୩୦ ସୁଦ୍ଧା ନିଜର ଅଙ୍ଗାରକାମ୍ଲ ନିର୍ଗମନ ୪୫ ପ୍ରତିଶତ କମ କରିବା ନେଇ ମହାତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛି ।