୨୦୨୪ରେ ବିରାଟଙ୍କ ବ୍ୟାଟ୍‌ରୁ ଆସୁନି ରନ୍, ୧୨ଟି ପାରିରୁ ୬ ଥର ଡେଇଁଛନ୍ତି ଦୁଇ ଅଙ୍କର ସ୍କୋର

ମୁମ୍ବାଇ ୦୫।୦୮ : ୨୦୨୪ ଟିମ୍ ଇଣ୍ଡିଆ ପାଇଁ ଲକି । ଦୀର୍ଘ ୧୧ ବର୍ଷ ପରେ କୌଣସି ଆଇସିସି ଟ୍ରଫି ଜିତିଛି ଭାରତୀୟ ଟିମ୍‌ , ହେଲେ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପାଇଁ ୨୦୨୪ଟା ଖାସ୍‌ ନାହିଁ । ରନ୍‌ ମେସିନ୍‌ଙ୍କ ବ୍ୟାଟର୍‌ରୁ ଆସୁନି ସ୍କୋର । ପୁରା ଶାନ୍ତ ପଡିଛି କିଙ୍ଗ କୋହଲିଙ୍କ ବ୍ୟାଟ୍‌ । ଶ୍ରୀଲଙ୍କା-ଭାରତ ମଧ୍ୟରେ ଚାଲିଛି ଦିନିକିଆ ସିରିଜ୍‌ । ଏହି ସିରିଜ୍‌ରେ ପୂର୍ବ ପରି ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଆସୁନି ରନ୍ ।ପ୍ରଥମ ମୁକାବିଲାରେ କୋହଲି ୨୪ ରନ୍‌ କରିଥିବା ବେଳେ ୨ୟ ମ୍ୟାଚ୍‌ରେ ମାତ୍ର ୧୪ ରନ୍‌ ହିଁ କରିଛନ୍ତି । ୧୨ଟି ପାରିରେ ବିରାଟ ଏବେ ଯାଏଁ ମାତ୍ର ୬ ଥର ହିଁ ଦୁଇ ଅଙ୍କ ଛୁଇଁପାରିଛନ୍ତି । ୨୦୨୪ରେ ୧୨ଟି ପାରିରେ ବ୍ୟାଟିଂ ଲାଗି ପଡିଆକୁ ଓହ୍ଲାଇଛନ୍ତି ବିରାଟ । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୭୬ ରନ୍‌ ରହିଛି । ଯାହା ଟି-୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଥିଲା । ଯଦି ଆମେ ବିରାଟଙ୍କ କିଛି ଶେଷ ପାରି ଦେଖିବା.. ୧, ୪, ୦, ୨୪, ୩୭, ୦, ୯, ୭୬, ୨୪, ୧୪ ରନ୍‌ ରହିଛି । ତେବେ ଦେଖାଯାଉ ଶ୍ରୀଲଙ୍କା ବିପକ୍ଷ ୩ୟ ଦିନିକିଆରେ ବିରାଟଙ୍କ ବ୍ୟାଟର୍‌ ରନ୍‌ ବର୍ଷୁଛି । ନା ପୂର୍ବପରି ଶାନ୍ତ ରହିବ ବିରାଟଙ୍କ ବ୍ୟାଟ୍ । ସୂଚନାଯୋଗ୍ୟ ଯେ, ଏବେ ସୁଦ୍ଧା ବିରାଟ କୋହଲି ୧୧୩ଟି ଟେଷ୍ଟ ଖେଳି ୮୮୪୮ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧି

୨୦୨୪ରେ ବିରାଟଙ୍କ ବ୍ୟାଟ୍‌ରୁ ଆସୁନି ରନ୍, ୧୨ଟି ପାରିରୁ ୬ ଥର ଡେଇଁଛନ୍ତି ଦୁଇ ଅଙ୍କର ସ୍କୋର

ମୁମ୍ବାଇ ୦୫।୦୮ : ୨୦୨୪ ଟିମ୍ ଇଣ୍ଡିଆ ପାଇଁ ଲକି । ଦୀର୍ଘ ୧୧ ବର୍ଷ ପରେ କୌଣସି ଆଇସିସି ଟ୍ରଫି ଜିତିଛି ଭାରତୀୟ ଟିମ୍‌ , ହେଲେ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପାଇଁ ୨୦୨୪ଟା ଖାସ୍‌ ନାହିଁ । ରନ୍‌ ମେସିନ୍‌ଙ୍କ ବ୍ୟାଟର୍‌ରୁ ଆସୁନି ସ୍କୋର । ପୁରା ଶାନ୍ତ ପଡିଛି କିଙ୍ଗ କୋହଲିଙ୍କ ବ୍ୟାଟ୍‌ । 

ଶ୍ରୀଲଙ୍କା-ଭାରତ ମଧ୍ୟରେ ଚାଲିଛି ଦିନିକିଆ ସିରିଜ୍‌ । ଏହି ସିରିଜ୍‌ରେ ପୂର୍ବ ପରି ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଆସୁନି ରନ୍ ।ପ୍ରଥମ ମୁକାବିଲାରେ କୋହଲି ୨୪ ରନ୍‌ କରିଥିବା ବେଳେ ୨ୟ ମ୍ୟାଚ୍‌ରେ ମାତ୍ର ୧୪ ରନ୍‌ ହିଁ କରିଛନ୍ତି । ୧୨ଟି ପାରିରେ ବିରାଟ ଏବେ ଯାଏଁ ମାତ୍ର ୬ ଥର ହିଁ ଦୁଇ ଅଙ୍କ ଛୁଇଁପାରିଛନ୍ତି । ୨୦୨୪ରେ ୧୨ଟି ପାରିରେ ବ୍ୟାଟିଂ ଲାଗି ପଡିଆକୁ ଓହ୍ଲାଇଛନ୍ତି ବିରାଟ । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୭୬ ରନ୍‌ ରହିଛି । ଯାହା ଟି-୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଥିଲା । ଯଦି ଆମେ ବିରାଟଙ୍କ କିଛି ଶେଷ ପାରି ଦେଖିବା.. ୧, ୪, ୦, ୨୪, ୩୭, ୦, ୯, ୭୬, ୨୪, ୧୪ ରନ୍‌ ରହିଛି । ତେବେ ଦେଖାଯାଉ ଶ୍ରୀଲଙ୍କା ବିପକ୍ଷ ୩ୟ ଦିନିକିଆରେ ବିରାଟଙ୍କ ବ୍ୟାଟର୍‌ ରନ୍‌ ବର୍ଷୁଛି । ନା ପୂର୍ବପରି ଶାନ୍ତ ରହିବ ବିରାଟଙ୍କ ବ୍ୟାଟ୍ । 

ସୂଚନାଯୋଗ୍ୟ ଯେ, ଏବେ ସୁଦ୍ଧା ବିରାଟ କୋହଲି ୧୧୩ଟି ଟେଷ୍ଟ ଖେଳି ୮୮୪୮ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ୨୫୪ ରନ୍‌ ରହିଛି । ଆଉ ୨୯ଟି ଶତକ, ୭ଟି ଦ୍ୱିଶତକ, ୩୦ଟି ଅର୍ଦ୍ଧଶତକ ରହିଛି । ସେହିପରି ୨୯୪ଟି ଦିନିକିଆ ମ୍ୟାଚ୍‌ ଖେଳି ୧୩୮୮୬ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୫୦ଟି ଶତକ, ୭୨ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ଦିନିକିଆ କ୍ରିକେଟ୍‌ରେ ତାଙ୍କର ସ୍କୋର ୧୮୩ । ଟି-୨୦ କ୍ରିକେଟ୍‌ରେ ବିରାଟ ଖେଳିଛନ୍ତି ୧୨୫ଟି ମୁକାବିଲା । ଯେଉଁଥିରେ୪୧୮୮ ରନ୍‌ ସଂଗ୍ରହ କରିଛନ୍ତି । ଟି-୨୦ କ୍ରିକେଟ୍‌ରେ ଗୋଟିଏ ଶତକ, ୩୮ଟି ଅର୍ଦ୍ଧଶତକ ରହିଛି । ଟି-୨୦ରେ ବିରାଟଙ୍କ ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ୧୨୨ ରନ୍‌ । ନିକଟରେ ୨୦୨୪ ଟି-୨୦ ବିଶ୍ୱକପ୍‌ ସଂସ୍କରଣର ବିଜୟୀ ପରେ ବିରାଟ ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।